PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ, ରାଷ୍ଟ୍ରପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଜ୍ଞାନବାପୀ ମସଜିଦ ବିବାଦ: ଶିବ ଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହ‌ଙ୍ଗା, AIMIM ନେତା ଦାନିଶ କ୍ୟୁରେସୀ ଗିରଫ
  • ||
  • ଦେବଗଡ଼ : ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ, ଜନ୍ମକଲା ପୁଅକୁ କଟୁରୀରେ ହାଣି ହତ୍ୟାକଲା ସଇତାନ ବାପା
  • ||
  • ଭୁବନେଶ୍ଵର : ତିର୍ତ୍ତୋଲ ବିଧାୟକଙ୍କ କୋର୍ଟ ମ୍ୟାରେଜ୍‌କୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ବିଜୟଙ୍କ ମାଆ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ଵର : ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ପୁରୀ : ଜୀବନ ନେଲା ମୁକୁଳା ଡ୍ରେନ୍ ! ପୁରୀ ବଡଦାଣ୍ଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • କଟକ : ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

ଶ୍ରୀଦେବୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଇମୋସନାଲ ଫଟୋ ସେୟାର କଲେ ଜାହ୍ନବୀ

ଆଜି ବଲିଉଡର ‘ଚାନ୍ଦିନୀ’ ଅର୍ଥାତ ଶ୍ରୀଦେବୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ଠିକ୍ ଗୋଟେ ବର୍ଷ ତଳେ ଶ୍ରୀଦେବୀ ସମସ୍ତଙ୍କୁ ଛାଡି ଚାଲିଯାଇଥିଲେ ଆରପାରିକୁ। ଆଜି ତାଙ୍କୁ ସାରା ବଲିଉଡ ଠାରୁ ନେଇ ତାଙ୍କର ପ୍ରଶଂସକମାନେ ମନେପକାଉଛନ୍ତି। ଅନ୍ୟପକ୍ଷେ ଶ୍ରୀଦେବୀଙ୍କ ବଡ ଝିଅ ଜାହ୍ନବୀ କପୁର କିନ୍ତୁ ତାଙ୍କ ମା’ଙ୍କୁ ଖୁବ୍ ମିସ୍ କରୁଛନ୍ତି। ଜାହ୍ନବୀ ତାଙ୍କ ମା’ଙ୍କୁ ମନେପକାଇ ନିଜର ଇନଷ୍ଟାଗ୍ରାମ ପେଜରେ ଏକ ଆବେଗଭରା ଫଟୋ ସେୟାର କରିଛନ୍ତି। ଏହି ଫଟୋକୁ ଦେଖିବା ପରେ ଆପଣମାନେ ମଧ୍ୟ ଜାଣିପାରିବେ ଜାହ୍ନବୀ ତାଙ୍କ ମା’ଙ୍କୁ କେତେ ମନେପକାଉଛନ୍ତି।

ଜାହ୍ନବୀ ଏଭଳି ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଶ୍ରୀଦେବୀଙ୍କ ମୁହଁ ଦେଖାଯାଉନାହିଁ। କିନ୍ତୁ ତାଙ୍କର ହାତ ଗୋଟେ ଛୋଟ ଝିଅର ହାତ ଉପରେ ରହିଛି। ଆଉ ସେ ଝିଅ ଜଣକ ହେଲେ ଜାହ୍ନବୀ। ସତରେ ଖୁବ୍ ଏହା ଖୁବ୍ ଇମୋସନାଲ ଫଟୋ।  ଫଟୋରେ କ୍ୟାପସନ୍ ଦେଇ ଜାହ୍ନବୀ ଲେଖିଛନ୍ତି ‘ମୋର ହୃଦୟ ସବୁବେଳେ ଭାରି ରହିବ କିନ୍ତୁ ମୁଁ ହସୁଥିବି… କାରଣ ଏହି ହୃଦୟରେ ତୁମେ ସବୁବେଳେ ରହିବ।’ ଜାହ୍ନବୀଙ୍କ ଏହି ଫଟୋ ଦେଖିବା ପରେ ତାଙ୍କୁ ବହୁ ଲୋକ କମେଣ୍ଟ ମାଧ୍ୟମରେ ସ୍ବାନ୍ତନା ଦେବାକୁ ଚେଷ୍ଟା କରିଛନ୍ତି।

source: https://gulfnews.com

ଶ୍ରୀଦେବୀ ସବୁବେଳେ ତାଙ୍କ ଦୁଇ ଝିଅଙ୍କୁ ନେଇ ଖୁବ୍ ଯତ୍ନଶୀଳ। ଜାହ୍ନବୀ ତାଙ୍କ କ୍ୟାରିୟରର ପ୍ରଥମ ଫିଲ୍ମ ‘ଧଡକ’ ସୁଟିଂ କରିବା ବେଳେ ଶ୍ରୀଦେବୀ ସବୁବେଳେ ସୁଟିଂ ସେଟକୁ ଝିଅ ସହିତ ଯାଉଥିଲେ। ତେବେ ସବୁଠାରୁ ଦୁଃଖର କଥା ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଶ୍ରୀଦେବୀ ଆରପାରିକୁ ଚାଲିଗଲେ। ଏଠାରେ ଉଲ୍ଳେଖନୀୟ ଯେ ଗତବର୍ଷ ଦୁବାଇର ଏକ ହୋଟେଲର ବାଥଟବରେ ବୁଡିଯିବା କାରଣରୁ ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା।