ବଜାରକୁ ଆସିଲା ବିଏସ୍‌-୬ ଜାୱା, ଜାୱା ୪୨ ବାଇକ୍

ନୂଆଦିଲ୍ଲୀ,୧୦/୦୮: କ୍ଲାସିକ୍‌ ଲେଜେଣ୍ଡସ ପ୍ରାଇଭେଟ୍‌ ଲିମିଟେଡ୍‌ ଭାରତୀୟ ବଜାରରେ ଜାୱା ଓ ଜାୱା ୪୨ର ବିଏସ୍‌-୬ ମଡେଲ ଯୋଗାଣ ଆରମ୍ଭ କରିଛି । ଦେଶର ସମସ୍ତ ଡିଲରସିପ୍‌ରେ ଉଭୟ ମୋଟରସାଇକେଲ୍‌ ଟେଷ୍ଟ ରାଇଡ୍‌ ଓ ବୁକିଂ ପାଇଁ ଉପଲବ୍ଧ ।

ସୂଚନା ମୁତାବିକ, ଜାୱା ଓ ଜାୱା ୪୨ରେ ୨୯୩ ସିସି ଲିକ୍ୱିଡ୍‌ କୁଲ୍‌ଡ, ସିଙ୍ଗଲ ସିଲିଣ୍ଡର ଡିଓଏଚ୍‌ସି ଇଞ୍ଜିନ ଖଞ୍ଜାଯାଇଛି। ଉଭୟ ମୋଟରସାଇକେଲରେ ଦେଶର ପ୍ରଥମ କ୍ରସ୍‌ପୋର୍ଟ ଟେକ୍ନୋଲୋଜି ବ୍ୟବହାର କରାଯାଇଛି, ଯାହାକି ଇଞ୍ଜିନ ସାମର୍ଥ୍ୟ ବୃଦ୍ଧି କରିବ । ଏପରିକି ବିଏସ୍‌-୬ ଇଞ୍ଜିନ ସତ୍ତେ୍ୱ ଉଭୟ ବାଇକ୍‌ ଗ୍ରାହକଙ୍କୁ ବିଏସ୍‌-୪ ସହ ସମାନ ପରିମାଣର ଶକ୍ତି ଓ ଟର୍କ ଜରିଆରେ ଗ୍ରାହକଙ୍କୁ ପୂର୍ବଭଳି ଉନ୍ନତ ଚାଳନା ଅନୁଭୂତି ଦେବ ବୋଲି କମ୍ପାନି ଏକ ବିବୃତିରେ ସୂଚନା ଦେଇଛି । ଗ୍ରାହକଙ୍କୁ ସହଜରେ ଜାୱା ଓ ଜାୱା ୪୨ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଡିଲରସିପ୍‌ଗୁଡ଼ିକରେ ବହୁ ଆକର୍ଷଣୀୟ ଫାଇନାନ୍ସ ବିକଳ୍ପ ମଧ୍ୟ ଉପଲବ୍ଧ କରାଯାଉଥିବା କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି ।