ଓଡି଼ଶା ଛାତ୍ରଛାତ୍ରୀଙ୍କ ପାଇଁ ବଢିଲା ଜେଇଇ ଆଡଭାନ୍ସ ରେଜିଷ୍ଟ୍ରେସନ ଅବଧି

ଭୁବନେଶ୍ୱର ୭/୫: ଓଡିଶା ପିଲାଙ୍କ ପାଇଁ ଜେଇଇ ଆଡଭାନ୍ସ ରେଜିଷ୍ଟ୍ରେସନ ଅବଧି ବଢିଲା । ରେଜିଷ୍ଟ୍ରେସନ ଅବଧି ୫ ଦିନ ବୃଦ୍ଧି ପାଇଲା । ଅବଧି ୫ ଦିନ ବଢିଥିବା ଜଣାଇଲେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର । ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଡକର ଟ୍ୱିଟ୍ ଜରିଆରେ ମଙ୍ଗଳବାର ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଓଡିଶା ପିଲାଙ୍କ ପାଇଁ ରେଜିଷ୍ଟ୍ରେସନ ଅବଧି ମେ ୧୪ ଯାଏଁ ବୃଦ୍ଧି ପାଇଲା । ପୂର୍ବରୁ ମେ ୩ରୁ ୯ ପର୍ଯ୍ଯନ୍ତ ରେଜିଷ୍ଟ୍ରେସନ ଦିନ ଧାର୍ଯ୍ଯ ଥିଲା ।

ରେଜିଷ୍ଟ୍ରେସନ ଅବଧି ବୃଦ୍ଧି ପାଇଁ ଚିଠି ଲେଖିଥିଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ଯମନ୍ତ୍ରୀ ଆଉ ୧୦ ଦିନ ଅବଧି ବଢାଇବାକୁ ଦାବି କରିଥିଲେ । କହିରଖୁଛୁ ବାତ୍ଯା ଫୋନି ପରେ ଏପର୍ଯ୍ଯନ୍ତ ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ରୂପେ ସୁଧୁରି ପାରିନି । ତେବେ ଇଣ୍ଟରନେଟ୍ ସେବା ବିଚ୍ଛିନ୍ନ ଥିବାରୁ ଅବଧି ବୃଦ୍ଧି ପାଇଁ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ।

   ସମ୍ବନ୍ଧିତ ଖବର


‘ପ୍ରମେୟ’ର ନବମ ସ୍ୱନକ୍ଷତ୍ର

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ମହିଳା ଓ ପରିବାର ସଦସ୍ୟଙ୍କୁ ଗାଁ ଦାଣ୍ଡରେ ମରଣାନ୍ତକ ଆକ୍ରମଣ, ଭିଡିଓ ଭାଇରାଲ୍…

ପୁଣି କରୋନା ନେଲା ୫ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୪୪କୁ ବୃଦ୍ଧି

କରୋନାମୁକ୍ତ ରାସ୍ତାରେ ଓଡ଼ିଶା: ୨୪ଘଣ୍ଟା ଆଉ ୩୭୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୯ ହଜାର ପାର୍

କାର୍ତ୍ତିକେଶ୍ୱର ଭସାଣି ପାଇଁ କଟକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ୧୬ ପ୍ଲାଟୁନ୍‌ ଫୋର୍ସ ମୁତୟନ: ବିସର୍ଜନ ପାଇଁ ପ୍ରସ୍ତୁତ ରହିଛି ୧୦ ଅସ୍ଥାୟୀ ଜଳାଶୟ

ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତକୁ ନରସିଂହପୁରରୁ ଉଠାଇ ନେଲା କୋଲକାତା ପୁଲିସ