ଶାହଙ୍କ ଅଭିଯୋଗ: ନେହରୁ ଯୁଦ୍ଧ ରୋକି ନଥିଲେ ପିଓକେର ଅସ୍ଥିତ୍ୱ ନଥାନ୍ତା

ମୁମ୍ବାଇ ୨୩/୯: ମହାରାଷ୍ଟ୍ର ଏବଂ ହରିଆନାରେ ବିଧାନସଭା ନିର୍ବାଚନ ବିଗୁଲ ବାଜି ସାରିଲାଣି । ଏହି କ୍ରମରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରବିବାର ମହାରାଷ୍ଟ୍ରରେ ପହଞ୍ଚି ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି । ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶାହ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି । ପାକିସ୍ତାନ ଅଧୀକୃତ କାଶ୍ମୀର(ପିଓକେ)ର ସୃଷ୍ଟି ପାଇଁ ସେ ନେହରୁଙ୍କୁ ଦାୟୀ କରିଛନ୍ତି ।

୧୯୪୭ ମସିହାରେ ନେହରୁ ଯଦି ଯୁଦ୍ଧବିରତି ଘୋଷଣା କରିନଥାନ୍ତେ ତେବେ ପିଓକେ ଏବେ ଭାରତରେ ରହିଥାନ୍ତା ବୋଲି ଶାହ କହିଛନ୍ତି । ସେ କହିଛନ୍ତି, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଯେଉଁ ରାଜ୍ୟଗୁଡ଼ିକୁ ଭାରତରେ ବିଲୟ କରିବାକୁ ଦାୟିତ୍ୱ ନେଇଥିଲେ ସେଗୁଡ଼ିକର ସଫଳତାପୂର୍ବକ ଭାରତରେ ବିଲୟ ହୋଇଥିଲା । କିନ୍ତୁ, ଯେଉଁ ରାଜ୍ୟଗୁଡ଼ିକର ଦାୟିତ୍ୱ ପଣ୍ଡିତ ଜବାହାରଲାଲ ନେହରୁଙ୍କୁ ଦିଆଯାଇଥିଲା ସେସବୁ ଭାରତରେ ବିଲୟ ହୋଇପାରିନଥିଲା । ନେହରୁ ହଠାତ୍‌ ଯୁଦ୍ଧବିରତି ଘୋଷଣା କରିନଥିଲେ ପିଓକେ ଏବେ ଭାରତରେ ରହିଥାନ୍ତା ବୋଲି ସେ କହିଥିଲେ । କଂଗ୍ରେସ ଧାରା ୩୭୦ ଉଚ୍ଛେଦକୁ ରାଜନୀତି ଆଧାରରେ ଦେଖୁଛି । କିନ୍ତୁ ବିଜେପି ଏଭଳି ଭାବୁନି ବୋଲି ଶାହ କହିଥିଲେ । ରାହୁଲ ଗାନ୍ଧି ଏବଂ ଏନ୍‌ସପି ମୁଖ୍ୟ ଶରଦ ପାୱାର ଧାରା ୩୭୦ ଉଚ୍ଛେଦକୁ ବିରୋଧ କରୁଛନ୍ତି କିମ୍ବା ସମର୍ଥନ କରୁଛନ୍ତି ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରି ନଥିବା ମଧ୍ୟ ଶାହ ଅଭିଯୋଗ କରିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଧାରା ୩୭୦ ହିଁ ଦେଶରେ ଆତଙ୍କବାଦ ବୃଦ୍ଧିର କାରଣ ସାଜିଥିଲା ଏବଂ କାଶ୍ମୀର ପଣ୍ଡିତଙ୍କୁ ନିଜ ଘର ଛାଡ଼ିବାକୁ ପଡ଼ିଥିଲା । କେବଳ ଧାରା ୩୭୦ କାରଣରୁ ୪୦,୦୦୦ରୁ ଊଦ୍ଧ୍ୱର୍ ଲୋକ ପ୍ରାଣ ହରାଇଥିବା ବେଳେ ଏହା କାହିଁକି ଉଚ୍ଛେଦ କରାଗଲା ତାକୁ ନେଇ କଂଗ୍ରେସ ପ୍ରଶ୍ନ କରୁଛି ବୋଲି ମଧ୍ୟ ଶାହ କଟାକ୍ଷ କରିଥିଲେ ।

   ସମ୍ବନ୍ଧିତ ଖବର


ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’

୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର