PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ଗୌହାଟି ପରିସ୍ଥିତି ଅଣାୟତ: କୋଣାର୍କରେ ମୋଦି-ଆବେ ଭେଟ!

ଭୁବନେଶ୍ୱର ୧୨/୧୨: କୋଣାର୍କ ଆସିବେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ! ଏପରି ଏକ ସମ୍ଭାବନା ଏବେ ସୃଷ୍ଟି ହୋଇଛି । ଡିସେମ୍ବର ୧୫-୧୬ରେ ସିଞ୍ଜୋ ଆବେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଆସାମର ଗୌହାଟିରେ ବୈଠକ ହେବାର ସ୍ଥିର କରାଯାଇଥିଲା । କିନ୍ତୁ ଏବେ ନାଗରିକତା ସଂଶୋଧନ ବିଲକୁ ନେଇ ସମଗ୍ର ଉତ୍ତର-ପୂର୍ବାଞ୍ଚଳ ଅଶାନ୍ତ ହୋଇଛି । ଗୌହାଟି ମଧ୍ୟ ବାଦ୍‌ ପଡ଼ିନାହିଁ । ସେଠାରେ କର୍ଫ୍ୟୁ ଜାରି କରାଯାଇଛି ।

ଏ ଦୃଷ୍ଟିରୁ ଦୁଇ ପ୍ରଧାନମନ୍ତ୍ରୀଙ୍କ ଆଲୋଚନାର ସ୍ଥାନ ଏବେ କୋଣାର୍କ ହେବ ବୋଲି ସୂଚନା ମିଳିଛି । ତେବେ ଏ ସମ୍ପର୍କରେ ଚୂଡ଼ାନ୍ତ ଭାବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ବିଧିବଦ୍ଧ ନିଷ୍ପତ୍ତି ନିଆଯାଇନାହିଁ ।

ଉଲ୍ଲେଖଯୋଗ୍ୟ, ଗତ ୩୦ ତାରିଖରେ ଦବୁଇ ଦେଶର ପ୍ରତିରକ୍ଷା ଓ ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ଦିଲ୍ଲୀରେ ଆଲୋଚନା ହୋଇଥିଲା । ଏହି ଅବସରରେ ଦୁଇ ପ୍ରଧାନମନ୍ତ୍ରୀଙ୍କ ବୈଠକସ୍ଥଳ ପାଇଁ ଗୌହାଟି ଓ କୋଣାର୍କ ବାବଦରେ ଆଲୋଚନା ହୋଇ ଗୌହାଟି ଉପରେ ମୋହର ମରାଯାଇଥିଲା । ସ୍ୱରାଷ୍ଟ୍ର ମନ୍ତ୍ରାଳୟର ସବୁଜ ସଙ୍କେତ ମିଳିବା ପରେ ଗୌହାଟି ସହରକୁ ସଜାଇବା ମଧ୍ୟ ଆରମ୍ଭ ହୋଇ ଯାଇଥିଲା । କିନ୍ତୁ ଏବେ ଅଶାନ୍ତ ସ୍ଥିତି ଉତ୍ପନ୍ନ ହୋଇଥିବାରୁ ଏହା ଉପରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ନଜର ରଖିଛି । ଶେଷ ମୁହୂର୍ତ୍ତରେ ବୈଠକ ସ୍ଥଳ କୋଣାର୍କକୁ ସ୍ଥାନାନ୍ତର ହେବାର ସମ୍ଭାବନା ଅଛି ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର