ପ୍ରକାଶ ପାଇଲା ଜେଇଇ ମେନ୍‌ ପରୀକ୍ଷା ଫଳ

ଭୁବନେଶ୍ୱର,୨୯ା୪(ବ୍ୟୁରୋ): ନ୍ୟାସ୍‌ନାଲ୍‌ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ର ପେପର୍‌-୧ ଫଳ ଆଜି ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ନିଜ ସ୍କୋର୍‌ କାର୍ଡ ହରରଜ୍ଞବସଦ୍ଭ.ଦ୍ଭସମ.ସଦ୍ଭ ୱେବସାଇଟ୍‌ରେ ଦେଖିପାରିବେ । ପରୀକ୍ଷା ଦେଇଥିବା ସମୁଦାୟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୪ ଜଣ ୧୦୦ ପ୍ରତିଶତ ନମ୍ବର ରଖିଛନ୍ତି । ଦିଲ୍ଲୀରୁ ଜଣେ, କର୍ଣ୍ଣାଟକରୁ ଜଣେ, ମଧ୍ୟପ୍ରଦେଶରୁ ୩ ଜଣ, ପଞ୍ଜାବରୁ ଜଣେ, ତେଲେଙ୍ଗାନାରୁ ୪ ଜଣ, ରାଜସ୍ଥାନରୁ ୪ ଜଣ, ଆନ୍ଧ୍ର ପ୍ରଦେଶରୁ ଦୁଇ ଜଣ, ମହାରାଷ୍ଟ୍ରରୁ ୩ ଜଣ, ଉତ୍ତର ପ୍ରଦେଶରୁ ୨ ଜଣ, ହରିୟାଣାରୁ ୨ ଜଣ, ଝାଡ଼ଖଣ୍ଡରୁ ଜଣେ ଶତପ୍ରତିଶତ ନମ୍ବର ରଖି ର‌୍ୟାଙ୍କ ପାଇଛନ୍ତି । ଏହା ବ୍ୟତୀତ ଏନ୍‌ଟିଏ ପକ୍ଷରୁ ବିଭିନ୍ନ ରାଜ୍ୟର ଟପର ତାଲିକା ମଧ୍ୟ ଘୋଷଣା କରାଯାଇଛି । ଓଡ଼ିଶାର ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲର ଛାତ୍ର ପ୍ରତୀକ ଚୌଧୁରୀ ରାଜ୍ୟ ଟପର ହୋଇଛନ୍ତି । ଏହା ସହ ସର୍ବଭାରତୀୟ ସ୍ତରରେ ୨୬ ନମ୍ବର ର‌୍ୟାଙ୍କ ହାସଲ କରିଛନ୍ତି ।

ଏନ୍‌ଟିଏ ପକ୍ଷରୁ କମନ୍‌ ର‌୍ୟାଙ୍କ ଲିଷ୍ଟରେ ୮୯.୭୫ ପ୍ରତିଶତ ମାର୍କ କଟଅଫ୍‌ ରଖାଯାଇଥିବାବେଳେ ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ୭୮.୨୧, ଓବିସି ବର୍ଗରେ ୭୪.୩୧, ଅନୁସୂଚିତ ଜାତି ବର୍ଗରେ ୫୪.୩୧, ଅନୁସୂଚିତ ଜନଜାତି ବର୍ଗରେ ୪୪.୩୩, ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୦.୧୧ ପ୍ରତିଶତ କଟଅଫ୍‌ ମାର୍କ ନିଆଯାଇଛି । ଉଭୟ ଜାନୁଆରୀ ଓ ଚଳିତ ମାସରେ ହୋଇଥିବା ପରୀକ୍ଷାର ଫଳକୁ ତୁଳନା କରାଯାଇ ସର୍ବଭାରତୀୟ ର‌୍ୟାଙ୍କ ପ୍ରକାଶ ପାଇବ ।

ଜେଇଇ ମେନ୍‌ ପେପର୍‌-୧ ର‌୍ୟାଙ୍କ୍‌ ହାସଲ କରିଥିବା ଛାତ୍ରଛାତ୍ରୀ ଏନ୍‌ଆଇଟି, ଟ୍ରିପଲ୍‌ ଆଇଟି ସମେତ ଦେଶର ବିଭିନ୍ନ ଘରୋଇ ତଥା ସରକାରୀ ଇଞ୍ଜିନିୟରିଂ କଲେଜଗୁଡିକରେ ବିଇ/ବିଟେକ୍‌ ପଢିପାରିବେ । ସେହିପରି ଶ୍ରେଷ୍ଠ ୨ ଲକ୍ଷ ୨୪ ହଜାର ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସ୍‌ଡ୍‌ ଦେବା ପାଇଁ ମଧ୍ୟ ଯୋଗ୍ୟ ବିବେଚିତ ହେବେ । ଜେଇଇ ଆଡଭାନ୍ସଡ୍‌ ର‌୍ୟାଙ୍କ ପାଇଲେ ଛାତ୍ରଛାତ୍ରୀମାନେ ଆଇଆଇଟିରେ ନାମ ଲେଖାଇବେ ।

ଉଲ୍ଲେଖଯୋଗ୍ୟ, ଉଭୟ ଜାନୁଆରୀ ଓ ଏପ୍ରିଲ୍‌ରେ ହୋଇଥିବା ଜେଇଇ ମେନ୍‌ ପରୀକ୍ଷା ପାଇଁ ୧୨ ଲକ୍ଷ ୩୭ ହଜାର ୮୯୨ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୧୧ ଲକ୍ଷ ୪୭ ହଜାର ୧୨୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଜାନୁଆରୀରେ ହୋଇଥିବା ପରୀକ୍ଷାରେ ୯ ଲକ୍ଷ ୨୯ ହଜାର ୧୯୮ ପଞ୍ଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୮ ଲକ୍ଷ ୭୪ ହଜାର ୪୬୯ ଜଣ ପରୀକ୍ଷା ଦେଇଥିଲେ । ସେହିପରି ଏପ୍ରିଲ୍‌ ମାସରେ ସାରା ଦେଶରୁ ମୋଟ ୯ ଲକ୍ଷ ୩୫ ହଜାର ୭୫୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଥିବାବେଳେ ୮ ଲକ୍ଷ ୮୧ ହଜାର ୯୬ ଜଣ ପରୀକ୍ଷା ଦେଇଥିଲେ । ଉଭୟ ଜାନୁଆରୀ ଓ ଏପ୍ରିଲ୍‌ରେ ହୋଇଥିବା ପରୀକ୍ଷାରେ ୬ ଲକ୍ଷ ୮ ହଜାର ୪୪୦ ଜଣ ଛାତ୍ରଛାତ୍ରୀ ଜାନୁଆରୀରେ ପରୀକ୍ଷା ଦେଇଥିଲେ ।

   ସମ୍ବନ୍ଧିତ ଖବର


ଜାଆଁଳା ଶିଶୁଙ୍କ ଛାତି ଓ ପେଟ ଯୋଡି ହୋଇ ରହିଥିଲା,୮ ଘଣ୍ଟାର ଅପରେସନ୍ ପରେ କରାଗଲା ଅଲଗା

ବିଜେପି ସାଂସଦଙ୍କ ଦାବି: ଟିଏମସିର ୬୨ ବିଧାୟକ ଆମ ସହ ଯୋଗାଯୋଗରେ ଅଛନ୍ତି, ଡିସେମ୍ବର ୧୫ ସୁଦ୍ଧା ଭାଙ୍ଗିଯିବ ମମତା ସରକାର

‘କୋଭିସିଲ୍ଡ’ର ପାର୍ଶ୍ଵ ପ୍ରତିକ୍ରିୟା ଅଭିଯୋଗକୁ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ର ଖଣ୍ଡନ, ସ୍ବେଚ୍ଛାସେବୀଙ୍କୁ ୧୦୦ କୋଟି ଟଙ୍କାର ମାନହାନୀ ଧମକ

ହଠାତ୍ ଆକାଶରେ ଦେଖିବାକୁ ମିଳିଲା ଅଗ୍ନି ପିଣ୍ଡୁଳା,ଜୋରଦାର ଲାଇଟ୍ ସହିତ ହୋଇଗଲା ଗାଏବ୍

କରୋନାରେ ମିଳିଲାନି କାମ, ଭୋକ ଉପବାସରେ ଜାଗାଘର ବାରଣ୍ଡାରେ ଆଖିବୁଜିଲେ ବୃଦ୍ଧ: ଶତ ଚେଷ୍ଟା ସତ୍ତ୍ୱେ ବଞ୍ଚାଇ ପାରିଲେନି ସାମାଜିକ କର୍ମୀ

ଆମେରିକା ରାଷ୍ଟ୍ରପତି ଜୋ ବିଡେନ୍ ଆହତ, ଭାଙ୍ଗିଗଲା ଗୋଡର ହାଡ଼