ଆଜି ଜୟା ଏକାଦଶୀ : ଭୁଲରେ ବି କରନ୍ତୁ ନାହିଁ ଏହି କାମ, ଜାଣନ୍ତୁ ପୂଜା ବିଧି…

ଭୁବନେଶ୍ଵର, ୨୩/୦୨ : ଏହାଦଶୀକୁ ବ୍ରତ ମଧ୍ୟରେ ଶ୍ରେଷ୍ଠ କୁହାଯାଏ। ମାଘ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ଜୟା ଏକାଦଶୀ ପଡେ। ଚଳିତ ବର୍ଷ ଏହି ତିଥି ୨୦୨୧ ପେବୃଆରୀ ୨୩ ତାରିଖରେ ଅର୍ତାତ୍ ଆଜି ପଡିଛି। କୁହନ୍ତି ଜୟା ଏକାଦଶୀରେ ବିଧି ବିଧାନରେ ପୂଜା କଲେ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ। ମା’ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପଡେ ଏବଂ ସମସ୍ତ କଷ୍ଟରୁ ମୁକ୍ତି ମିଳିଥାଏ। ପୌରାଣିକ କଥା ଅନୁସାରେ, ଜୟା ଏକାଦଶୀ ଦିନ ଶ୍ରୀହରିଙ୍କ ନାମ ଜପିବା କାରଣରୁ ପିଶାଚଙ୍କ ଭୟ ରୁହେ ନାହିଁ।
ଜୟା ଏକାଦଶୀ ବ୍ରତର ଶୁଭ ମୁହୂର୍ତ୍ତ-
- ଏକାଦଶୀ ତିଥି ପ୍ରାରମ୍ଭ- ୨୨ ଫେବୃଆରୀ ସୋମବାର ୫ ଟା ୧୬ ମିନିଟ।
- ଏକାଦଶୀ ସମାପ୍ତ- ୨୩ ପେବୃଆରୀ ମଙ୍ଗଳବାର ସନ୍ଧ୍ୟା ୬ଟା ୫ ମିନିଟ୍।
- ଜୟା ଏକାଦଶୀ ପାରଣା ଶୁଭ ମୁହୂର୍ତ୍ତ- ୨୪ ପେବୃଆରୀ ସକାଳ ୬ଟା ୫୧ ମିନିଟରୁ ୯ଟା ୯ ମିନିଟ୍।
- ପାରଣା ଅବଧି- ୨ ଘଣ୍ଟା ୧୭ ମିନିଟ୍।
ଜୟା ଏକାଦଶୀ ବ୍ରତର ପୂଜା ବିଧି-
ଏହି ଦିନ ସକାଳୁ ଉଠି ସ୍ନାନ କରନ୍ତୁ। ଏହା ପରେ ପୂଜା ସ୍ଥଳକୁ ଭଲ ଭାବରେ ସଫା କରିଦିଅନ୍ତୁ। ଏଠାରେ ଭଗବାନ ବିଷ୍ଣୁ କିମ୍ବା ଭଗବାନ କୃଷ୍ଣଙ୍କ ମୂର୍ତ୍ତି ସ୍ଥାପନା କରନ୍ତୁ। ଭଗବାନଙ୍କର ବିଧି ବିଧାନରେ ପୂଜା କରନ୍ତୁ। ପୂଜା ସମୟରେ ଭଗବାନ ବିଷ୍ଣୁଙ୍କ ସହସ୍ରନାମ ପାଠ କରନ୍ତୁ। ପ୍ରସାଦ, ତୁଳସୀ ଜଳ, ଫଳ, ନଡିଆ, ଧୂପକାଠି, ଓ ଫୁଲକୁ ଭଗବାନଙ୍କ ନିକଟରେ ସମର୍ପଣ କରନ୍ତୁ। ପୂଜା ସମୟରେ ମନ୍ତ୍ର ଉଚ୍ଚାରଣ କରନ୍ତୁ। ଏହାପରେ ପରଦିନ ସକାଳେ ଦ୍ଵାଦଶୀ ପୂଜା କରିବା ପରେ ଭୋଜନ ସେବନ କରନ୍ତୁ।
ଏକାଦଶୀରେ କରନ୍ତୁ ନାହିଁ ଏହି କାମ-
ପୁତ୍ରଦା ଏକାଦଶୀରେ ଜୁଆ ଖେଳନ୍ତୁ ନାହିଁ। ଏଭଳି କଲେ ବଂଶ ନାଶ ହୋଇଥାଏ। ପୁତ୍ରଦା ଏକାଦଶୀରେ ସାରା ରାତି ଶୋଇବା ଉଚିତ୍ ନୁହେଁ। ଏହି ସମୟରେ ଭଗବାନ ବିଷ୍ଣୁଙ୍କ ଭକ୍ତି, ମନ୍ତ୍ର ଜପ ଓ ଜାଗରଣ କରିବା ଉଚିତ୍। ଏକାଦଶୀ ଦିନ ଚୋରି କରିବା ଉଚିତ୍ ନୁହେଁ। ଏହିଦିନ ଚୋରି କଲେ ସାତ ପିଢୀ ଯାଏଁ ପାପ ଲାଗିଥାଏ। ଭଗବାନ ବିଷ୍ଣୁଙ୍କ କୃପା ପାଇବା ପାଇଁ ସମସ୍ତ ବ୍ୟକ୍ତିଙ୍କୁ ଖାଇବା ପିଇବାରେ ସାତ୍ତ୍ଵିକତା ଓ ବ୍ୟବହାରରେ ସଂଜମତା ରକ୍ଷା କରିବା ଉଚିତ୍। ଏହିଦିନ କାହା ଉପରେ କଠୋର ଶବ୍ଦ ବ୍ୟବହାର କରିବା ଉଚିତ୍ ନୁହେଁ। ଏହି ଦିନ କ୍ରୋଧ ଏବଂ ମିଛ କହିବା ଉଚିତ୍ ନୁହେଁ।