PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଅଭିନେତ୍ରୀ ଜେନିଫର ୱିଙ୍ଗେଟ୍ କରୋନା ସଂକ୍ରମିତ, ଫଟୋ ସେୟାର କରି ଦେଖାଇଲେ ନିଜ ଅବସ୍ଥା

ମୁମ୍ବାଇ ୨୩।୭ : ଜଣାଶୁଣା ଟିଭି ଅଭିନେତ୍ରୀ ଜେନିଫର୍ ୱିଙ୍ଗେଟ୍ ନିଜର ସୌନ୍ଦର୍ଯ୍ୟ ଏବଂ ଅତୁଳନୀୟ ଅଭିନୟ ପାଇଁ ବେଶ୍‌ ଜଣାଶୁଣା । ନିକଟରେ ଜେନିଫର ପ୍ରଶଂସକଙ୍କ ପାଇଁ ଏପରି ଏକ ଖବର ସେୟାର କରିଛନ୍ତି, ଯାହାକୁ ଶୁଣିବା ପରେ ସେମାନେ ଚକିତ ହୋଇଯାଇଛନ୍ତି। ଏହି ସମୟରେ ଟିଭି ଅଭିନେତ୍ରୀ ଜେନିଫର ୱିଙ୍ଗେଟ୍ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ସୂଚନା ସେ ନିଜେ ସୋସିଆଲ ମିଡ଼ିଆ ଜରିଆରେ ଦେଇଛନ୍ତି। ଏହା ପରେ ସେ ନିଜକୁ କ୍ୱାରେଣ୍ଟାଇନ୍ କରିନେଇଛନ୍ତି ।

ଜେନିଫର ସୋସିଆଲ ମିଡିଆରେ ତାଙ୍କ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟ କିପରି ଅଛି, ଏହା ବ୍ୟତୀତ ସେ ଏହା ମଧ୍ୟ କହିଛନ୍ତି ଯେ ସମସ୍ତ ନିୟମ ଅନୁଯାୟୀ ସେ ତାଙ୍କ ଘରେ ରହିଛନ୍ତି। କେବଳ ଏତିକି ନୁହେଁ ଅଭିନେତ୍ରୀ ତାଙ୍କ ପ୍ରଶଂସକଙ୍କୁ ମଧ୍ୟ ଏକ ବାର୍ତ୍ତା ଦେଇଛନ୍ତି। ଜେନିଫର୍ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ, ଜେନିଫର ଫଟୋରେ ହସୁଥିବା ନଜର ଆସିଛନ୍ତି । ଅତ୍ୟନ୍ତ ହସଖୁସି ସହିତ ଅଭିନେତ୍ରୀ କରୋନା ସଂକ୍ରମିତ ହେବା ବିଷୟରେ ପ୍ରଶଂସକଙ୍କୁ ମଧ୍ୟ ସୂଚନା ଦେଇଛନ୍ତି। ଜେନିଫର ପ୍ରଶଂସକମାନଙ୍କୁ ଆହୁରି କହିଛନ୍ତି ଯେ ସେ ବର୍ତ୍ତମାନ ଭଲ ଅଛନ୍ତି ଏବଂ କୌଣସି ଲକ୍ଷଣ ନାହିଁ। କେବଳ ଏତିକି ନୁହେଁ, ଅଭିନେତ୍ରୀ ପ୍ରଶଂସକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେ ଶୀଘ୍ର ଫେରିବେ ଏବଂ କରୋନା ତାଙ୍କୁ କ୍ଷତି ପହଞ୍ଚାଇ ପାରିବ ନାହିଁ ।

ସୂଚନା ଅନୁଯାୟୀ, ଜେନିଫର୍ ‘କୋଡ୍ ଏମ୍’ ୱେବ୍ ସିରିଜ୍ ପାଇଁ ସୁଟିଂ ଆରମ୍ଭ କରିବାକୁ ଯାଉଥିଲେ। ସୁଟିଂ ଆରମ୍ଭ କରିବା ପୂର୍ବରୁ ଅଭିନେତ୍ରୀ କରୋନା ଟେଷ୍ଟ କରିଥିଲେ ଯାହାର ରିପୋର୍ଟ ପଜିଟିଭ ଆସିଛି । ରିପୋର୍ଟ ପଜିଟି ଆସିବା ପରେ ଜେନିଫର୍ ନିଜକୁ କ୍ୱାରେଣ୍ଟାଇନ୍ କରିଛନ୍ତି ଏବଂ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରୁଛନ୍ତି। ‘କୋଡ୍ ଏମ୍’ ୱେବ୍ ସିରିଜ୍ ରେ ଜେନିଫର୍ ମେଜର ମୋନିକା ମେହରା ଭୂମିକାରେ ଅଭିନୟ କରିଥିଲେ । ଏଥି ସହିତ ଏହାର ଦ୍ୱିତୀୟ ସିଜିନର ସୁଟିଂ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜରେ ଜେନିଫରଙ୍କ ବ୍ୟତୀତ ରଜତ କପୁର, ସୀମା ବିଶ୍ୱାସ୍, ତନୁଜ ବିରୱାନି, ମଧୁରିମା ରାୟଙ୍କ ଭଳି ଷ୍ଟାର୍ ମଧ୍ୟ ସାମିଲ ହୋଇଛନ୍ତି।