ପ୍ରମୁଖ ଖବର
  • ବାଲେଶ୍ୱର ଜିଲ୍ଲା ଜେଲରେ ବିଚାରାଧୀନ କଏଦୀ ମୃତ।
  • ||
  • ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା 'ପ୍ରିୟଂଶୁ' ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
  • ||
  • ନୟାଗଡ଼: ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ଫାଶି
  • ||
  • ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଟପିଲା ପାରଦ
  • ||
  • ନୂଆପଡା - ଚେକିଂ ବେଳେ ୩ ଲକ୍ଷ ୬୯ ହଜାର ଟଙ୍କା ସିଜ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ
  • ||
  • ୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଘୋଷଣା!
  • ||
  • EVM- VV-PAT ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ, ଇଭିଏମ୍‌ରେ ମତଦାନକୁ ନେଇ ସୁପ୍ରିମେକୋର୍ଟଙ୍କ ରାୟ ପ୍ରକାଶ
  • ||
  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||

ବାହାରିଲା ଜେଇଇ ମେନ୍ ପେପର -୧ ଫଳ

ଭୁବନେଶ୍ୱର,୧୯ ।୧(ବ୍ୟୁରୋ): ଗତ ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଜେଇଇ ମେନ୍ ପେପେର-୧ର ଫଳ ଆଜି ପ୍ରକାଶିତ ହୋଇଛି । ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ଏହି ପରୀକ୍ଷା ପରିଚାଳନା କରୁଥିବାବେଳେ ଆଜି ଫଳ ବାହାର କରିଛି । ପ୍ରରକାଶିତ ଫଳ ତାଲିକାରେ ମାତ୍ର ୧୫ଜଣ ଶତ ପ୍ରତିଶତ(୧୦୦ଧ) ମାର୍କ ରଖିଛନ୍ତି । ୧୫ଜଣଙ୍କ ମଧ୍ୟରୁ ତେଲେଙ୍ଗାନାରୁ ୪ଜଣ, ମହାରାଷ୍ଟ୍ରରୁ ୩ଜଣ, ଉତ୍ତର ପ୍ରଦେଶରୁ ୨ଜଣ, ରାଜସ୍ଥାନରୁ ୨ଜଣ, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକରୁ ଜଣେ ଲେଖାଏଁ ୧୦୦ଧ ହାସଲ କରିପାରିଛନ୍ତି । ତେବେ ଚଳିତ ବର୍ଷ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ଛାତ୍ରଛାତ୍ରୀଙ୍କୁ ଦୁଇ ଥର ପରୀକ୍ଷା ଦେବା ପାଇଁ ସୁଯୋଗ ଦେଇଛି । ପ୍ରଥମ ଥର ଖରାପ ହୋଇଥିଲେ ଦ୍ୱିତୀୟ ଥର ଜଣେ ପରୀକ୍ଷା ଦେଇ ଭଲ କରିପାରିବ । ନଚେତ୍‌ ଉଭୟ ପରୀକ୍ଷା ମଧ୍ୟରୁ ଭଲ ମାର୍କକୁ ଗଣନା କରାଯିବ ବୋଲି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି । ଅପରପକ୍ଷେ ଏପ୍ରିଲରେ ହେବାକୁ ଥିବା ଜେଇଇ ମେନ୍‌ର ଦ୍ୱିତୀୟ ପର୍ଯ୍ୟାୟ ରେଜଲ୍ଟ ବାହାରିବା ପରେ ର‌୍ୟାଙ୍କ୍‌ ଘୋଷଣା କରାଯିବ । ଜେଇଇ ମେନରେ ବିଭିନ୍ନ ରାଜ୍ୟର ଟପର୍‌ ତାଲିକା ଘୋଷଣା କରାଯାଇଛି । ଓଡ଼ିଶାର ଶିବାଶିଷ ନାୟକ ୯୯.୯୮ଧ ମାର୍କ ରଖି ରାଜ୍ୟ ଟପର୍‌ ହୋଇଛନ୍ତି ।
ଜେଇଇ ମେନ୍‌ ପେପର୍‌-୧ ଦେଇଥିବା ଛାତ୍ରଛାତ୍ରୀମାନେ ର‌୍ୟାଙ୍କ୍‌ ହାସଲ କରିବା ପରେ ଏନ୍‌ଆଇଟି, ଟ୍ରିପଲ୍‌ଆଇଟି ସମେତ ଦେଶର ବିଭିନ୍ନ ଘରୋଇ ତଥା ସରକାରୀ ଇଞ୍ଜିନିୟରିଂ କଲେଜଗୁଡିକରେ ବିଇ/ବିଟେକ୍‌ ପଢ଼ିପାରିବେ । ଚଳିତ ବର୍ଷ ଜେଇଇ ମେନ୍‌ ପେପର୍‌-୧ ପାଇଁ ସାରା ଦେଶରୁ ୯ ଲକ୍ଷ ୨୯ ହଜାର ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିବା ବେଳେ ୮ଲକ୍ଷ ୭୪ହଜାର ୪୬୯ଜଣ ପରୀକ୍ଷା ଦେଇଥିଲେ । ଦେଶ ଓ ବିଦେଶର ମୋଟ ୨୫୮ଟି ସହରର ୪୬୭ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା ।
ସେହିପରି ଶୀଘ୍ର ଜେଇଇ ମେନ୍‌ ପେପର୍‌-୨ର ପରୀକ୍ଷା ଫଳ ବାହାରିବ ବୋଲି ମନ୍ତ୍ରୀ ଶ୍ରୀ ଜାଭଡେକର୍‌ ସୂଚନା ଦେଇଛନ୍ତି । ପେପର୍‌-୨ରେ ର‌୍ୟାଙ୍କ୍‌ ହାସଲ କରିବା ପରେ ବି.ଆର୍କ (ଆର୍କିଟେକଚର୍‌) ଓ ବି ପ୍ଲାନ୍‌ରେ ନାମ ଲେଖିପାରିବେ । ତେବେ ଜେଇଇ ମେନ୍‌ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆସନ୍ତା ଫେବ୍ରୁଆରୀ ୮ ତାରିଖରୁଆବେଦନ ଆରମ୍ଭ ହେବ । ଆବେଦନ ଅନଲାଇନରେ ହେବାକୁ ଥିବା ବେଳେ ମାର୍ଚ୍ଚ ୭ ତାରିଖରେ ସରିବ । ଦ୍ୱିତୀୟ ପର୍ଯ୍ୟାୟ ଜେଇଇ ମେନ୍‌ ପରୀକ୍ଷା ଏପ୍ରିଲ ୬ରୁ ଆରମ୍ଭ ହୋଇ ୨୦ ତାରିଖରେ ସରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.