ବାଇକ୍ ଉପରେ ଚଢିଗଲା ଟ୍ରକ : ଜଣେ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଢେଙ୍କାନାଳ, ୨୪।୧ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଇଟାପ ଛକରେ ବାଇକ ଉପରେ ଟ୍ରକ ଚଢିଯିବାରୁ ଘଟଣାସ୍ଥଳରେ ବାଇକ ଆାରୋହୀଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଉତ୍ତେଜନା ଦେଖା ଦେଇଛି। ସ୍ଥାନୀୟ ଲୋକ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ କଟକ- ସମ୍ବଲପୁର ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ମୃତ ବାଇକ ଆରୋହୀ ମଙ୍ଗଳପୁର ଗ୍ରାମର ଚିନ୍ତାମଣି ସାହୁ ।
ମଙ୍ଗଳପୁର ଗ୍ରାମର ଚିନ୍ତାମଣି ସାହୁ ବାଇକରେ ଯାଉଥିବା ବେଳେ ମୋଟଙ୍ଗା ଥାନା ଅନ୍ତର୍ଗତ ଇଟାପ ଛକରେ ଏକ ଟ୍ରକ ତାଙ୍କ ଉପରେ ଚଢିଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।ଏହାକୁ ନେଇ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ମୃତକର ପରିବାରକୁ କ୍ଷତିପୂରଣ ଦାବିରେ ୫୫ନମ୍ବର ଜାତୀୟ ରାଜପଥକୁ ଟାୟାର ଜାଳି ଅବରୋଧ କରିଛନ୍ତି । ଘଟଣାସ୍ଥଲକୁ ମୋଟଙ୍ଗା ପୁଲିସ ପହଂଚି ଲୋକମାନଙ୍କୁ ବୁଝା ସୁଝା କରିଥିଲେ ମଧ୍ୟ କ୍ଷତିପୂରଣ ଦାବିରେ ସେମାନେ ବସି ରହିଛନ୍ତି।ଯାହା ଫଳରେ ଜାତୀୟ ରାଜପଥରେ ସାଧାରଣ ଯାତାୟାତ ସମ୍ପୂର୍ଣ୍ଣ ବାଧାପାପ୍ତ ହୋଇ କଟକ ସମ୍ବଲପୁର ମଧ୍ୟରେ ଯୋଗାଯୋଗ ବ୍ୟାହତ ହୋଇଛି।