PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ: ବାଇକ୍‌କୁ ଧକ୍କା ଦେଲା ଅଜଣା ଗାଡି, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ପାଟଣା: ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଦୁଇ ପରିବାର ଭିତରେ ଗଣ୍ଡଗୋଳ, ବଡ଼ ଭାଇ ମୁଣ୍ଡରେ ପଥର ଛେଚିଦେଲେ ସାନ ଭାଇର ପରିବାର
  • ||
  • ଭୁବନେଶ୍ଵର: ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଗାନ୍ଧୀ ମାର୍ଗରେ ହେଉଛି ଫୁଲଡ୍ରେସ୍ ରିହର୍ସଲ, ସୁରକ୍ଷା ବ୍ୟବସ୍ଥା ପାଇଁ ଟ୍ରାଫିକ୍ କଟକଣା
  • ||
  • ଭୁବନେଶ୍ଵର: ରାଜ୍ୟରେ ତଳକୁ ଖସିଲା ସଂକ୍ରମଣ ଗ୍ରାଫ୍ : ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୭୨୯୧ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ଖଲ୍ଲିକୋଟ: ପରିବା ବୋଝେଇ ଅଟୋକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ୍, ଜଣେ ମୃତ ୨ ଗୁରୁତର
  • ||
  • ପୁରୀ: ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କୋଭିଡ୍ ପଜିଟିଭ୍‌, ହସ୍ପିଟାଲରେ ଭର୍ତ୍ତି
  • ||
  • ଭୁବନେଶ୍ୱର : ମାସେ ଚିକିତ୍ସା ପରେ ଜଙ୍ଗଲକୁ ଫେରିଲା ୧୨ ଫୁଟର ଅହିରାଜ, ଢ଼େଲାମାଡ଼ରେ ଭାଙ୍ଗିଥିଲା ପିଞ୍ଜରା ହାଡ଼
  • ||
  • ଭୁବନେଶ୍ଵର : ଆଉ ଦୁଇ ଦିନ ଭିଜିବ ଓଡ଼ିଶା, ଉପକୂଳ ସମେତ ୭ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ମାଫିଆ ଗିରଫ
  • ||

ସୀମାରେ ତିକ୍ତତା ବଢିବା ପରେ ୮ ଏୟାରପୋର୍ଟରେ ବିମାନ ଚଳାଚଳ ବନ୍ଦ: ବଢିଲା ସୁରକ୍ଷା, ଫେରିଆସିଲା ଇଣ୍ଡିଗୋ ଓ ସ୍ପାଇସଜେଟ୍

source;www.tribuneindia.com

ନୁଆଦିଲ୍ଲୀ ୨୭/୨: ପାକିସ୍ତାନ ସହିତ ସୀମାରେ ଚାଲିଥିବା ତିକ୍ତତା ଯୋଗୁଁ ଜମ୍ମୁ କଶ୍ମୀରର ଏୟାରପୋର୍ଟ୍ସରେ ବିମାନ ଚଳାଚଳ ବନ୍ଦ କରିଦିଆଯାଇଛି ।  କଶ୍ମୀର ଯାଉଥିବା ଭାରତୀୟ କମର୍ସିଆଲ ଉଡାଣକୁ ରଦ୍ଦ କରିଦିଆଯାଇଛି । ଇଣ୍ଡିଗୋ ଓ ସ୍ପାଇସ୍ ଜେଟକୁ ଫେରାଇ ଦିଆଯାଇଛି । ଭାରତୀୟ ବାୟୁସେନା ଜମ୍ମୁ, ଲେହ ଓ ଶ୍ରୀନଗରରେ ସବୁ ପ୍ରକାର କମର୍ସିଆଲ ଉଡାଣକୁ ଅନିଶ୍ଚିତକାଳ ପାଇଁ ବନ୍ଦ କରାଯାଇଛି । ଏହା ସହିତ ପଞ୍ଜାବ, ଚଣ୍ଡିଗଡ, ଅମୃତସର ଓ ପଠାନକୋଟରେ ମଧ୍ଯ ବିମାନ ଚଳାଚଳ ଉପରୋ ରୋକ୍ ଲଗାଯାଇଛି ।

ସୁରକ୍ଷା ଦୃଷ୍ଟିରୁ ଉତ୍ତରାଖଣ୍ଡର ଦେହରାଡୁନ୍ ଜୋଲିଗ୍ରାଣ୍ଟ ଓ ହିମାଚଳର କାଙ୍ଗଡାର ଗଗ୍ଗଲ ଏୟାରପୋର୍ଟ(ଧର୍ମଶାଳା ଯିବାପାଇଁ ଏହି ଏୟାରପୋର୍ଟରେ ଓହ୍ଲାଇବାକୁ ପଡିଥାଏ)କୁ ମଧ୍ଯ ବନ୍ଦ କରିଦିଆଯାଇଛି । କହିରଖୁଛୁ ପାକିସ୍ତାନୀ ଜେଟ୍ ଭାରତୀୟ ବାୟୁସୀମା ଉଲ୍ଲଙ୍ଘନ କରିଥିଲା । ପାକ୍ ବିମାନ ଜମ୍ମୁ କଶ୍ମୀରର ରାଜୌରୀ ଜିଲ୍ଲାରେ ନୌଶେରା ସେକ୍ଟରର ସୀମାବର୍ତ୍ତୀ ଅଞ୍ଚଳରେ ପ୍ରବେଶ କରିଥିଲା କିନ୍ତୁ ଭାରତର କଡା ଜବାବରେ ଫେରିଯାଇଥିଲା ।

ସମ୍ବନ୍ଧିତ ଖବର