୬ ମାସ ଭିତରେ ହଟିବେ ନୀତିଶ ସରକାର, ତେଜସ୍ବୀ ହେବେ ମୁଖ୍ୟମନ୍ତ୍ରୀ ; ଏମିତି ଦାବିକଲେ ଜେଡିୟୁ ବିଧାୟକ…

ଭାଗଲପୁର: ବିହାରରେ ଚଳିତଥର ବିଧାନସଭା ନିର୍ବାଚନ ଫଳାଫଳ ପରେ ଜେଡିୟୁରେ କିଛି ଅସନ୍ତୁଳନ ଦେଖିବାକୁ ମିଳୁଛି । ଯେଉଁଠି ଗୋଟିଏ ପଟେ ବିରୋଧି ଆରଜେଡି ନେତା ନୀତିଶଙ୍କୁ ଏନଡିଏ ଛାଡିବାକୁ କହୁଥିବା ବେଳେ ଅନ୍ୟପଟେ ଦଳର ବିଧାୟକ ସରକାର ଭାଙ୍ଗିବାର ଭବିଷ୍ୟବାଣୀ କରିଛନ୍ତି । ବିଭିନ୍ନ ସମୟରେ ନିଜର ଚର୍ଚ୍ଚିତ ବୟାନକୁ ନେଇ ଖବରର ଶୀର୍ଷକ ପାଲଟିଥିବା ଜେଡିୟୁ ବିଧାୟକ ଗୋପାଳ ମଣ୍ଡଳ ଭବିଷ୍ୟବାଣୀ କରିଛନ୍ତି ଯେ ନୀତୀଶ କୁମାରଙ୍କ ସରକାର ଆସନ୍ତା ୬ମାସ ମଧ୍ୟରେ ପତନ ହେବ ଏବଂ ତା’ପରେ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ହେବେ ।

ଭାଗଲପୁରର ଗୋପାଳପୁର ବିଧାନସଭା ଆସନର ବିଧାୟକ ଗୋପାଳ ମଣ୍ଡଳ ଏକ ସମ୍ବାଦିକ ସମ୍ମିଳନୀରେ ଏଭଳି ଦାବି କରିଛନ୍ତି । ସେ କହିଛନ୍ତି ଯେ, ଏବେ ବି ତାଙ୍କ ଦଳର ନେତାଙ୍କୁ ଲୋକମାନେ ଲାଠିରେ ମାଡ ମାରୁଛନ୍ତି । ୬ ମାସ ପରେ ନୀତିଶ କୁମାର ସରକାରର ପତନ ହେବ । କେବଳ ଏତିକି ନୁହେଁ ବରଂ ଗୋପାଳ ମଣ୍ଡଳ ନିଜକୁ ଅଂଚଳର ଜଣେ ଦବଙ୍ଗନେତା ବୋଲି ଦାବି କରିଛନ୍ତି । ଏହା ପୂର୍ବରୁ ଗୋପାଳ ମଣ୍ଡଳଙ୍କ ଏକ ଅଡିଓ ଭାଇରାଲ ହେବାରେ ଲାଗିଥିଲା, ଯେଉଁଥିରେ ସେ କହିଥିଲେ ଯେ ନିର୍ବାଚନରେ ସେ ବିଜେପି ନେତାଙ୍କୁ ହଇରାଣ କରିବାର ଯୋଜନା ଥିଲା