ଜନ୍ମରୁ କୋଟିପତି ୧୮୭୦୮୮ କୋଟି ଟଙ୍କାର ମାଲିକ ମୁକେଶଙ୍କ ନାତି-ତାଙ୍କ ନାଁ ହେଉଛି

ମୁମ୍ବାଇ : ଦେଶର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମାଲିକ ମୁକେଶ ଅମ୍ବାନିଙ୍କ ଘରକୁ ନୂଆ ଅତିଥି ଆସିଛି । ମୁକେଶ ଜେଜେ ପାଲଟିଛନ୍ତି । ପୁଅ ଆକାଶ ଏବଂ ବୋହୁ ଶ୍ଳୋକା ପୁତ୍ର ସନ୍ତାନ ଲାଭ କରିଛନ୍ତି । ଜନ୍ମରୁ କୋଟିପତି ପାଲଟିଛି ମୁକେଶଙ୍କ ନାତି ।ମୁକେଶ ଅମ୍ବାନୀଙ୍କର ନାତିର ନାମ ପୃଥୀବି ଆକାଶ ଅମ୍ବାନୀ ।

ବ୍ଲୁମ୍‌ବର୍ଗ ବିଲିୟନେୟାର ସୂଚୀ ଅନୁସାରେ ୨୦୨୦ ଡିସେମ୍ବର ୧୫ରେ ମୁକେଶ ବିଶ୍ୱର ଦଶମ ବୃହତ୍‌ ଧନୀ ବ୍ୟକ୍ତି ଥିଲେ । ଉକ୍ତ ସମୟରେ ତାଙ୍କ ମୋଟ ସମ୍ପତ୍ତି ୭୬୩୦ କୋଟି ଡଲାର(୫.୬୪ ଲକ୍ଷ କୋଟି ଟଙ୍କା) ରହିଥିଲା । ଗତ ଅଗଷ୍ଟରେ ତାଙ୍କ ମୋଟ ସମ୍ପତ୍ତି ୮୦୦୦ କୋଟି ଡଲାର ଟପିଯାଇଥିଲା ।

ବିଶ୍ୱ ଧନୀ ତାଲିକାରେ ସେ ୧୦ ସ୍ଥାନରେ ରହିଛନ୍ତି । ମୁକେଶ ଅମ୍ବାନିଙ୍କ ୩ ସନ୍ତାନ ଅଛନ୍ତି । ଦୁଇ ପୁଅ ଏବଂ ଗୋଟିଏ ଝିଅ । ଯଦି ୩ ସନ୍ତାନଙ୍କ ମଧ୍ୟରେ ତାଙ୍କ ସମ୍ପତ୍ତିକୁ ସମାନ ଭାବେ ବାଣ୍ଟି ଦିଆଯାଏ ତା’ହେଲେ ଆକାଶ ଅମ୍ବାନିଙ୍କ ଭାଗରେ ୨୫୪୩ କୋଟି ଡଲାର(୧୮୭୦୮୮ କୋଟି ଟଙ୍କା)ର ସମ୍ପତ୍ତି ପଡ଼ିବ । ଏବେ ଆକାଶଙ୍କର ଗୋଟିଏ ସନ୍ତାନ । ଅର୍ଥାତ ତାଙ୍କ ସମସ୍ତ ସମ୍ପତ୍ତିର ମାଲିକ ଏହି ସନ୍ତାନ ହେବ ।