ସମଲିଙ୍ଗୀ ଯୌନ ଶୋଷଣ ଅଭିଯୋଗ: ଫେଥ୍‌ ଆଉଟ୍‌ରିଚ୍‌ ସଂସ୍ଥାପକ ଗିରଫ

ଝାରସୁଗୁଡ଼ା,୨୦/୦୮: ସମଲିଙ୍ଗୀ ଯୌନ ଶୋଷଣ ଭଳି ସଂଗୀନ ଅଭିଯୋଗରେ ଝାରସୁଗୁଡ଼ାର ଫେଥ୍‌ ଆଉଟ୍‌ରିଚ୍‌ ନାମକ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିଷ୍ଠାତା ଜନ୍‌ ସି ବ୍ରିଜ୍‌ ଗିରଫ ହୋଇଛନ୍ତି। ତାଙ୍କ ବିରୋଧରେ ଝାରସୁଗୁଡ଼ା ଥାନାରେ ୩ ଏସ୍‌ସିଏସ୍‌ଟି ଆଇନ ଏବଂ ୧୦ ପକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର ପରେ ଜାମିନ ନାମଞ୍ଜୁର ହେବାରୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ଗତ ୧୪ ତାରିଖ ଝାରସୁଗୁଡ଼ା ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ଜନ୍‌ ସି ବ୍ରିଜଙ୍କ ଝାରସୁଗୁଡ଼ା କକ୍ସ କଲୋନିସ୍ଥିତ ଫେଥ ଆଉଟ୍‌ରିଚ୍‌ ନାମକ ଅନୁଷ୍ଠାନରେ କନ୍ଧମାଳ ଜିଲ୍ଲାର ଜଣେ ୧୬ ବର୍ଷର ବାଳକ ଅନ୍ତେବାସୀ ଥିଲେ। ୨୦୧୫ ମସିହାରେ ଉକ୍ତ ଛାତ୍ର ପ୍ରତି ଅଭିଯୁକ୍ତ ଜନ୍‌ ବ୍ରିଜ ଯୌନ ଶୋଷଣ କରିଥିବା ଅଭିଯୋଗ କରିଥିଲେ। ଏଠାକୁ ବାଇବେଲ୍‌ ଶିକ୍ଷା ଲାଗି ଆସିଥିବା ସୁନ୍ଦରଗଡ଼ ଜିଲ୍ଲା ଭବାନୀପୁର ଅଞ୍ଚଳର ଜଣେ ବ୍ୟକ୍ତି ମଧ୍ୟ ଅନୁରୂପ ଅଭିଯୋଗ ଆଣିଛନ୍ତି। ଜନ ବ୍ରିଜ୍‌ ତାଙ୍କ ପ୍ରତି ଯୌନ ଶୋଷଣ କରୁଥିବା ସଂଗୀନ ଅଭିଯୋଗ ରହିଛି । ଯାହାକୁ ଭିତ୍ତି କରି ଏକ ମାମଲା ଝାରସୁଗୁଡ଼ା ଥାନାରେ ରୁଜୁ ହୋଇଛି ।

ପ୍ରକାଶଯୋଗ୍ୟ, କନ୍ଧମାଳ ଅଞ୍ଚଳର ବହୁ ଗରିବ ଛାତ୍ରଛାତ୍ରୀ, ଯୁବକ/ଯୁବତୀଙ୍କୁ ଫେଥ ଆଉଟ ରିଚ୍‌ ଅନୁଷ୍ଠାନରେ ଶିକ୍ଷାଦାନ କରାଯାଉଛି। ଏହି ସଂସ୍ଥାର ମୁଖ୍ୟ ଅଭିଯୁକ୍ତ ଜନ୍‌ ବ୍ରିଜଙ୍କ ବିରୋଧରେ ନ୍ୟୁଜିଲାଣ୍ଡ ଦୂତାବାସରୁ ମଧ୍ୟ ରାଜ୍ୟ ସରକାରଙ୍କ ନିକଟରେ ଏଭଳି ସଂଗୀନ ଅଭିଯୋଗ ଆସିବା ପରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶରେ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରା ପୃଥକ ପୃଥକ ତଦନ୍ତ କରାଯାଇ ରିପୋର୍ଟ ପ୍ରଦାନ କରାଯାଇଛି।

   ସମ୍ବନ୍ଧିତ ଖବର


ସୁଶୀଲ ମୋଦିଙ୍କ ଅଭିଯୋଗ; ଜେଲରେ ଥାଇ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି ଲାଲୁ, ବିଧାୟକଙ୍କୁ କରୁଛନ୍ତି ଫୋନ୍…

ରେଡ୍‌ ବୁଲ୍‌ କ୍ୟାମ୍ପସ୍‌ ଟି-ଟ୍ୱେଣ୍ଟି କ୍ରିକେଟ୍‌ : ଫାଇନାଲ୍‌ରେ ସୋଆ ବିଶ୍ୱବିଦ୍ୟାଳୟ

ଆଜି ବି ମଣିଷର ମନରେ ନିଷ୍ଠା, ମାନବିକତା ମରି ନାହିଁ -ପାନ ଦୋକାନୀଙ୍କ ମହାନତା,ହଜି ଯାଇଥିବା ପର୍ସ ଫେରାଇଲେ

ଅଭିନବ ଉପାୟ: ଦିବ୍ୟାଙ୍ଗ ହୋଇଥିଲେ ବି ସ୍ୱାବଲମ୍ବୀ- ରିକ୍ସାକୁ ଲୁନାରେ ବାନ୍ଧି ଚଳାଇଛନ୍ତି ବ୍ୟବସାୟ

ନିଶାସକ୍ତଙ୍କ ବିଚିତ୍ର କାଣ୍ଡ- ସାଲାଇନ୍‌ ବୋତଲ ସହ ଡାକ୍ତରଖାନାରୁ ଚାଲି ଚାଲି ଘରକୁ ପଳାଇଲେ, ଜାଣି ପାରିଲେନି ଡାକ୍ତରଖାନା କର୍ତ୍ତୃପକ୍ଷ

ମିସ ଇଣ୍ଡିଆ-୨୦୨୦ ପାଇଁ ଓଡ଼ିଶାର ଟପ୍‌-୫ ପ୍ରତିଯୋଗୀଙ୍କ ମଧ୍ୟରେ ବଲାଙ୍ଗିରର ଝିଅ ଶୁଭଶ୍ରୀ ରାୟଗୁରୁ