PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଜୈସ ଟାର୍ଗେଟରେ ‘ଅଯୋଧ୍ୟା, ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଛି ମାସୁଦ ଆଝାର

ନୂଆଦିଲ୍ଲୀ ୨୬/୧୨: ଅଯୋଧ୍ୟାରେ ବଡ଼ଧରଣର ଆକ୍ରମଣ କରିବା ପାଇଁ ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ଯୋଜନା କରୁଥିବାର ଭାରତୀୟ ଗୁଇନ୍ଦା ସଂସ୍ଥା ସୂଚନା ଦେଇଛନ୍ତି ।

ରିପୋର୍ଟ ଅନୁଯାୟୀ, ଟେଲିଗ୍ରାମ ନାମକ ଏକ ମୋବାଇଲ ଆପ୍‌ ଜରିଆରେ ଜୈସର ମୁଖିଆ ମାସୁଦ ଆଝାର ସଂଗଠନର ସଦସ୍ୟମାନଙ୍କୁ ଏଭଳି ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି । ଉକ୍ତ ମୋବାଇଲ ଆପ ଜରିଆରେ କରାଯାଉଥିବା ବାର୍ତ୍ତାଳାନକୁ ସହଜରେ ଟ୍ୟାପ୍‌ କରାଯାଇ ପାରୁନଥିବାରୁ ବିଶ୍ୱର ଅନେକ ପ୍ରମୁଖ ଆତଙ୍କବାଦୀ ସଂଗଠନ ଏହାର ବ୍ୟବହାର କରିଥାନ୍ତି । ତେଣୁ ଜୈସ ବି ଏବେ ଏହାର ଉପଯୋଗ କରୁଛି ।

ଏହି ସୂଚନା ମିଳିବା ପରେ ଅଯୋଧ୍ୟାର ବିବାଦୀୟ ସ୍ଥଳ ତଥା ସହରର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରି ଦିଆଯାଇଛି । ଗୁଇନ୍ଦା ସଂସ୍ଥାଗୁଡିକ ତରଫରୁ ଅନ୍ୟ ସୁରକ୍ଷା ଏଜେନ୍ସିଙ୍କୁ ଏହି ସୂଚନା ଦିଆଯାଇଛି । ତେଣୁ ସମସ୍ତେ ଏହା ପ୍ରତି ସଜାଗ ରହିଛନ୍ତି । ବିଶେଷ କରି ଭାରତରେ ସକ୍ରିୟ ଜୈସ ସଦସ୍ୟମାନଙ୍କ ଗତିବିଧି ଉପରେଏବେ କଡ଼ା ନଜର ରଖାଯାଉଛି ।

ଅଯୋଧ୍ୟାର ବିବାଦୀୟ ଭୂମିରେ ରାମ ମନ୍ଦିର ନିର୍ମାଣ କରିବା ପାଇଁ ସୁପ୍ରିମକୋର୍ଟ ଗତ ମାସରେ ଚୂଡାନ୍ତ ରାୟ ଦେଇଥିଲେ। ତେଣୁ କିଛି ଇସଲାମିକ ଆତଙ୍କବାଦୀ ସଂଗଠନ ଏହାର ପ୍ରତିଶୋଧ ନେବା ପାଇଁ ଅଯୋଧ୍ୟାରେ ଆକ୍ରମଣ କରିପାରନ୍ତି ବୋଲି ପୂର୍ବରୁ ଆଶଙ୍କା ବ୍ୟକ୍ତ କରାଯାଉଥିଲା ଯାହା ଏବେ ସତ ପ୍ରମାଣିତ ହୋଇଛି ।

ଜୈସ ଅତୀତରେ ବି ଭାରତରେ ଅନେକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଭିଆଇଛି । ୨୦୦୧ ମସିହାରେ ଭାରତୀୟ ସଂସଦ ଉପରେ ଆକ୍ରମଣ ଏବଂ ୨୦୧୯ରେ ପୁଲୱାମା ବିସ୍ଫୋରଣ ପଛରେ ଜୈସର ହାତ ଥିଲା । ଚଳିତ ବର୍ଷ ମେ’ ମାସରେ ଜାତିସଂଘ ସୁରକ୍ଷା ପରିଷଦର ଏକ କଟକଣା କମିଟି ଜୈସ ମୁଖିଆ ମାସୁଦ ଆଝାରକୁ ଆନ୍ତର୍ଜାତିକ ଆତଙ୍କବାଦୀ ଆଖ୍ୟା ଦେଇଥିଲା ।