ଏହି ଦେଶରେ ବିବାହ ପରେ ନବଦମ୍ପତ୍ତିଙ୍କୁ ଉପହାରରେ ସରକାର ଦେବେ ୪.୨୦ ଲକ୍ଷ ଟଙ୍କା, ଜାଣନ୍ତୁ କ’ଣ ରହିଛି ନିୟମ

ଟୋକିଓ,୨୨।୯: ବିବାହ କରିବା ପରେ ସରକାର ଦେବେ ୪.୨୦ ଲକ୍ଷ ଟଙ୍କା। ଏଭଳି ଏକ କଥା​‌ ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ତେବେ ଏହା ଆମ ଦେଶରେ ନୁହେଁ ବଂର ଜାପାନରେ ଏଭଳି ନିୟମ ରହିଛି।  ବିବାହ କରିବା ପରେ ନବ ଦମ୍ପତ୍ତିଙ୍କ ଜୀବନକୁ ଆହୁରି ସୁନ୍ଦର କରିବା ପାଇଁ ଜାପାନ ସରକାର ଉପହାରରେ ୪.୨୦ ଲକ୍ଷ ଟଙ୍କା ଦେଉଛନ୍ତି। ନିକଟରେ ଏଭଳି ଏକ ଘୋଷଣା ସେଠାର ସରକାର କରିଥିଲେ। ଏହି ଘୋଷଣା ଅନୁସାରେ ବିବାହ ପାଇଁ ତାଙ୍କ ସ୍କିମରେ ନିଜର ନାଁ ଦାଖଲ କରିବା ପରେ ଟଙ୍କା ନେଇପାରିବେ।

ଜାପାନ ସରକାର ସେହି ଲୋକଙ୍କୁ ଏହି ଟଙ୍କା ଦେବେ ଯେଉଁମାନେ ଅର୍ଥ ଅଭାବରୁ ବିବାହ କରିପାରୁନାହାନ୍ତି। କାରଣ ଏହି ଦେଶରେ ଜନ୍ମହାର ମଧ୍ୟ ଖୁବ୍ ଚିନ୍ତାର ବିଷୟ। ଏପରିକି ନବିବାହିତକୁ ନିଜର ଜୀବନର ଆରମ୍ଭ କରିବାକୁ ୪.୨ ଲକ୍ଷ ଟଙ୍କା ଦିଆଯିବ। ଏଥିପାଇଁ ଜାପାନର ନବବିବାହିତ ସହାୟତା କାର୍ଯ୍ୟକ୍ରମରେ ସାମିଲ ହେବାକୁ ପଡିବ। ଉଲ୍ଲେଖନୀୟ ଯେ, ଏହି ସ୍କିମ୍ ଆଗାମୀ ବର୍ଷ ଅପ୍ରେଲରୁ ଆରମ୍ଭ ହୋଇଯିବ।

ପ୍ରକୃତରେ ଜାପାନର ଲୋକମାନେ ବିଳମ୍ବରେ ବିବାହ କରନ୍ତି କିମ୍ବା ଅବିବାହିତ ରହିଥାନ୍ତି, ଯାହାଫଳରେ ଜନ୍ମହାର ଉପରେ ପ୍ରଭାବ ପଡିଥାଏ। ଏହାକୁ ଠିକ୍ କରିବା ପାଇଁ ସରକାର ଏଭଳି ସ୍କିମ୍ ନେଇକି ଆସିଛନ୍ତି। ଜାପାନ ସରକାରଙ୍କ ମନ୍ତ୍ରିମଣ୍ଡଳ କାର୍ଯ୍ୟାଳୟ ସୁତ୍ର ଅନୁସାରେ, ସରକାର ଦେଶରେ ବିବାହ ସଂଖ୍ୟାକୁ ବଢାଇବା ପାଇଁ ଏହି ସ୍କିମ୍ ଆରମ୍ଭ କରିବେ। ଅଧିକାଂଶ ଦମ୍ପତ୍ତିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ।

ସ୍ବାମୀ-ସ୍ତ୍ରୀଙ୍କ ବୟସ ପଞ୍ଜିକୃତ ତାରିଖ ଅନୁସାରେ ୪୦ ବର୍ଷରୁ କମ୍ ହେବା ଦରକାର। ମୋଟ ଆୟ ୩୮ ଲକ୍ଷ ଟଙ୍କା କମ୍ ହେବାର ଦରକାର। ଯେଉଁମାନେ ଏଭଳି ନିୟମ ଅନୁସାରେ ଯୋଗ୍ୟ ହେବେ ତାଙ୍କୁ ସହାୟତା ଦିଆଯିବ। ୩୫ ବର୍ଷ ବୟସଙ୍କ ପାଇଁ ଏହି ନିୟମ ଟିକେ ଅଲଗା ରହିଛି। ତାଙ୍କର ଆୟ ୩୩ ଲକ୍ଷ ଟଙ୍କା ରହିଛି ତେବେ ତାଙ୍କୁ ପ୍ରାୟ ୨.୧ ଲକ୍ଷ ଟଙ୍କା ଦିଆଯିବ। ଏଭଳି ନିଷ୍ପତ୍ତି କମ୍ ଜନ୍ମହାରକୁ ଦେଖି ସରକାର ନେଇଛନ୍ତି। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପପୁଲେସନ୍ ଆଣ୍ଡ ସୋସାଇଟି ସିକ୍ୟୁରିଟି ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ, ୨୦୧୫ ରେ ୨୯.୦୧ ପ୍ରତିଶତ ପୁରୁଷ ଏବଂ ୧୭.୮ ପ୍ରତିଶତ ମହିଳା ଯେଉଁମାନଙ୍କର ବୟସ ୨୫ ରୁ ୩୪ ବର୍ଷର ଅଟେ ସେମାନେ ଅର୍ଥ ଅଭାବରୁ ବିବାହ କରିପାରି ନାହାନ୍ତି।

   ସମ୍ବନ୍ଧିତ ଖବର


ଚଳିତ ବର୍ଷ ଶ୍ରୀକ୍ଷେତ୍ରର ନିଆରା ଦେବୀ ସଭା

କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

ମାଗଣାରେ ବୁକ୍‌ କରନ୍ତୁ ଟ୍ରେନ୍‌ ଟିକେଟ୍‌ ! ଦେଖନ୍ତୁ IRCTC-SBIର ଏହି ସ୍କିମ୍‌ରେ କଣ ରହିଛି

କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….

ବିଜ୍ଞାନ ବଳରେ ବଳୀୟାନ ମଣିଷ ଯମଙ୍କୁ କରିବ ପରାଜିତ

ଜାଣନ୍ତୁ ଆମ ଦେଶର କେଉଁ ରାଜ୍ୟର ମହିଳା ମଦ୍ୟପାନ ଏବଂ କେଉଁ ରାଜ୍ୟରେ ତମାଖୁ ସେବନରେ ଆଗୁଆ