ସୁରକ୍ଷା ବଳର ପାଲଟା ଆକ୍ରମଣ; ଜଣେ ଆତଙ୍କବାଦୀ ମୃତ, ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର ୨୦।୪: ଜମ୍ମୁ-କଶ୍ମୀରର ସେପୋରେର ବତ୍ରଗାମ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତ୍ରିରେ ଆତଙ୍କବାଦୀମାନେ ସୁରକ୍ଷା ବଳର ପେଟ୍ରୋଲିଂ ଟିମ୍‌ ଉପରେ ଆକ୍ରମଣ କରିଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଆତଙ୍କବାଦୀଙ୍କ ଆକ୍ରମଣର କଡ଼ା ଜବାବ୍‌ ଦେବାକୁ ଯାଇ ସୁରକ୍ଷା ବଳ ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ କରାଯାଇଥିଲା। ଏଥିରେ ଜଣେ ଆତଙ୍କବାଦୀର ପ୍ରାଣହାନି ଘଟିଥିବା ଜଣାଯାଇଛି। ଏହାଛଡ଼ା ସେହି ଅଞ୍ଜଳରୁ ଆତଙ୍କବାଦୀମାନେ ଛାଡ଼ି ଚାଲି ଯାଇଥିବା ବିପୁଳ ମାତ୍ରାର ଅସ୍ତ୍ରଶସ୍ତ୍ର ଏବଂ ଗୋଳା ବାରୁଦ ମଧ୍ୟ ଜବତ କରାଯାଇଥିବା ଜଣାଯାଇଛି।

ଆତଙ୍କବାଦୀମାନେ ଏକ ଗ୍ରେନେଡ଼ ସେନା ଉପରେ ଆକ୍ରମଣ କରିବାକୁ ଯାଉଥିଲେ। ଏହାପରେ ପୁଲଓ୍ଵାମାରେ ଦକ୍ଷିଣ ତ୍ରାଳ ଟାଉନସିପ୍‌ର ମିଦୁରା ହେମଲେଟ୍‌ରେ ଆତଙ୍କବାଦୀ ଅନାଧୁନିଆ ଗୁଳି ଚଳାଇଥିଲେ। ଏହାପରେ ସୁରକ୍ଷାବଳର ସେନା ସମଗ୍ର ଅଞ୍ଚଳକୁ ଘେରି ଯାଇଥିଲା ଓ ଆତଙ୍କବାଦୀମାନଙ୍କ ଉପରକୁ ଗୁଳିଗୋଳା ବର୍ଷଣ କରିଥିଲେ। ଆତଙ୍କବାଦୀମାନଙ୍କୁ ଧରିବାକୁ ସୁରକ୍ଷାବଳ ଜୋରସୋରରେ ଅଭିଯାନ ଚଲେଇଛି।

   ସମ୍ବନ୍ଧିତ ଖବର


ଅନାଥ ଯୁବକ JEEରେ ପାଇଥିଲେ ୨୭୦ ରାଙ୍କ୍‌ – ଭୁଲ୍‌ ଲିଙ୍କ୍‌ରେ କ୍ଲିକ୍‌ କରି ହରେଇଲେ ଆଇଆଇଟି ସିଟ୍‌ !

କେନ୍ଦ୍ର ସରକାରଙ୍କ ନୂଆ କରୋନା ଗାଇଡ଼ଲାଇନ୍ : ଡିସେମ୍ବର ମାସ ପାଇଁ କ’ଣ ବଦଳିଲା କ’ଣ ବଳବତ୍ତର ରହିଲା, ଜାଣନ୍ତୁ…

ମହଙ୍ଗା ହେଲା ରୋଷେଇ ଗ୍ୟାସ୍‌, ଜାଣନ୍ତୁ କେଉଁ ସହରରେ କେତେ ରହିଛି ଦର

‘ବିମାନରୁ ବାହାରକୁ ବାହାରିବାରେ ସଫଳ ହୋଇଥିଲେ ନିଖୋଜ ପାଇଲଟ ’– ମିଗ୍‌-୨୯କେ’ର ବିଶେଷଜ୍ଞଙ୍କ ଠାରୁ ସ୍ପଷ୍ଟ

କୃଷି ଆଇନକୁ ବିରୋଧ: ମେଣ୍ଟ ପାଇଁ ଅଡୁଆ, ଏନ୍‌ଡିଏ ଛାଡ଼ିବାକୁ ଧମକ ଦେଲା ଆରଏଲ୍‌ପିର

କରୋନା ସ୍ଥିତି ସମୀକ୍ଷା ପାଇଁ ୪ରେ ସର୍ବଦଳୀୟ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦି