ପ୍ରମୁଖ ଖବର
  • ମଙ୍ଗଳବାର ରଥଯାତ୍ରା ଦ୍ୱିତୀୟ ପ୍ରସ୍ତୁତି ବୈଠକ: ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରଉତ୍ସବ ଓ ଶ୍ରୀଗୁଣ୍ଡିଚା ଚାଲେଞ୍ଜ ହେବ
  • ||
  • IPL 2024: ଇଡେନ୍‌ରେ କୋଲକାତା-ରାଜସ୍ଥାନ ମୁକାବିଲା, ଶୀର୍ଷ ସ୍ଥାନ ପାଇଁ ହେବ ଲଢ଼େଇ
  • ||
  • ପବିତ୍ର ଅଶୋକାଷ୍ଟମୀ: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ର, ମଧ୍ୟାହ୍ନ ସାଢ଼େ ୧୨ଟାରେ ପହଣ୍ଡି, ସାଢ଼େ ୩ଟାରେ ରଥ ଟଣା
  • ||
  • ଆଗକୁ ଭୟାନକ ଅଗ୍ନି ବର୍ଷା, ୪୫ ଛୁଇଁବ ତାପମାତ୍ରା: ସପ୍ତାହ ଯାଏ କମିବନି ତାତି
  • ||

ଫୁକୁଶିମାର ରେଡିଓଆକ୍ଟିଭ୍ ୱାଟରକୁ ସମୁଦ୍ର ଭିତରକୁ ଛାଡିବାକୁ ମଞ୍ଜୁରୀ ଦେଲେ ଜାପାନ ସରକାର, ପଡୋଶୀ ଦେଶଗୁଡିକରୁ ଉଠିଲା ବିଦ୍ରୋହର ସ୍ଵର

ଜାପାନ, ୧୩/୦୪ : ଫୁକୁଶିମାର ରେଡିଓଆକ୍ଟିଭ୍ ୱାଟରକୁ ସମୁଦ୍ର ଭିତରକୁ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ଜାପାନ ସରକାର। ଫୁକୁଶିମାର ୧୦ ଲକ୍ଷ ଟନର ରେଡିଓଆକ୍ଟିଭ୍ ୱାଟରକୁ ସମୁଦ୍ର ଭିତରକୁ ଛାଡିବାକୁ ଜାପାନର ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ମଙ୍ଗଳବାର ମଞ୍ଜୁରି ଦେଇଛନ୍ତି। ଜାପାନ ସରକାରଙ୍କ ଏହି ନିଷ୍ପତ୍ତି ପରେ ପଡୋଶୀ ଦେଶ ଏବଂ ମତ୍ସଜିବୀମାନେ ଏହାକୁ ବିରୋଧ କରିଛନ୍ତି।

୨୦୧୧ ମାର୍ଚ୍ଚ ମାସରେ ହୋଇଥିବା ଭୂମିକମ୍ପ ଓ ସୁନାମୀ କାରଣରୁ ଫୁକୁଶିମାରେ ପରମାଣୁ କାରଖାନା ନଷ୍ଟ ହୋଇଯାଇଥିଲା। ଏହାପରେ ଜାପାନର ବିଜୁଳି କମ୍ପାନୀ ଟୋକିଓ ଇଲେକ୍ଟ୍ରିକ୍ ପାୱାର କମ୍ପାନୀ ନିକଟରେ ୧୦ ଲକ୍ଷ ଟନରୁ ଅଧିକ ରେଡିଓଆକ୍ଟିଭ୍ ୱାଟର ଜମା ହୋଇଗଲା। ଯାହାକୁ ଏବେ ଜାପାନ ସରକାର ସମୁଦ୍ରରେ ଛାଡିବାକୁ ମଞ୍ଜୁରୀ ଦେଇଛନ୍ତି। ତେବେ ସରକାରଙ୍କ ଏହି ନିଷ୍ପତ୍ତି ପରେ ସ୍ଥାନୀୟ ମତ୍ସଜିବୀ, ଦକ୍ଷିଣ କୋରିଆ ଠାରୁ ନେଇ ଫିଲିପାଇନ୍ସ ଏବଂ ଚୀନ ଏହାକୁ ବିରୋଧ ପ୍ରଦର୍ଶନ କରିଛନ୍ତି।

ସେପଟେ ରେଡିଓଆକ୍ଟିଭ୍ ୱାଟରକୁ ସମୁଦ୍ର ଭିତରକୁ ଛାଡିବା ପୂର୍ବରୁ ଏଥିରୁ ସମସ୍ତ ଆଣବିକ ତତ୍ତ୍ଵକୁ ବିଲୋପ କରାଯାଉଛି ଏବଂ ଅନ୍ତରାଷ୍ଟ୍ରୀୟ ପରମାଣୁ ଉର୍ଜା ଏଜେନ୍ସି ଏହାକୁ ସମର୍ଥନ କରୁଛି ବୋଲି ଏନେଇ ଜାପାନ ସରକାର ସ୍ପଷ୍ଟୀକରଣ ଦେଇଛନ୍ତି। ଫୁକୁଶିମାରେ ଜମା ହୋଇଥିବା ୧୦ ଲକ୍ଷ ଟନର ରେଡିଓଆକ୍ଟିଭ୍ ୱାଟର ଗତ ଏକ ଦଶକ ହେବ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ରହିଛି। ଦକ୍ଷିଣ କୋରିଆ ଫୁକୁଶିମାରୁ ଆସୁଥିବା ସିଫୁଡ ଉପରେ ପ୍ରତିବନ୍ଧକ ଲଗାଇଛି। ଗତ ବର୍ଷ ଦକ୍ଷିଣ କୋରିଆ ଜାପାନ ଠାରୁ ଏନେଇ ସ୍ପଷ୍ଟୀକରଣ ମଧ୍ୟ ମାଗିଥିଲା।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଜାପାନ ସରକାରଙ୍କ ପରାମର୍ଶକମାନେ ରେଡିଓଆକ୍ଟିଭ୍ ୱାଟରକୁ ସମୁଦ୍ର ମଧ୍ୟକୁ ଛାଡିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହାକୁ ଜାପାନ ସରକାର ମଞ୍ଜୁରୀ ଦେଇଛନ୍ତି। ଏହି ପାଣି ଏବେ ଟ୍ୟାଙ୍କର ଗୁଡିକରେ ଗଛିତ ହୋଇ ଅଛି। ତେବେ ଏଥିରେ ପୁଣି ଦୈନିକ ୧୭୦ ଟନର ଜଳ ମିଶ୍ରିତ ହେଉଛି। ଯଦି ଏହି ଭଳି ଚାଲିବ ତେବେ ୨୦୨୨ ସୁଦ୍ଧା ଆଉ ପାଣି ରଖିବା ପାଇଁ ସ୍ଥାନ ବଞ୍ଚିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.