ବିଜେଡିରେ ମିଶିଲେ ଟାଙ୍ଗରପାଲ୍ଲୀ ବ୍ଲକ୍ ଅଧ୍ଯକ୍ଷ ଜଟିଆ ମୁଣ୍ଡା

ଭୁବନେଶ୍ୱର ୨୪/୩: ବିଜେଡିରେ ଯୋଗଦେଲେ ସୁନ୍ଦରଗଡ ଟାଙ୍ଗରପାଲ୍ଲୀ ବ୍ଲକ୍ ଅଧ୍ଯକ୍ଷ ଜଟିଆ ମୁଣ୍ଡା । ରବିବାର ନବୀନ ନିବାସରେ ଦଳର ସୁପ୍ରିମୋ ନବୀନଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗଦେଇଛନ୍ତି ।
ସୁନ୍ଦରଗଡ ବିଧାନସଭା ଆସନ ପାଇଁ କଂଗ୍ରେସରୁ ଆଶାୟୀ ଥିଲେ ଜଟିଆ ମୁଣ୍ଡା । ତେବେ ସେଠାରେ ଜଟିଆଙ୍କୁ ଟିକେଟ୍ ନଦେଇ ହେମାନନ୍ଦ ବିଶ୍ବାଳଙ୍କ ସାନ ଝିଅ ଅମିତା ବିଶ୍ବାଳଙ୍କୁ ଟିକେଟ୍ ଦେଇଥିବା ଦଳ ଘୋଷଣା କରିଛି । ତେଣୁ ଦଳ ଉପରେ ଅଭିମାନ କରିଥିଲେ ଜଟିଆ । ସେ ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ । କଂଗ୍ରସରେ ପାରିବାରିକ ରାଜନୀତି ଚାଲିଥିବା ମଧ୍ଯ ସେ କହିଥିଲେ ।