କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନିଟ ହେବା ପରେ ଆତ୍ମହତ୍ୟା କଲେ ଯବାନ

ନୂଆଦିଲ୍ଲୀ ୧୪/୫: କୋଭିଡ୍‌-୧୯ ପଜିଟିଭ୍‌ ଭାବେ ଚିହ୍ନିଟ ସେନାର ଜଣେ ୩୧ ବର୍ଷୀୟ ଯବାନ ଆତ୍ମହତ୍ୟା କରିଛନ୍ତି । ସେ ପଶ୍ଚିମ ଦିଲ୍ଲୀସ୍ଥିତ ସେନାର ବେସ୍‌ ହସ୍ପିଟାଲରେ ଚିକିିତ ହେଉଥିବାବଳେ ହସ୍ପିଟାଲ ପରିସରରେ ଥିବା ଏକ ଗଛରେ ଝୁଲି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏ ସଂପର୍କରେ ଡିସିପି(ପଶ୍ଚିମ) ଦୀପକ ପୁରୋହିତ କହିଛନ୍ତି ଯେ, ଯବାନ ଜଣକ ଫୁସଫୁସ୍‌ କର୍କଟର ଶିକାର ଥିଲେ । ତେଣୁ ଧୌଲା କୁଆଁସ୍ଥିତ ସେନାର ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା ।

ଏହାପରେ ମେ ୫ ତାରିଖରେ ସେ କୋଭିଡ୍‌-୧୯ ପଜିଟିଭ୍‌ ଭାବେ ଚିହ୍ନିତ ହେବାରୁ ତାଙ୍କୁ ସେନାର ବେସ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସୋମବାର ବିଳମ୍ୱିତ ରାତି ପ୍ରାୟ ଗୋଟାଏ ବେଳେ ତାଙ୍କୁ ଶେଷଥର ପାଇଁ ଅନ୍ୟ ରୋଗୀମାନେ ଦେଖିଥିଲେ । ସେତବଳେ ସେ ହସ୍ପିଟାଲର କୋଭିଡ-୧୯ ୱାର୍ଡର ପଛପଟେ ଥିବା ଶୌଚାଳୟକୁ ଯାଇଥିଲେ । ପରେ ଭୋର ପ୍ରାୟ ୪ଟା ସମୟରେ ଶୌଚାଳୟ ପଛପଟେ ଥିବା ଏକ ଗଛରେ ତାଙ୍କର ମୃତଦେହ ଝୁଲୁଥିବାର ଦେଖାଯାଇଥିଲା ।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now