PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ବାହା ହେଉଛନ୍ତି ରାନୀ ପଣ୍ଡା ! ନିଜ ମନର କଥାକୁ ସେୟାର କଲେ ଚର୍ଚ୍ଚିତ ଅଭିନେତ୍ରୀ

ଭୁବନେଶ୍ୱର –ବାଜିବ ସାହାନାଇ। ସେ ପିନ୍ଧିବେ ବଉଳ ପାଟ। ରିଲ୍‌ ନୁହେଁ ରିୟଲରେ ବିବାହ ବେଦିରେ ବସିବେ ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା । ଏକ ଭିଡ଼ିଓ ମାଧ୍ୟମରେ ସେ ଏହି କଥାର ଖୁଲାସା କରିଛନ୍ତି । ଯାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।  

କିଏ ସେହି ବ୍ୟକ୍ତି । ଯିଏ ହେବେ ରାନୀଙ୍କର ଜୀବନ ସାଥୀ। ଏବେ ଆପଣଙ୍କ ମନରେ ଏମିତି ପ୍ରଶ୍ନ ଉଙ୍କି ମାରୁଥିବ। ହେଲେ ଖୁବ୍‌ ଶୀଘ୍ର ଏହି କଥା ମଧ୍ୟ ସ୍ପଷ୍ଟ କରିବେ ବୋଲି ରାନୀ ନିଜେ କହିଛନ୍ତି ।

ଉଲ୍ଲେଖନୀୟ ଯେ, ପୂର୍ବରୁ ରାନୀଙ୍କୁ ତାଙ୍କ ବିବାହ ନେଇ ଗଣମାଧ୍ୟମରେ ପଚରା ଯାଇଥିଲା। ହେଲେ ସେ ବାହା ହେବା ନାହିଁ ବୋଲି ମନା କରିଦେଇଥିଲେ। ଏବେ କିନ୍ତୁ ତାଙ୍କର ମନରେ ପରିବର୍ତ୍ତନ ହୋଇଛି।  ସେ ବାହା ହେବାକୁ ସଜବାଜ ହେଲେଣି । ଏ କଥା ଆମେ କହୁନୁ , ଖୋଦ୍‌ ନିଜେ ରାନୀ ପଣ୍ଡା କହୁଛନ୍ତି ।

ଏକ ଭିଡ଼ିଓ ସେୟାର କରି ସେ କହିଛନ୍ତି , “ମୁଁ ଅନେକ  କଷ୍ଟ ,ନିନ୍ଦା ଓ ଅପମାନ ସହି ସହି ଏବଂ ଓଡ଼ିଶାବାସୀଙ୍କ ତାଳି ଗାଳିକୁ ସାଥି କରି ଆଜି ମୁଁ ଏହି ଶୀର୍ଷ ପାହାଚରେ ପହଞ୍ଚିଛି ,ଯେଉଁଠି ଆଜି ସାରା ଓଡ଼ିଶାର ଲୋକଙ୍କ ପାଖରେ ରାନୀ ପଣ୍ଡା ଏକ ସ୍ୱତନ୍ତ୍ର ପରିଚୟ ପାଇଛି । ଆଉ ଏବେ ମୁଁ ବିବାହ କରୁଛି । କାହାକୁ ଓ କେବେ ବାହା ହେଉଛି , ପରେ ଆଉ ଏକ ଭିଡ଼ିଓରେ  ତାହା କହିବି । ”

ସମ୍ବନ୍ଧିତ ଖବର