ବାଉଳି ହେଲେକି ଜୟ ପଣ୍ଡା -ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରି ଅଡୁଆରେ ବୈଜୟନ୍ତ ପଣ୍ଡା

 ଭୁବନେଶ୍ୱର –   ଓଡିଶା ଶାସନକୁ ପାକିସ୍ଥାନ ସହ ତୁଳନା କରି ଅଡୁଆରେ ପୂର୍ବତନ ସାଂସଦ ତଥା ବିଜେପି ନେତା ବୈଜୟନ୍ତ ପଣ୍ଡା । ଆଦିବାସୀ ମହିଳା ସାଂସଦଙ୍କ ମିଛ ଭିଡିଓ ଭାଇରାଲ ଘଟଣାରେ ନିଜ ଓଟିଭି ରିପୋର୍ଟରଙ୍କୁ ସୁରକ୍ଷା ଦେବାକୁ ଯାଇ ଜୟଙ୍କ ଏହି ଟ୍ବିଟକୁ ତୀବ୍ର ବିରୋଧ ହୋଇଛି ।  ସୋସିଆଲ ମିଡିଆରେ ଏହାକୁ ନେଇ ବିଜେଡି ନେତାଙ୍କ ସମତେ ବିଭିନ୍ନ ବର୍ଗର ଲୋକେ ଜୟଙ୍କୁ ଘେରିଛନ୍ତି  । ସେପଟେ ମିଛ ଭିଡିଓ ଭାଇରାଲ ପ୍ରସଙ୍ଗରେ ସାଂସଦ ଚନ୍ଦ୍ରାଣୀ ମୂର୍ମୁ ପୁଣି ଏକ ଭିଡିଓ ଜାରି କରି ଓଟିଭି ଏମ୍ ଡି ଜଗି ମଙ୍ଗତ ପଣ୍ଡା ଏବଂ ବୈଜୟନ୍ତ ପଣ୍ଡାଙ୍କୁ ପ୍ରଶ୍ନ କରିଛନ୍ତି । ଏହି ଭିଡିଓ ଭାଇରାଲ କରିଥିବା ଓଟିଭି ରିପୋର୍ଟରଙ୍କୁ ସୁରକ୍ଷା ଦେବାକୁ ବନ୍ଦ କରିବାକୁ ଦାବି କରିବା ସହ ନ୍ୟାୟ ମାଗିଛନ୍ତି । ମୋତେ ନ୍ୟାୟ ନମିଳିଲେ ଭାରତୀୟ ଗଣତନ୍ତ୍ର ପ୍ରତି ଅନ୍ୟାୟ ହେବ ବୋଲି ଚନ୍ଦ୍ରାଣୀ କହିଛିନ୍ତି ।.

 ବାଉଳି ଲେଣିକି ଜୟ । ଓଡ଼ିଶାକୁ  ପାକିସ୍ତାନ ସହ ତୁଳନା କରି ଅଡୁଆରେ ବୈଜୟନ୍ତ ପଣ୍ଡା । ଓଡିଶା ଶାସନକୁ ପାକିସ୍ଥାନ ସହ ତୁଳନା କରି ଟ୍ବିଟ କରିବା ଲାଗି ପୂର୍ବତନ ସାଂସଦ ଓ ବିଜେପି ରାଷ୍ଟ୍ରିୟ ଉପସଭାପତି ବୈଜୟନ୍ତ ପଣ୍ଡା ସାରା ରାଜ୍ୟରେ ସମାଲୋଚିତ ହୋଇଛନ୍ତି । ଦେଖନ୍ତୁ ଜୟଙ୍କ ଏହି ଟ୍ବିଟକୁ।  ବୈଜୟନ୍ତ ଓଡ଼ିଶା ଓ ମହାରାଷ୍ଟ୍ରର ଶାସନକୁ ତୁଳନା କରି ଟ୍ବିଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ ମହାରାଷ୍ଟ୍ର ଓ ଓଡ଼ିଶାରେ ଯେଉଁଭଳି ଭାବେ ପୋଲିସ ହେପାଜତରେ ଜେରା, ସାମ୍ବାଦିକଙ୍କୁ ଆକ୍ରମଣ ଚାଲିଛି ଏ ସବୁ କିଛି ପାକିସ୍ତାନ ଭଳି ଚାଲିଛି ।  ବୈଜୟନ୍ତଙ୍କ ଏହି ଟ୍ବିଟକୁ ନେଇ ସୋସିଆଲ ମିଡିଆରେ ଯୁଦ୍ଧ ଆରମ୍ଭ ହୋଇଛି । ବିଭିନ୍ନ ବର୍ଗର ଲୋକେ ଏହାକୁ ତୀବ୍ର ନିନ୍ଦା କରିଛନ୍ତି । ନିଜ ରାଜ୍ୟକୁ ପାକିସ୍ତାନ ସହିତ ତୁଳନା କରିବା ଲଜ୍ଜ୍ୟାହୀନ କଥା, ଏମିତି କିଛି ଲେଖି ବୈଜୟନ୍ତଙ୍କୁ କାଉଣ୍ଟର କରିଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ। ଏଥିସହିତ କେନ୍ଦ୍ରାପଡ଼ା ଲୋକେ ଏଭଳି ବୟାନ କେନ୍ଦ୍ରାପଡାବାସୀଙ୍କ ପ୍ରତି ଅପମାନ ବୋଲି ବୈଜୟନ୍ତଙ୍କ ଟ୍ବିଟରେ ରିପ୍ଲାଏ ଦେଇ ଲେଖିଛନ୍ତି।  କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଟ୍ବିଟ କରି ଲେଖିଛନ୍ତି ଯଦି କେନ୍ଦ୍ରାପଡ଼ାକୁ ପାକିସ୍ତାନର ଅଂଶ ବୋଲି ସେ ଭାବୁଛନ୍ତି ତେଣୁ ସେ କେନ୍ଦ୍ରାପଡ଼ା ଓଡ଼ିଶା ଛାଡ଼ିଦେବାକୁ ତାଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ଅନୁଭବ।  ସାଂସଦ ସସ୍ମିତ ପାତ୍ର କହିଛନ୍ତି ଏପରି ତୁଳନା କରିବା ଓଡିଶା ବାସୀଙ୍କ ଲାଗି ଅପମାନ । ବିଜେଡି କହିଛି ବୈଜୟନ୍ତ ତୁରନ୍ତ କ୍ଷମା ପ୍ରାର୍ଥନା କରିବା ଉଚିତ। ସେପଟେ ମାପି ଚୁପ ପତିକ୍ରିୟା ରଖିଥିବା ବିଜେପି କହିଛି କୋଉ ମର୍ମରେ ବୈଜୟନ୍ତ ଏକଥା କହିଛନ୍ତି ତାର ଉତ୍ତର ସେ ହିଁ ଦେଇପାରିବେ ।

ମିଛ ଭିଡିଓ ଭାଇରାଲ ପ୍ରସଙ୍ଗରେ ସାଂସଦ ଚନ୍ଦ୍ରାଣୀ ମୂର୍ମୁ ପୁଣି ଏକ ଭିଡିଓ ଜାରି କରି ଓଟିଭି ଏମ୍ ଡି ଜଗି ମଙ୍ଗତ ପଣ୍ଡା ଏବଂ ବୈଜୟନ୍ତ ପଣ୍ଡାଙ୍କୁ ପ୍ରଶ୍ନ କରିଛନ୍ତି । ଏହି ଭିଡିଓ ଭାଅରାଲ କରିଥିବା ଓଟିଭି ରିପୋର୍ଟରଙ୍କୁ ସୁରକ୍ଷା ଦେବାକୁ ବନ୍ଦ କରିବାକୁ ଦାବି କରିବା ସହ ନ୍ୟାୟ ମାଗିଛନ୍ତି ଚନ୍ଦ୍ରାଣୀ । ମୋତେ ନ୍ୟାୟ ନମିଳିଲେ ଭାରତୀୟ ଗଣତନ୍ତ୍ର ପ୍ରତି ଅନ୍ୟାୟ ହେବ ବୋଲି ଚନ୍ଦ୍ରାଣୀ କହିଛିନ୍ତି ।. ଚନ୍ଦ୍ରାଣୀ କହିଛନ୍ତି ମିଥ୍ୟା ଅଶ୍ଳୀଳ ଭିଡିଓ ଭାଇରାଲ କରିଥିଲେ ଓଟିଭି ସାମ୍ବାଦିକ ଜଣେ ଆଦିବାସୀ ଯୁବତୀଙ୍କୁ ବଦନାମ କରିବା ଉଦ୍ଦେଶ୍ୟ ଥିଲା । ତାଙ୍କୁ  ମାନସିକ ଭାବରେ ଉତ୍ପୀଡନ କରିବା ଉଦ୍ଦେଶ୍ୟ  ଓଟିଭି ରିପୋର୍ଟର ରମେଶ ରଥ ଭିଡିଓ ଭାଇରାଲ କରିଥିଲେ । ରମେଶରଥଙ୍କୁ ସୁରକ୍ଷା ଦେଉଛନ୍ତି ଜଗି ପଣ୍ଡା ଏବଂ ବୈଜୟନ୍ତ ।  ପଣ୍ଡା ପରିବାର ପରିବାରରେ କାହାର ଏମିତି ହୋଇଥିଲେ ବୈଜୟନ୍ତ ଭୁଲି ଯାଇଥାନ୍ତେ କି ବୋଲି ଜୟ ଓ ଜଗିଙ୍କୁ  ଚନ୍ଦ୍ରାଣି ପ୍ରଶ୍ନ କରିଛନ୍ତି ।  ରମେଶ ରଥଙ୍କୁ ଦଣ୍ଡ ମିଳିଲେ ଯାଇ ମୁଁ ନ୍ୟାୟ ପାଇବି । ହେଲେ ଜଗି ଏବଂ ବୈଜୟନ୍ତ ପଣ୍ଡା ମୋତେ ନ୍ୟା ପାଇବାକୁ ବଞ୍ଚିତ କରୁଛନ୍ତି ।  ଅପରାଧ କରୁଥିବା ବ୍ୟକ୍ତିକୁ ସୁରକ୍ଷା ଦେଉଛନ୍ତି ଜଗି ଓ ବୈଜୟନ୍ତ ବୋଲି ଭିଡିଓରେ କହିଛନ୍ତି । ଓଟିଭି ମିଡିଆକୁ ଲଗାଇ ସତ୍ୟକୁ ବିଭ୍ରାନ୍ତ କରିବାକୁ ଅପଚେଷ୍ଟା କରୁଛି ଓଟିଭି । ମୁଁ ସାଂସଦ ହୋଇ ମଧ୍ୟ ମୋତେ  ନ୍ୟାୟ ପାଇଁ ଗୁହାରି କରିବାକୁ ପଡୁଛି । ମୋତେ ନ୍ୟାୟ ନମିଳିଲେ ଭାରତୀୟ ଗଣତନ୍ତ୍ର ପ୍ରତି ଅନ୍ୟାୟ ହେବବୋଲି ଚନ୍ଦ୍ରାଣୀ କହିଛନ୍ତି ।

ସେପଟେ ଚନ୍ଦ୍ରାଣୀ ମୁର୍ମୁଙ୍କ ଭିଡିଓ  ପ୍ରଶ୍ନ ଏବଂ ଜୟଙ୍କ ଟ୍ବିଟ୍ ପ୍ରସଙ୍ଗରେ ଜୟ କି ଜଗିଙ୍କ ପତିକ୍ରିୟା ମିଳି ପାରିନି ।

   ସମ୍ବନ୍ଧିତ ଖବର


ଭାରସାମ୍ୟ ହରାଇ ପିଟି ହେଲା କାର, ଚାଳକ ଆହତ

ତାରାଙ୍କ ନୂଆ ଅବତାର: ନେତାରୁ ସାଜିଲେ ଅଭିନେତା, ମା’ ଦୁର୍ଗାଙ୍କ ପୂଜା କରୁଥିବା ଭିଡିଓ ଭାଇରାଲ୍‌

ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ: ଆଜି ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଇଜ୍ଜତ ନେବି ବଦନାମ୍ କରିବି ‘ଶହେ କିଲୋମିଟର ଦୂରରୁ ଏମିତି ଧମକ ଦେଉଛି ଦୁର୍ବୃତ୍ତ’ ଅଥଚ- ଆତଙ୍କିତ ବିଧବା ମହିଳାଙ୍କୁ ମିଳୁନି ପୋଲିସ୍ ସୁରକ୍ଷା

ପରିବା କ୍ଷେତରୁ ବଜାର ପହଞ୍ଚିବା ପରେ ଦାମ ହେଇଯାଉଛି ଦୁଇଗୁଣା, ଜାଣନ୍ତୁ କଣ’ ରହିଛି କାରଣ…

ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଏସଏମ୍‌ସି ସଭାପତି ନାଁ ଥାନାରେ ଏତଲା