ବିଜେପିରେ ସାମିଲ ହେଲେ ଜୟା ପ୍ରଦା

ନୂଆଦିଲ୍ଲୀ,୨୬ା୩(ଏଜେନ୍ସି): ବର୍ଷୀୟାନ ଅଭିନେତ୍ରୀ ତଥା ପୂର୍ବତନ ସାଂସଦ ଜୟା ପ୍ରଦା ଆଜି ଔପଚାରିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ସେ ବିଜେପିରେ ସାମିଲ ହେବା ନେଇ କିଛିଦିନ ହେଲା ଚର୍ଚ୍ଚା ହେଉଥିଲା । ବିଜେପି ଟିକେଟ୍ରେ ସେ ଉତ୍ତର ପ୍ରଦେଶର ରାମପୁର ଲୋକସଭା ଆସନରୁ ସମାଜବାଦୀ ପାର୍ଟି ନେତା ଆଜମ୍ ଖାନ୍ଙ୍କୁ ଟକ୍କର ଦେବେ । ସମାଜବାଦୀ ପାର୍ଟିରେ ଥିଲା ବେଳେ ୨୦୦୪ ଓ ୨୦୦୯ରେ ସେ ରାମପୁରରୁ ଲୋକସଭା ସାଂସଦ ଥିଲେ । ଏହା ପୂର୍ବରୁ ସେ ତେଲୁଗୁ ଦେଶମ୍ ପାର୍ଟିରେ ମଧ୍ୟ ଥିଲେ । ତେବେ ପ୍ରାୟ ୩ଟି ଦଳ ବଦଳାଇବା ପରେ ସେ ଏବେ ବିଜେପିରେ ସାମିଲ ହୋଇଛନ୍ତି । ତେଣୁ ପୁଣି ସେ ରାମପୁରରୁ ଲୋକସଭା ପ୍ରାର୍ଥୀ ହୋଇ ସପା ପ୍ରାର୍ଥୀ ଆଜମ୍ ଖାନ୍ଙ୍କ ସହ ମୁକାବିଲା କରିବେ ବୋଲି ଜଣାପଡ଼ିଛି ।