PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : CHSE ଅଫିସରେ ସମ୍ମୁଖରେ ହାତ କାଟିଲେ ଛାତ୍ରୀ, ହସ୍ପିଟାଲରେ ଭର୍ତ୍ତି
  • ||
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

କିଶତଓ୍ବାଡା ହସ୍ପିଟାଲରେ ଆରଏସ୍ଏସ୍ ନେତାଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ, ବ୍ୟକ୍ତିଗତ ସୁରକ୍ଷାକର୍ମୀ ମୃତ

ଶ୍ରୀନଗର,୯।୪: ଜମ୍ମୁ-କଶ୍ମୀରରେ ରାଷ୍ଟ୍ରୀୟ ସ୍ବଂୟସେବକ ସଂଘ (ଆରଏସ୍ଏସ୍)ର ନେତା ଚନ୍ଦ୍ରକାନ୍ତଙ୍କ ଉପରେ ଆଜି ଆତଙ୍କବାଦୀ ଆକ୍ରମଣ ହୋଇଛି।  ଏହି ଆତଙ୍କବାଦୀ ଆକ୍ରମଣରେ ଚନ୍ଦ୍ରକାନ୍ତଙ୍କ ବ୍ୟକ୍ତଗତ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ହୋଇଛି।   ଆକ୍ରମଣ କରି ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଖସି ଯିବାରେ ସଫଳ ହୋଇଛନ୍ତି। ଏବେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆଯାଇଛି। କୁହାଯାଉଛି ଯେ ଚନ୍ଦ୍ରକାନ୍ତ କିଶତଓ୍ବାଡାର ହସ୍ପିଟାଲାରେ ଚିକିତ୍ସିତ ହେଉଥିଲେ, ଏହି ସମୟରେ ଆତଙ୍କବାଦୀମାନେ ସେଠାରେ ପହଁଞ୍ଚି ତାଙ୍କ ଉପରେ ଗୁଳିମାଡ କରିବା ଆରମ୍ଭ କରିଦେଇଥିଲେ। ଚନ୍ଦ୍ରକାନ୍ତଙ୍କ ଗାର୍ଡ ଏହାର ପାଲଟା ଜବାବରେ ଗୁଳି କରିବା ଆରମ୍ଭ କରିଦେଇଥିଲେ।  ଆତଙ୍କବାଦୀଙ୍କ ଆକ୍ରମଣରେ ଚନ୍ଦ୍ରକାନ୍ତ ଏବଂ ତାଙ୍କର ବ୍ୟକ୍ତିଗତ ସୁରକ୍ଷାକର୍ମୀ ଗୁରୁତର ଭାବରେ ଆହତ ହୋଇଥିଲେ। ଉଭୟଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଗାର୍ଡଙ୍କର ମୃତ୍ୟୁ ହୋଇଛି। ଏବେବି ଗୁରୁତର ଅବସ୍ଥାରେ ଚନ୍ଦ୍ରକାନ୍ତ ଚିକିତ୍ସିତ ହେଉଛନ୍ତି।   

ମିଳିଥିବା ଖବର ଅନୁସାରେ ବୁର୍ଖା ପିନ୍ଧି ଜଣେ ଆତଙ୍କବାଦୀ ଏହି ଆକ୍ରମଣ କରିଥିଲା। ଗୁଳି ଶବ୍ଦ ଶୁଣି ହସ୍ପିଟାଲ ଆଖପାଖରେ ହଇଚଇ ସୃଷ୍ଟି ହୋଇଯାଇଥିଲା। ସେଠାରେ ଥିବା ରୋଗୀ ଓ ତାଙ୍କ ପରିଜନଙ୍କ ଆତଙ୍କିତ ହୋଇପଡିଥିଲେ। ଏହାର ଫାଇଦା ଉଠାଇ ବୁର୍ଖା ପିନ୍ଦି ଆସିଥିବା ଆତଙ୍କବାଦୀ ଜଣକ ସେଠାରୁ ଖସିଯିବାରେ ସଫଳ ହୋଇଥିଲେ।ତେବେ ବୁର୍ଖା ପିନ୍ଧି ଆସିଥିବା ଆତଙ୍କବାଦୀ ଜଣକ ମହିଳା ନା ପୁରୁ​‌ଷ ତାହା ସ୍ପଷ୍ଟ ହୋଇପାରିନାହିଁ। ଆକ୍ରମଣ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଁଞ୍ଚି ସୁରକ୍ଷାକର୍ମୀମାନେ ହସ୍ପିଟାଲକୁ ଘେରାଉ କରିଦେଇଛନ୍ତି। ଏହାସହ ତଲାସୀ ଅଭିଯାନ ମଧ୍ୟ ଆରମ୍ଭ କରାଯାଇଛି। ଆକ୍ରମଣକାରୀଙ୍କ ସନ୍ଧାନରେ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରାଯାଉଛି। ପରିସ୍ଥିତି ଏବେ ସେଠାରେ ଉତ୍ତେଜନାମୂଳକ ରହିଥିବାରୁ କର୍ଫ୍ୟୁ ଜାରି କରାଯାଇଛି।

ସମ୍ବନ୍ଧିତ ଖବର