୫୧ଟି ଗାଈ, ତିନି ଆରବୀ ଘୋଡା ଓ ୧୩ ବନ୍ଧୁକ… ଯଶଓ୍ବନ୍ତ ସିଂଙ୍କ ୨୦୧୪ ସମ୍ପତ୍ତି ତାଲିକାରେ ରହିଥିଲା ଆହୁରି ଏସବୁ

ନୂଆଦିଲ୍ଲୀ,୨୭।୯: ବିଜେପିର ବରିଷ୍ଠ ନେତା ଓ ପୂର୍ବ ମନ୍ତ୍ରୀ ଯଶଓ୍ବନ୍ତ ସିଂଙ୍କ ରବିବାର ସକାଳେ ପରଲୋକ ହୋଇଯାଇଛି। ସେ ଅଟଳ ବିହାରୀ ବାଜପେୟୀ ସରକାରଙ୍କ ସମୟରେ  ପ୍ରତିରକ୍ଷା, ବେଦେଶିକ ଓ ଅର୍ଥମନ୍ତ୍ରଣାଳୟର ଦାୟିତ୍ବ ଗ୍ରହଣ କରିସାରିଛନ୍ତି। ସେ ନିଜକୁ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଓ ସାଂସଦ ଭାବରେ ରୂପରେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିଥିଲେ। ଲୋକସଭା ନିର୍ବାଚନ ୨୦୧୪ରେ ବିଜେପିର ବିଦ୍ରୋହୀ ପ୍ରାର୍ଥୀ ଯଶଓ୍ବନ୍ତ ସିଂ ନିଜର ଯେଉଁ ସମ୍ପତ୍ତି ଘୋଷଣା କରିଥିଲେ, ତାହା ଭିତରେ ଗାଈ ଏବଂ ଘୋଡା ମଧ୍ୟ ରହିଥିଲା।

ସେ ନିଜର ସମ୍ପତ୍ତି ତାଲିକାରେ ୫୧ଟି ଗାଇ ଓ ୩ଟି ଆରବୀ ଘୋଡା ଥିବା ଦର୍ଶାଇଥିଲେ। ତାଙ୍କ ପାଖରେ ଥାରପରକର କିସମର, ଯାହାକି ସ୍ଥାନୀୟ ପ୍ରଜାତିର ଗାଈ ଓ ତାଙ୍କର ଜୈସଲମେର ତଥା ଯୋଦ୍ଧପୁରର ଫାର୍ମରେ ରଖାଯାଇଥିଲା। ଯଶଓ୍ବନ୍ତ ପାଖରେ ୩ଟି ଆରବୀ ଘୋଡା ଥିଲା। ଏହା ଭିତରୁ ଦୁଇଟି ଘୋଡା ତାଙ୍କୁ ସାଉଦି ଆରବ ରାଜକୁମାର ଦେଇଥିଲେ। ଯୋଧପୁରରେ ଜସଓ୍ବନ୍ତଙ୍କ ଫାର୍ମ ହାଉସ ରହିଛି, ଯେଉଁଠି ଗାଈର ପ୍ରଜନନ ହୋଇଥାଏ।

ତାଙ୍କର ପୁଅ ଭୁପିନ୍ଦରଙ୍କ କହିବା ଅନୁସାରେ, ତାଙ୍କ ବାପା(ଯଶଓ୍ବନ୍ତ) ଉନ୍ନତ କିସମର ଗାଈ ଓ ଷଣ୍ଢ ସେଠାର ଏକ ରିସର୍ଚ୍ଚ ସେଣ୍ଟର ତଥା ଗୋଶାଳାକୁ ଦାନ କରିଥିଲେ। ଯଶଓ୍ବନ୍ତ ପାଖରେ ୭ କୋଟି ଟଙ୍କା ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଥିଲା, ଯାହା ଭିତରେ ୬ଟି ଗାଡିଥିବା ବେଳେ ଦୁଇଟି ତାଙ୍କ ପତ୍ନୀଙ୍କର ନାମରେ ରହିଥିଲା। ଯଶଓ୍ବନ୍ତ ୧୯୬୦ରେ ସେନାରେ ମେଜର ପଦରୁ ଇସ୍ତଫା ଦେଇ ରାଜନୀତିରେ ପ୍ରବେଶ କରିଥିଲେ। ସେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବାଧୀନ ଏନଡିଏ ସରକାରରେ ନିଜର କ୍ୟାରିୟରର ଶୀର୍ଷରେ ଥିଲେ। ୧୯୯୮ ରୁ ୨୦୦୪ ପର୍ଯ୍ୟନ୍ତ ଆରଜେଡିର ଶାସନକାଳରେ ଯଶଓ୍ବନ୍ତ ଅର୍ଥ, ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରଣାଳୟର ନେତୃତ୍ବ ନେଇଥିଲେ।

   ସମ୍ବନ୍ଧିତ ଖବର


ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଆଇଫୋନ୍‌ ୟୁଜର୍ସଙ୍କୁ ଝଟକା, ଆପ୍ସ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ଓଟିଭିର ଆଉ ଏକ ଜମି କେଳେଙ୍କାରୀ, ରାଜଧାନୀରେ ମାଡ଼ି ବସିଛି ୧୨ ହଜାର ବର୍ଗଫୁଟରୁ ଅଧିକ ଜାଗା

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଶୋକରେ ବି ଫାର୍ସ: ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପୂର୍ବରୁ ଚିରାଗ ପାଶଓ୍ବାନଙ୍କ ରିହର୍ସଲ, ଭିଡିଓ ଭାଇରାଲ

ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା ପ୍ରଫେସର, କହିଲେ ‘କ୍ୟାମେରାରେ ଜୁମ୍ କରି ଦେଖନ୍ତି…’