ଯୌନ କର୍ମୀଙ୍କ ପାଇଁ ଖୁସି ଖବର – କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଯୌନକର୍ମୀଙ୍କୁ ସହାୟତା ଦିଅ

ନୂଆଦିଲ୍ଲୀ: ଯୌନ କର୍ମୀଙ୍କ ପାଇଁ ଖୁସି ଖବର । ସର୍ବୋଚ୍ଚ ନ୍ୟାୟାଳୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ ଯୌନକର୍ମୀ ମାନଙ୍କୁ ଖାଦ୍ୟ ଓ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ । କୋଭିଡ଼-୧୯ ସମୟରେ ଯୌନକର୍ମୀମାନେ ଅଭାବ ଅନଟନରେ ଜୀବନ ବିତାଉଛନ୍ତି । ଏଭଳି ସମୟରେ ଯୌନକର୍ମୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟର ଏପରି ନିର୍ଦ୍ଦେଶକୁ ଓଡ଼ିଶା ପତିତ ଉଦ୍ଧାର ସମିତିର ସମ୍ପାଦିକା ଆଭାରାଣୀ ଚୌଧୁରୀ ସ୍ୱାଗତ କରିଛନ୍ତି । ନ୍ୟାୟାଳୟ ପକ୍ଷରୁ ନିର୍ଦ୍ଦେଶ ଆସିବା ପୂର୍ବରୁ ରାଜ୍ୟ ମାନବିକ ଅଧିକାର ମଧ୍ୟ ଯୌନକର୍ମୀଙ୍କୁ ସହାୟତାର ହାତ ବଢ଼ାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

କିନ୍ତୁ ରାଜ୍ୟ ସରକାର ଏହି ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଓଡ଼ିଶା ପତିତ ଉଦ୍ଧାର ସମିତି ଦୀର୍ଘ ୨୨ବର୍ଷ ଧରି ଯୌନ କର୍ମୀ ମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିଆସୁଛି । ଯୌନ କର୍ମୀଙ୍କ ଥଇଥାନ ଲାଗି ମାନ୍ୟବର ଉଚ୍ଚ ନ୍ୟାୟାଳୟ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସରକାର ଆଜି ସବୁ ବର୍ଗର ଲୋକମାନଙ୍କୁ ସହାୟତାର ହାତ ବଢ଼ାଇଥିବା ବେଳେ ଯୌନକର୍ମୀ ମାନଙ୍କ ପ୍ରତି ଅବହେଳା ଦେଖାଉଛନ୍ତି । ମହିଳା ମାନଙ୍କ ବିକାଶ ପାଇଁ କାର୍ଯ୍ୟ କରିଆସୁଥିବା ରାଜ୍ୟ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ବିଭାଗ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଯୌନକର୍ମୀ ମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବା ପାଇଁ କୁହାଯାଇଛି ।

   ସମ୍ବନ୍ଧିତ ଖବର


ବିହାରର ସେହି ଦିନକୁ ମନେପକାଅ, ଯେତେବେଳେ ଡ଼ରୁଥିଲେ ମାଆମାନେ : ସ୍ମୃତି ଇରାନୀ

ଚଳିତ ବର୍ଷ ଶ୍ରୀକ୍ଷେତ୍ରର ନିଆରା ଦେବୀ ସଭା

ନାବିଳାକାକୁ ଟେକି ନେଉଥିଲେ ପୋଲିସ ଭ୍ୟାନ ଦେଖି ଛାଡି ପଳାଇଲେ ଦୁର୍ବୃତ୍ତ

କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

ବିଶ୍ୱସ୍ତରୀୟ ଟାଇମ୍ସ ହାଇଅର ଏଡୁକେସନ ରାକିଙ୍ଗ୍‌ରେ ସୋଆ ସ୍ଥାନିତ

ଦେଖନ୍ତୁ-ଭିଡିଓ ତିଆରି କରିବା ପାଇଁ ଏକ କୋଟି ଟଙ୍କାର ଲକ୍ସରି କାର୍‌ ଜାଳିଦେଲେ ୟୁଟ୍ୟୁବର