PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

କଂଗ୍ରେସରୁ ଟାଙ୍ଗରପାଲ୍ଲୀ ବ୍ଲକ୍ ଅଧ୍ୟକ୍ଷ ଜଟିଆ ମୁଣ୍ଡା ଏବଂ ବିଜେଡିରୁ କୁଚିଣ୍ଡା ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀଙ୍କ ଇସ୍ତଫା

ସୁନ୍ଦରଗଡ ୨୩|୩:ସୁନ୍ଦରଗଡ ଟାଙ୍ଗରପାଲ୍ଲୀ ବ୍ଲକ୍ ଅଧ୍ୟକ୍ଷ ଜଟିଆ ମୁଣ୍ଡା କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସରୁ ଇସ୍ତଫା ଦେବା ପରେ ସେ ବିଜେଡିରେ ଯୋଗଦେବେ ବୋଲି ସୂଚନା ଦେଇଛନ୍ତି । ସୁନ୍ଦରଗଡ ବିଧାନସଭା ଆସନ ପାଇଁ କଂଗ୍ରେସରୁ ଆଶାୟୀ ଥିଲେ ଜଟିଆ ମୁଣ୍ଡା । ତେବେ ସେଠାରେ ଜଟିଆଙ୍କୁ ଟିକେଟ୍ ନଦେଇ ହେମାନନ୍ଦ ବିଶ୍ବାଳଙ୍କ ସାନ ଝିଅ ଅମିତା ବିଶ୍ବାଳଙ୍କୁ ଦଳ ଟିକେଟ୍ ଦେଇଥିବା ଘୋଷଣା କରିଛି । ତେଣୁ କ୍ଷୁବ୍ଧ ହୋଇ ଜଟିଆ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ନିଜର ଶତାଧିକ ସମର୍ଥକଙ୍କ ସହ ସେ ଆସନ୍ତାକାଲି ବିଦ୍ଧିବଦ୍ଧ ଭାବେ ବିଜେଡିରେ ଯୋଗଦେବେ ।

ସେ ଅମିତା ବିଶ୍ବାଳଙ୍କୁ ବିରୋଧ କରିବା ସହ କଂଗ୍ରେସରେ ପାରିବାରିକ ରାଜନୀତି ଚାଲିଥିବା ମଧ୍ୟ କହିଛନ୍ତି । ସେହିପରି ବିଜେଡି ଦଳରୁ ଇସ୍ତଫା ଦେଇଛନ୍ତି କୁଚିଣ୍ଡାର ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ କୁଚିଣ୍ଡା ବିଧାନସଭା ଆସନ ପାଇଁ ବିଜେଡି ଦଳକୁ ଆଶାୟୀ ଥିଲେ ବୃନ୍ଦାବନ । ତେବେ ବିଜେଡି ଛାଡିବା ପରେ ସେ ବିଜେପିରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।