PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ରିଲିଜ ହେଲା ଫିଲ୍ମ ‘ଜୟ ମମ୍ମି ଦୀ’ର ମଜାଦାର ଟ୍ରେଲର, ଦେଖିଲେ ହସି ହସି ଗଡିବେ…

ମୁମ୍ବାଇ ୧୨/୧୨: ଫିଲ୍ମ ‘ପ୍ୟାର କା ପଞ୍ଚନାମା’ ରୁ ବଲିଉଡରେ ନିଜ ପରିଚୟ ସୃଷ୍ଟି କରିଥିବା ଡାଇରେକ୍ଟର ଲଭ୍ ରଞ୍ଜନ ଏବେ ପ୍ରଡ୍ୟୁସର ଭାବେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ନିଜ ପ୍ରଥମ ଫିଲ୍ମ ‘ଜୟ ମମ୍ମି ଦୀ(Jai Mummy Di)’ ର ଜବରଦସ୍ତ ଟ୍ରେଲର ଆଜି ରିଲିଜ କରିଦେଇଛନ୍ତି । ଏହି ଫିଲ୍ମର ଟ୍ରେଲରକୁ ଦେଖି ଆପଣ ମଧ୍ୟ ନିଜ ହସ ରୋକିପାରିବେନି । ଫିଲ୍ମର କାହାଣୀ ଅନ୍ୟ ବଲିଉଡ ଫିଲ୍ମ ଅପେକ୍ଷା ବହୁତ ଅଲଗା ଲାଗୁଛି ।

ଏହି ଫିଲ୍ମ ଲଭ୍ ରଞ୍ଜନ ଓ ଭୂଷଣ କୁମାରଙ୍କ ବ୍ୟାନର ଅଣ୍ଡରରେ ମିଳିତ ଭାବେ ନିର୍ମାଣ କରାଯାଇଛି  । ଫିଲ୍ମର କାଷ୍ଟ କଥା କହିବା ତ ଏଥିରେ  ପୁଣି ଲଭ୍ ରଞ୍ଜନଙ୍କ ପ୍ରିୟ କଳାକାର  ଅଭିନେତା ସନି ସିଂହ ଓ ସୋନାଲୀ ସେୟଗଲ ମୁଖ୍ୟ ଭୂମିକାରେ ନଜର ଆସିବେ । ଉଭୟଙ୍କ ସହ ମୁଖ୍ୟ ଭୂମିକାରେ ସୁପ୍ରିୟା ପାଠକ ଓ ପୁନମ ଢିଲ୍ଲୋ ମଧ୍ୟ ନଜର ଆସିବେ । ଉଭୟ ହିରୋ-ହିରୋଇନଙ୍କ ମା ଭୂମିକାରେ ନଜର ଆସୁଛନ୍ତି । ଅବଶ୍ୟ ଆମେ କହିପାରିବା ଯେ ମା’ ମାନେ ହିଁ ଫିଲ୍ମର ମୁଖ୍ୟ ଚରିତ୍ର ଭାବେ ଫିଲ୍ମରେ ନଜର ଆସିବେ । ଦେଖନ୍ତୁ ଟ୍ରେଲର…

ଫିଲ୍ମରେ ସୁପ୍ରିୟା ପାଠକ ସନ୍ନି ସିଂହଙ୍କ ମା ଏବଂ ପୁନମ ଢିଲ୍ଲୋ ସୋନାଲୀଙ୍କ ମା ଭୂମିକାରେ ନଜର ଆସିବେ । ଉଭୟଙ୍କୁ  ଟ୍ରେଲରରେ ‘ମୋଗେମ୍ବୋ’ ଓ ’ଗବ୍ବର’ ନାଁରେ ପରିଚିତ କରାଯାଇଛି । ଉଭୟଙ୍କ ପିଲାମାନେ ପରସ୍ପର ପ୍ରେମରେ ପଡିଯାଉଛନ୍ତି ଏବଂ କାହାଣୀ ଆହୁରି ମଜାଦାର ହୋଇଯାଉଛି ।

କହିରଖୁଛୁ ‘ଜୟ ମମ୍ମି ଦୀ’ ନବଜୋତ୍ ଗୁଲାଟୀଙ୍କ ଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ । ଟି ସିରିଜର ଭୂଷଣ କୁମାର ଓ କୃଷ୍ଣ କୁମାର ଓ ଲଭ୍ ଫିଲ୍ମର ଲଭ୍ ରଞ୍ଜନ ଓ ଅଙ୍କୁର ଗର୍ଗଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମ ୧୭ ଜାନୁୟାରୀ ୨୦୨୦ରେ ରିଲିଜ ହେବ ।

ସମ୍ବନ୍ଧିତ ଖବର