ପ୍ରମୁଖ ଖବର
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଜୟେଶ ଭାଇ ଜୋରଦାର

ବଲିଉଡ୍‌ ଅଭିନେତା ରଣବୀର ସିଂହଙ୍କ ଦୁଇଟି ଫିଲ୍ମ ଏବେ ରିଲିଜ୍‌ ଅପେକ୍ଷାରେ ଅଛି । ତା’ ହେଲା ‘୮୩’ ଏବଂ ‘ଜୟେଶଭାଇ ଜୋରଦାର’ ।

ସେଥିମଧ୍ୟରୁ ‘୮୩’ କରୋନା ସଙ୍କଟ ଆସିବା ପୂର୍ବରୁ ରିଲିଜ୍‌ ପାଇଁ ପ୍ରସ୍ତୁତ ହୋଇଯାଇଥିଲା । ‘ଜୟେଶଭାଇ ଜୋରଦାର’ର ସୁଟିଂ ବି ସରିଯାଇଛି । କିନ୍ତୁ ପୋଷ୍ଟ ପ୍ରଡକ୍ସନ୍‌ ସରିନାହିଁ । ଅନଲକ୍‌ର ଏହି ପର୍ଯ୍ୟାୟରେ ରଣବୀର ଏବେ ତାର ଡବିଂ ଆରମ୍ଭ କରିଛନ୍ତି । ନିକଟରେ ତାଙ୍କୁ ସେଥିପାଇଁ ୟଶରାଜ ଫିଲ୍ମସର ଷ୍ଟୁଡ଼ିଓରେ ଦେଖିବାକୁ ମିଳିଥିଲା । ଅନ୍ୟପଟେ ଫିଲ୍ମଟି ଓଟିଟିରେ ରିଲିଜ୍‌ ହେବ ବୋଲି ଚର୍ଚ୍ଚା ଚାଲିଥିବାବେଳେ ଜଣେ ସୂତ୍ର ତାକୁ ଖଣ୍ଡନ କରିଛନ୍ତି ।

କହିଛନ୍ତି, ‘ଜୟେଶଭାଇ ଜୋରଦାର’ ଥିଏଟରରେ ନିଶ୍ଚିତ ଭାବେ ରିଲିଜ୍‌ ହେବ । ଏଥିରେ କୌଣସି ସନ୍ଦେହ ନାହିଁ । ନିର୍ମାତାମାନେ ଫିଲ୍ମଟିକୁ ରିଲିଜ୍‌ କରିବା ଲାଗି ଉପଯୁକ୍ତ ସମୟର ଅପେକ୍ଷାରେ ଅଛନ୍ତି ।’ ସୂଚନାଥାଉକି, ନବାଗତ ଦିବ୍ୟାଙ୍ଗ ଠକ୍କର ଏହି କମେଡି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ୟଶରାଜ ଫିଲ୍ମସ ସହ ମନୀଷ ଶର୍ମା ପ୍ରଯୋଜକ ଅଛନ୍ତି । ରଣବୀରଙ୍କ ବିପକ୍ଷରେ ଏଥିରେ ଶାଲିନୀ ପାଣ୍ଡେ ସ୍କ୍ରିନ୍‌ ସେୟାର କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.