ମଦ୍ୟପ ଜେସିବି ଡ୍ରାଇଭରର ଲଙ୍କାକାଣ୍ଡ, ରାଗରେ ପୋଲିସ ଜିପକୁ ଚାପି ଭାଙ୍ଗିଦେଲା

ନୂଆଦିଲ୍ଲୀ,୧୪।୧୧: ରାଜସ୍ଥାନର ଯୋଦ୍ଧପୁରରେ ଜଣେ ମଦ୍ୟପ ଯୁବକର ଦେଖିବାକୁ ମିଳିଛି ଲଙ୍କାକାଣ୍ହ। ମିଳିଥିବା ଖବର ଅନୁସାରେ, ନିଶାଗ୍ରସ୍ତ ଏହି ଯୁବକ ଜଣକ ଜେସିବି ମେସିନ୍ ନେଇ ଏକ ପେଟ୍ରୋଲ ପମ୍ପ ନିକଟରେ ପହଁଞ୍ଚିଥିଲା ଓ ଡିଜେଲ ନେବା ସମୟରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ସହିତ ତା’ର ଝଗଡା ହୋଇଥିଲା। ଏହି ସମୟରେ ଜେସିବି ଜରିଆରେ ନିଶାସକ୍ତ ଯୁବକ ଜଣକ ପେଟ୍ରୋଲ ପମ୍ପ ଭାଙ୍ଗିଦେବ ବୋଲି ଧମକ ଦେଇଥିଲା।

ମଦ୍ୟପ ଜେସିବି ଚାଳକ ଧମକ ଦେବାପରେ ପେଟ୍ରୋଲ ପମ୍ପ ମାଲିକ ପୋଲିସକୁ ଡାକିଥିଲେ। ଖବର ପାଇ ପୋଲିସ ସେଠାରେ ପହଁଞ୍ଚି ବୁଝାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ମଦ୍ୟପ ଡ୍ରାଇଭର ଜଣକ ପୋଲିସ କଥାରେ ଅଧିକ ରାଗିଯାଇଥିଲା। ଏହାପରେ ସେ ରାଗରେ ପୋଲିସ ଜିପକୁ ଜେସିବି ମେସିନ ଲଗାଇ ଚାପିଦେଇଥିଲା। ପୋଲିସ କର୍ମୀମାନେ ଖୁବ୍ କଷ୍ଟରେ ଜିପ ଭିତରୁ ବାହାରି ନିଜର ଜୀବନ ବଞ୍ଚାଇ ପାରିଥିଲେ। ମଦ୍ୟପ ଜେସିବି ଚାଳକର ଏଭଳି କାଣ୍ଡ ଦେଖି ପୋଲିସ ତାକୁ ଗିରଫ କରି ନେଇଛି। ଜେସିବି ଚାଳକ ପୋଲିସ ଗାଡିକୁ ଏଭଳି ଚାପିବା ଦେବାର ଭିଡିଓ ଓ ସିସିଟିଭି ଫୁଟେଜ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି।

   ସମ୍ବନ୍ଧିତ ଖବର


ଗଲୱାନର ବୀର ସହିଦଙ୍କ କାହାଣୀ – ଏକାକୀ ୧୨ ଚୀନ୍‌ ସୈନିକଙ୍କୁ ମାରିଥିଲେ

ଚୀନ୍‌କୁ ଜବାବ ଦେବାପାଇଁ ପ୍ରସ୍ତୁତି- ଲଦାଖରେ ମୁତୟନ ହେଲେ ସର୍ଜିକାଲ୍‌ ଷ୍ଟ୍ରାଇକିଂ ଫୋର୍ସ

ଏହି ସ୍ଥାନମାନଙ୍କରେ ଖୋଲିଲା ରେଡ୍‌ଲାଇଟ୍‌ ଏରିଆ- କିସ୍‌ କରିବା ଓ ଜୋରରେ ଶ୍ୱାସକ୍ରିୟା ମନା

ଭାରତରେ ଆଇଆଇଟି ଛାତ୍ର ଓ ପ୍ରଫେସର ତିଆରି କଲେ କରୋନା ବିନାଶକ ଡିଓଡ୍ରେଣ୍ଟ – ବାସ୍ନା ସହ ଭୁତାଣୁ ମାରିବ

୭ ସେପ୍ଟେମ୍ବର ପର୍ଯ୍ୟନ୍ତ ବନ୍ଦ ରହିବ ଗୁଗଲ ଅଫିସ୍

ଘରେ ଏକା ଥିବା ସମୟରେ କଲେଜ ଛାତ୍ରୀଙ୍କୁ ହତ୍ୟା