ସିଗାରେଟ୍ ପିଉନଥିବା କର୍ମଚାରୀଙ୍କୁ ମିଳୁଛି ଅତିରିକ୍ତ ୬ ଦିନ ଛୁଟି

ଟୋକ୍ୟ ୩/୧୨: ଆପଣ ସିଗାରେଟ୍ ଟାଣୁଛନ୍ତି କି ? ଯଦି ଟାଣୁନାହାଁନ୍ତି ତେବେ ଭଲ କଥା । ତେବେ ଭାବିନିଅନ୍ତୁ ଆପଣ ସିଗାରେଟ ଅଭ୍ୟାସରେ ପଡିଯାଇଛନ୍ତି । ଆପଣ ଅଫିସରେ କାମ କରୁଛନ୍ତି । କିନ୍ତୁ ସିଗାରେଟ୍ ନଟାଣି ରହିପାରୁନାହାଁନ୍ତି ଏବଂ ବାରମ୍ବାର ସିଗାରେଟ୍ ଟାଣିବା ପାଇଁ ବାହାରକୁ ଉଠିକି ଯାଉଛନ୍ତି । ଏସବୁ ଜିନିଷ ଦେଖୁଛି ଆପଣଙ୍କ କମ୍ପାନୀ । ଦିନେ କମ୍ପାନୀ ଆପଣଙ୍କୁ କହୁଛି ଯେ ତା ପାଖରେ ଆପଣଙ୍କ ପାଇଁ ଏକ ଡିଲ୍ ଅଛି । ଏବଂ ଏହା ହେଉଛି ଯଦି ଆପଣ ବାରମ୍ବାର ସିଗାରେଟ୍ ପିଇବାକୁ ଯିବେନି ତେବେ ଆପଣଙ୍କୁ ଅତିରିକ୍ତ ଛୁଟି ମିଳିବ । ତେବେ କେମିତି ଲାଗିବ ଭାବନ୍ତୁ । ନିଶ୍ଚିତ ଭାବେ ଖୁସି ଲାଗିବ । କିନ୍ତୁ ଏହି ଅଫରର ଲାଭ ଉଠାଇବା ପାଇଁ ଆପଣଙ୍କୁ ଜାପାନ ଯିବାକୁ ହେବ । କାରଣ ଏହି କମ୍ପାନୀ ଜାପାନରେ ଅଛି । ଏହାର ନାଁ ହେଉଛି  Piala Inc ।

ନିକଟରେ Piala Inc ଏକ ନୂଆ ପଲିସି ନେଇ ଆସିଛି । ଏହି ପଲିସି ଅନୁସାରେ ସିଗାରେଟ୍ ପିଉନଥିବା କର୍ମଚାରୀଙ୍କୁ ଅତିରିକ୍ତ ୬ ଦିନର ଛୁଟି ଦିଆଯିବାର ନିୟମ ରହିଛି । କମ୍ପାନୀର ଜଣେ କର୍ମଚାରୀ ଏହି ଅଭିଯୋଗ କରିଥିଲେ କି ଲୋକମାନେ ବାରମ୍ବାର ସିଗାରେଟ୍ ପିଇବା ପାଇଁ ସିଟରୁ ଉଠି ବାହାରକୁ ଚାଲି ଯାଉଛନ୍ତି । ଏହା ଫଳରେ କାମ ଉପରେ ପ୍ରଭାବ ପଡୁଛି ।

CNBC ରିପୋର୍ଟ ଅନୁସାରେ କମ୍ପାନୀର ଅଫିସ୍ ୨୯ ମହଲାରେ ରହିଛି । ଯାହାକୁ ବି ସିଗାରେଟ୍ ପିଇବାକୁ ପଡିଥାଏ ତାକୁ ବେସମେଣ୍ଟକୁ ଯିବାକୁ ପଡିଥାଏ । ଏହି ସିଗାରେଟ୍ ବ୍ରେକ୍ ପ୍ରାୟ ୧୫ ମିନିଟର ହୋଇଥାଏ ।

ଫଳରେ ଯେଉଁ କର୍ମଚାରୀମାନେ ସିଗାରେଟ୍ ପିଅନ୍ତି ନାହିଁ ସେମାନେ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଏନେଇ ଅଭିଯୋଗ କରିଦେଲେ । କମ୍ପାନୀର ସିଇଓ ଟକାଓ ଅସୁକା ସ୍ମୋକ୍ କରୁନଥିବା କର୍ମଚାରୀଙ୍କୁ ୬ ଦିନ ଅତିରିକ୍ତ ଛୁଟି ଦିଆଯିବାନେଇ ଘୋଷଣା କଲେ । ଅସୁକା ଏହା ମଧ୍ୟ କହିଲେ ଯେ ଆଶା କରାଯାଉଛି ଏହି ନୂଆ ପଲିସି ପରେ ସ୍ମୋକିଂ କରୁଥିବା କର୍ମଚାରୀ ମଧ୍ୟ ସିଗାରେଟ୍ ପିଇବା ଛାଡିଦେବେ ।

   ସମ୍ବନ୍ଧିତ ଖବର


ହଂକଂର ୩ ଲକ୍ଷ ଲୋକଙ୍କୁ ନାଗରିକତା ଦେବ ବ୍ରିଟେନ

କାନପୁର ସୁଟଆଉଟ୍: ହିଷ୍ଟ୍ରୀସିଟର ବିକାଶ ଦୁବେର ଘରକୁ ଜେସିବି ଲଗାଇ ଭାଙ୍ଗିଲା ପ୍ରଶାସନ

ଝିଅକୁ ଅନଲାଇନ୍ କ୍ଲାସ୍ ପାଇଁ ଦେଇପାରିଲେନି ସ୍ମାର୍ଟଫୋନ୍, ଫାଶୀ ଲଗାଇ ଆତ୍ମହତ୍ୟା କଲା ଦିନ ମଜୁରିଆ ବାପା

ଡିଜିଟାଲ ସାନିଟାଇଜ: ସ୍ମାର୍ଟଫୋନ୍‌ ଫ୍ଲାଶ୍‌ ଲାଇଟ୍ ମାତ୍ର‌ ୧୦ ସେକେଣ୍ଡରେ ନଷ୍ଟ କରୁଛି କରୋନା

ଶୁଭାରମ୍ଭ ହେଲା ବିଶ୍ୱର ପ୍ରଥମ ଗୋଲ୍ଡ ପ୍ଲେଟେଡ୍‌ ହୋଟେଲ, ଗୋଟିଏ ରାତି ରହିଲେ ଦେବାକୁ ପଡ଼ିବ ୭୫ ହଜାର ଟଙ୍କା

ଇସ୍ତଫା ଦେବାକୁ ମନା କଲେ ପ୍ରଧାନମନ୍ତ୍ରୀ ଓଲି, ନେପାଳ କମ୍ୟୁନିଷ୍ଟ ପାର୍ଟିରେ ବଢିଲା ବିଭାଜନ ଆଶଙ୍କା