ଜାହ୍ନବୀ କପୁର ଶେୟାର କଲେ ‘ଗୁଞ୍ଜନ ସକ୍ସେନା’ର ବିଟିଏସ୍ ଭିଡ଼ିଓ , ନିଜ ଟିମ୍‌କୁ କହିଲେ ବେଷ୍ଟ

ମୁମ୍ୱାଇ – ଅଭିନେତ୍ରୀ ଜାହ୍ନବୀ କପୁର ବର୍ତ୍ତମାନ ନିଜର ଫିଲ୍ମ ‘ଗୁଞ୍ଜନ ସକ୍ସେନା’କୁ ନେଇ ଖୁବ୍‌ ଚର୍ଚ୍ଚାରେ ।  ଫିଲ୍ମଟିକୁ ନେଇ ଚାରିଆଡୁ ଚାଲିଛି ଆଲୋଚନା । ସମସ୍ତେ ଏହି ଫିଲ୍ମରେ ଜାହ୍ନବୀଙ୍କ ଆକ୍ଟିଂକୁ ନେଇ  ମିଶ୍ର ପ୍ରତିକ୍ରିୟା ଦେଉଛନ୍ତି ।  କିଛି ଲୋକ କହୁଛନ୍ତି ଏହି ଫିଲ୍ମରେ ସେ ଭଲ ଅଭିନୟ କରିଛନ୍ତି । ଗୁଞ୍ଜନ ସକ୍ସେନା ଚରିତ୍ରକୁ ଖୁବ୍‌ ସୁନ୍ଦର ଭାବେ କରିପାରିଛନ୍ତି । ସେପଟେ ମଧ୍ୟ ଆଉ କିଛି ଲୋକ କହୁଛନ୍ତି , ଜାହ୍ନବୀଙ୍କର ଆକ୍ଟିଂରେ ଆଉ ଟିକେ ସୁଧାର ଆସିବା ଆବଶ୍ୟକ । ଯିଏ ବି ଯାହା କହୁ , ହେଲେ ଅଭିନେତ୍ରୀ ଜାହ୍ନବୀ ଏହି ଫିଲ୍ମରେ ଅଭିନୟ କରି ବହୁତ ଖୁସି ଅନୁଭବ କରିଛନ୍ତି । ସେ ମଧ୍ୟ ଫିଲ୍ମର ଏକ ବିଟିଏସ୍‌ ଭିଡ଼ିଓ ଶେୟାର କରିଛନ୍ତି ।

ଫିଲ୍ମରେ ଜାହ୍ନବୀ କପୁର ଏୟାର ଫୋର୍ସ ପାଇଲଟ ଗୁଞ୍ଜନ ସକ୍ସେନା ଭୂମିକାରେ ନଜର ଆସିଛନ୍ତି । ଏହି ଫିଲ୍ମ ପାଇଁ ସେ ଅନେକ ପ୍ରସ୍ତୁତି ମଧ୍ୟ କରିଥିଲେ । ଏଥିପାଇଁ ସ୍ୱତନ୍ତ୍ର ଟ୍ରେନିଂ ମଧ୍ୟ ନେଇଥିଲେ ଏବଂ ଉକ୍ତ ଫିଲ୍ମରେ କାମ କରିବା ପାଇଁ ବହୁତ ପରିଶ୍ରମ କରିଥିଲେ ।

View this post on Instagram

☺️

A post shared by Janhvi Kapoor (@janhvikapoor) on

ଏହାର ଏକ ଝଲକ ସେ ନିଜର ଶେୟାର କରିଥିବା ଭିଡ଼ିଓ ଜରିଆରେ ଦେଖେଇଛନ୍ତି । ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ଶୁଟିଂ ସମୟର ଏକ  ବିଟିଏସ୍‌ ଭିଡ଼ିଓ ଶେୟାର କରିଛନ୍ତି , ଯେଉଁଥିରେ ସେ ଏୟାର ଫ୍ଲାଇଟ୍‌  ଉଡ଼ାଣ ଭରିବା ପାଇଁ ପ୍ରସ୍ତୁତି କରିବାର ନଜର ଆସୁଛନ୍ତି । କାଷ୍ଟ ଓ କ୍ରୃଙ୍କ ସହ ସେ ପ୍ରସ୍ତୁତ । ପୁରା ଦୃଢ଼ ମନୋବଳ ସହ ଏହି ମୁସ୍କିଲ ଟାସ୍କକୁ ସେ କରିବାର ନଜର ଆସୁଛନ୍ତି ।

ପାଖାପାଖି ୩ ମିନିଟ୍‌ର ଏହି ଭିଡ଼ିଓରେ ନଜର ଆସୁଛି କି କେମିତି ଜାହ୍ନବୀ କପୁର ଟେକ୍‌ଅପ୍‌ ପାଇଁ ପ୍ରସ୍ତୁତ ହେଉଛନ୍ତି । ତାଙ୍କ ଚେହେରାରେ ପ୍ରଥମେ ଭୟ ତ ଆସୁଛି , ହେଲେ ଧିରେ ଧିରେ ସେ କନଫିଡେଣ୍ଟ ଅନୁଭବ କରୁଛନ୍ତି । ଜାହ୍ନବୀ ଏହି ଭିଡ଼ିଓର ଶେଷରେ ନିଜ ଟିମ୍‌କୁ ଧନ୍ୟବାଦ ଦେଉଛନ୍ତି । ଆଉ ବେଷ୍ଟ ଟିମ୍‌ ବୋଲି କହୁଛନ୍ତି ।