କନ୍ୟା ସନ୍ତାନ ଜନ୍ମ ହେଲେ ୧୧ ହଜାର ଟଙ୍କା ଦେବ ଜିନେକ୍ସ, ଏଠାରେ କରନ୍ତୁ ପଞ୍ଜିକରଣ

ନୂଆଦିଲ୍ଲୀ,୧୮।୧୦: ଜିନେକ୍ସ ନିଜର ଶିଶୁ ବିକାଶ କାର୍ଯ୍ୟକ୍ରମ ଅନୁସାରେ ଝିଅଙ୍କର ଜନ୍ମ ଉପରେ ୧୧ ହଜାର ଟଙ୍କାର ଫିକ୍ସ ଡିପୋଜିଟ୍  ଘୋଷଣା କରିଥିଲା। ଦେଶର ଲିଙ୍ଗଗତ ସମାନତା ଉପରେ କାମ କରୁଥିବା ସଂଗଠନ ଶନିବାର କହିଛି, ଏହି ଘୋଷଣାର ଲାଭ ସେହି ସମସ୍ତ ଅଭିଭାବକଙ୍କୁ ମିଳିବା ଦରକାର, ଯେଉଁମାନେ ନିଜର କନ୍ୟାସନ୍ତାନର ଜନ୍ମ ପୂର୍ବରୁ ନିଜର ନାମ ସଂଗଠନର ଓ୍ବେବସାଟରେ ପଞ୍ଜିକୃତ କରିବେ।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହି କାର୍ଯ୍ୟକ୍ରମର ଲାଭ ପୁରା ଦେଶରେ ପ୍ରତ୍ୟେକ କନ୍ୟା ସନ୍ତାନଙ୍କୁ ନିଶୁକ୍ଲ ଉପଲବ୍ଧ କରାଯିବ। ଏଥିପାଇଁ ଅଭିଭାବକଙ୍କୁ www.genexchild.com ଉପରେ ଯାଇ ନିଜର ପଞ୍ଜିକରଣ କରିବାକୁ ହେବ। ଏହାର ପ୍ରଥମ ଲକ୍ଷ୍ୟ ପ୍ରତି ଝିଅଙ୍କୁ୧୮ ବର୍ଷ ବୟସ ପର୍ଯ୍ୟନ୍ତ ନିଜକୁ ନିଜର ଟଙ୍କା ସହିତ ସଶକ୍ତ କରିବା ଦରକାର। ସାବାଳକ ହେବାପରେ ପଞ୍ଜିକୃତ ଶିଶୁ ନିଜର ଟଙ୍କାର ବ୍ୟବହାର ନିଜ ଶିକ୍ଷା, ବାଣିଜ୍ୟ କିମ୍ବା ବିବାହରେ କରିବା ପାଇଁ ସମ୍ପୂର୍ଣ୍ଣ ସ୍ବତନ୍ତ୍ର ହେବେ।

ଜିନେକ୍ସର ସଂସ୍ଥାପକ ପଙ୍କଜ ଗୁପ୍ତାଙ୍କ କହିବା ଅନୁସାରେ, ଆମେ ନିଜର ୧.୫ ଲକ୍ଷ ନେଟଓ୍ବର୍କ ପାର୍ଟନରଙ୍କ ସହ ମିଶି ଏହାର ଘୋଷରା କରିବାରେ ଗର୍ବ ଅନୁଭବ କରୁଛୁ। ଏହା ଆଗାମୀ ପୀଢିକୁ ଆତ୍ମନିର୍ଭର ଓ ସ୍ବତନ୍ତ୍ର କରିବା ଦିଗରେ ଛୋଟିଆ ପଦକ୍ଷେପ। ସେ କହିଛନ୍ତି, କମ୍ପାନୀ ଏଥିପାଇଁ କୌଣସି ଫରେନ୍ ଫଣ୍ଡିଂ ନେଉନାହିଁ କିମ୍ବା ଅଭିଭାବକଙ୍କଠାରୁ ଟଙ୍କାଟିଏ ନେଉନାହିଁ।

   ସମ୍ବନ୍ଧିତ ଖବର


ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଆପଲ୍ ପରେ ଏବେ ସାମସଙ୍ଗ ବି ଦେବନି ଚାର୍ଜର ଓ ଇୟରଫୋନ୍…

ଆଇଫୋନ୍‌ ୟୁଜର୍ସଙ୍କୁ ଝଟକା, ଆପ୍ସ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ଓଟିଭିର ଆଉ ଏକ ଜମି କେଳେଙ୍କାରୀ, ରାଜଧାନୀରେ ମାଡ଼ି ବସିଛି ୧୨ ହଜାର ବର୍ଗଫୁଟରୁ ଅଧିକ ଜାଗା

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଶୋକରେ ବି ଫାର୍ସ: ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପୂର୍ବରୁ ଚିରାଗ ପାଶଓ୍ବାନଙ୍କ ରିହର୍ସଲ, ଭିଡିଓ ଭାଇରାଲ