PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ଜେଇଇ ମେନ୍‌ ୨୦୨୦ ପରୀକ୍ଷାର ଏହା ରହିଛି ଗାଇଡ୍‌ଲାଇନ୍

ନୂଆଦିଲ୍ଲୀ – ୨୦୨୦ ଜେଇଇ ମେନ୍‌ ପରୀକ୍ଷା ଅନୁଷ୍ଠିତ ହେବା ପାଇଁ ଯାଉଛି । ଏଥିରେ ଅଂଶଗ୍ରହଣ କରୁଥିବା ପରୀକ୍ଷାର୍ଥୀମାନେ ଏହାର କଣ ନୀତି ନିୟମ ବା ମାର୍ଗ ଦର୍ଶିକା ରହିଛି ସେ ବିଷୟରେ ଜାଣିବା ପାଇଁ ଚାହିଁବେ । ଯେଉଁମାନେ ଏଥିପାଇଁ ପ୍ରସ୍ତୁତି କରୁଛନ୍ତି ଏବଂ ଚଳିତ ବର୍ଷ ପ୍ରବେଶିକା ପରୀକ୍ଷା ଦେବେ ସେମାନେ ନିଶ୍ଚିତ ଭାବେ ଏହି ସବୁ କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ । ପରୀକ୍ଷା ସମୟରେ ଛାତ୍ରଛାତ୍ରୀମାନଙ୍କର ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇଛି ।

କରୋନା ଯୋଗୁଁ ଚଳିତ ବର୍ଷ ସାରା ଭାରତରେ ଲକ୍‌ଡାଉନ୍‌ ଥିଲା । ଏଥିଯୋଗୁଁ ବଭିନ୍ନ ପରୀକ୍ଷା ସହ ପ୍ରବେଶିକା ପରୀକ୍ଷା ମଧ୍ୟ ବିଳମ୍ବରେ ଅନୁଷ୍ଠିତ ହେଉଛି । ଏଥିପାଇଁ ବିଭିନ୍ନ ନୂଆ ଗାଇଡ୍‌ ଲାଇନ୍‌ ବା ମାର୍ଗଦର୍ଶିକା ଜାରି କରାଯାଇଛି । କରୋନା ସୁରକ୍ଷାକୁ ଚଳିତ ଥର ଧ୍ୟାନ ଦିଆଯାଇଛି । ଯେଉଁ ଛାତ୍ରଛାତ୍ରୀମାନେ ଜେଇଇ ମେନ୍‌ ୨୦୨୦ ଦେବେ ଏବଂ ଆଡ୍‌ମିଟ୍‌ କାର୍ଡ ପାଇଁ ଲିଷ୍ଟେଡ୍‌ ବା ତାଲିକା ଭୁକ୍ତ ହୋଇ ସାରିଲେଣି ସେମାନେ ଏହି ମାର୍ଗ ଦର୍ଶିକା ବା ଗାଇଡ୍‌ ଲାଇନ୍‌ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି ।

କୋଭିଡ୍‌ -୧୯ ଯୋଗୁଁ ସୁରକ୍ଷା ଯାଞ୍ଚ୍‌ ସହ ସାନିଟାଇଜେସନ୍‌ ପ୍ରତି ଧ୍ୟାନ ଦିଆଯିବ । ଏଥିପାଇଁ ପରୀକ୍ଷାର୍ଥୀମାନଙ୍କୁ ଏକ ଘଣ୍ଟା ପର୍ବରୁ ଆସିବା ପାଇଁ ପରାମର୍ଶ ଦିଆଯାଇଛି । ଏନ୍‌ଟିଏ୍‌ ନିର୍ଦେଶକ ଭୀନିତ ଯୋଶୀଙ୍କ ଅନୁସାରେ ପରୀକ୍ଷାର୍ଥୀମାନଙ୍କୁ ବିଭିନ୍ନ ସ୍ଲଟ ଦିଆଯିବ । ସେମାନେ ସେହି ଅନୁସାରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ । ଆଡମିଟ୍‌ କାର୍ଡ ସହ ସେହି ସମୟରେ ପରୀକ୍ଷାର୍ଥୀ ପହଞ୍ଚିବେ । ଏହା ସହ ସେମାନଙ୍କର ପରିଚୟ ପତ୍ର ରଖିଥିଲେ ।
ପରୀକ୍ଷାର୍ଥୀ ସାମାଜିକ ଦୂରତ୍ୱ ମାନିବେ । ସେମାନଙ୍କ ସିଟ୍‌ ବା ଆସନରେ ବସିବେ । ପେପର ୨ରେ ସେମାନେ ଜୋମେଟ୍ରି ବକ୍ସ ବ୍ୟବହାର କରିପାରିବେ । ଏହାସହ କଲର୍ ପେନ୍‌ସିଲ୍‌ ଏବଂ କ୍ରାୟନ ବ୍ୟବହାର କରିପାରିବେ । ରଫ୍‌ କାମ ସେମାନେ କଳା କିମ୍ବା ନୀଳ ପେନ୍‌ ଦ୍ୱାରା କରିପାରିବେ । ପରୀକ୍ଷା ନୀରିକ୍ଷଙ୍କୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପରୀକ୍ଷା ଖାତା ଦେବେ । ଏଥିର ତାଙ୍କର ଦସ୍ତଖତ , ଅଙ୍ଗୁଳି ଚିହ୍ନ ରହିବ ।

ଅଭିଭାବକମାନଙ୍କ ପାଇଁ ରହିଥିବା ନିର୍ଦ୍ଦେଶାବଳୀ ବା ଗାଇଡ୍‌ଲାଇନ୍‌ସ-
ଅଭିଭାବକମାନେ ମଧ୍ୟ କେତକ ଗାଇଡ୍‌ଲାଇନ୍‌ ମାନିବା ପାଇଁ ନିର୍ଦେଶ ଦିଆଯାଇଛି । ଅତି ଦରକାର ନଥିଲେ ପରୀକ୍ଷାର୍ଥୀଙ୍କ ସହ ପରୀକ୍ଷା କେନ୍ଦ୍ରକୁ ନଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଆସିଥିବା ତେବେ ପରୀକ୍ଷା କେନ୍ଦ୍ର ଠାରେ ପରୀକ୍ଷାର୍ଥୀଙ୍କୁ ଛାଡି ଏହା ପରିସରକୁ ତୁରନ୍ତ ଛାଡିବା ପାଇଁ ନିର୍ଦେଶ ଦିଆଯାଇଛି । ପରୀକ୍ଷା କେନ୍ଦ୍ର ନିକଟରେ ବାରିକେଡ୍‌ ତିଆରି କରାଯିବ । ଗହିଳି କରିବା ପାଇଁ ଦିଆଯିବ ନାହିଁ ।

ମଧୁମେହ ବା ଡାଇବେଟିସ୍‌ ଥିବା ପରୀକ୍ଷାର୍ଥୀମାନେ ସୁଗାର ଟାବଲେଟ୍‌ ଏବଂ ଫଳ ସାଙ୍ଗରେ ନେଇ ପାରିବେ । ଏହା ସହ ସ୍ୱଚ୍ଛ ବା ଟ୍ରାନସ୍‌ପାରେଟ୍‌ ପାଣି ବୋତଲ ନେଇ ପାରିବେ । କିନ୍ତୁ ପ୍ୟାକେଟ କରାଯାଇଥିବା ଖାଦ୍ୟ ଯେପରି ଚକୋଲେଟ୍ କ୍ୟାଣ୍ଡି , ସ୍ୟାଣ୍ଡଓ୍ୱିଚ୍‌ ନେଇ ପାରିବେ ନାହିଁ ।

ସମ୍ବନ୍ଧିତ ଖବର