ଧର୍ମପରାୟଣ ମହିଳା ଜୟକୁମାରୀ ପ୍ରଧାନଙ୍କ ପରଲୋକ

ବରଗଡ଼ ୪।୬ : ଭି.ଏସ.ଏସ ନଗର (ପୁରୁଣା ଜାତୀୟ ରାଜପଥ କଡ) ରେ ବାସ କରୁଥିବା ପୂର୍ବତନ ଆଇ.ଜି.ଆର୍ ସ୍ବର୍ଗତ କଷ୍ଟ ପ୍ରଧାନଙ୍କ ପତ୍ନୀ ଜୟକୁମାରୀ ପ୍ରଧାନଙ୍କ ପରଲୋକ ହୋଇଛି। ବାର୍ଦ୍ଧକ୍ୟ ଜନିତ କାରଣରୁ ସେ ଦୀର୍ଘଦିନ ହେଲା ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଂକୁ ୯୨ ବର୍ଷ ହେଉଥିଲା।

ବଡପୁଅ ଆଇ.ଏ.ଏସ ଅଧିକାରୀ ତଥା ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ତଥା ବର୍ତ୍ତମାନ ଓଡିଶା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପରାମର୍ଶଦାତା ପ୍ରସନ୍ନ କୁମାର ପ୍ରଧାନ ଆସି ପାରିନଥିଲେ। ସ୍ବର୍ଗତ ଜୟ କୁମାରୀଙ୍କ ଅନ୍ୟ ଦୁଇ ପୁଅ ଅବସରପ୍ରାପ୍ତ ୱେସ୍କୋ ଏମ୍,.ଡି ପ୍ରଶାନ୍ତ କୁମାର ପ୍ରଧାନ ଏବଂ ଅବସର ପ୍ରାପ୍ତ ଏସ୍ .ବି .ଆଇ ଆଞ୍ଚଳିକ ପ୍ରବନ୍ଧକ ପ୍ରଦୀପ କୁମାର ପ୍ରଧାନ ଅନ୍ତେଷ୍ଟୀ ସମୟରେ ଉପସ୍ଥିତ ଥିଲେ।

ଜିରା ନଦୀ ଶ୍ମଶାନରେ ପ୍ରଶାନ୍ତ ମୂଖାଗ୍ନି ଦେଇଥିଲେ। ସ୍ବର୍ଗତ ପ୍ରଧାନଙ୍କ ସ୍ନେହଲତା, ସ୍ୱର୍ଣଲତା ଓ ପୁଷ୍ପଲତା ନାମରେ ୩ ଟି ଝିଅ ଅଛନ୍ତି। ସ୍ୱର୍ଗତା ପ୍ରଧାନ ନିଜସ୍ଵ ଉଦ୍ୟମରେ ତାଙ୍କ ଜନ୍ମସ୍ଥାନ ଜାମ୍ ପାଲି ଠାରେ ଏକ ମହାଦେବ ମନ୍ଦିରର ପ୍ରତିଷ୍ଠା କରିଛନ୍ତି। ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

   ସମ୍ବନ୍ଧିତ ଖବର


ଗୋରୁ ବୋଝେଇ ଗାଡ଼ି ଜବତ, ଡ୍ରାଇଭର ସମେତ ଦୁଇ ଅଟକ

ଆଇଆରବି ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ, ଚାଲିଛି ତଦନ୍ତ

ବନବିଭାଗ ଫରେଷ୍ଟ ଗାର୍ଡ ନିଖୋଜ, ଥାନାରେ ଏତଲା

ବାଲେଶ୍ୱର ସଦର ଉପନିର୍ବାଚନ: ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ରାଲି ଆଜି

ଗୁପ୍‌ଚୁପ୍‌ ଖୁଆଇବା ବାହାନାରେ ଦିବ୍ୟାଙ୍ଗ ଯୁବତୀକୁ ଘରୁ ଡାକି ନେଇ ଦୁଷ୍କର୍ମ, ମାମଲା ରୁଜୁ ପରେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

କୂଅରୁ ମା’, ପୁଅଙ୍କ ମୃତଦେହ ଉଦ୍ଧାର