PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୋଟିସ, ଘୁଞ୍ଚିଲା +୨ ପରୀକ୍ଷା
  • ||
  • ମହାରାଷ୍ଟ୍ରରେ ମର୍ମନ୍ତୁଦ ଦୁର୍ଘଟଣା: କାଠ ବୋଝେଇ ଟ୍ରକକୁ ଧକ୍କା ଦେବାପରେ ଡିଜେଲ ଟ୍ୟାଙ୍କରରେ ଲାଗିଲା ନିଆଁ, ୯ ଜଣ ଜୀବନ୍ତ ଦଗ୍ଧ
  • ||
  • ସରେଣ୍ଡର୍ କଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ, ୩୪ ବର୍ଷ ପୂର୍ବ ରୋଡ୍‌ ରେଜ୍‌ ମାମଲାରେ ହୋଇଛି ବର୍ଷେ ସଶ୍ରମ କାରାଦଣ୍ଡ
  • ||
  • ଭୁବନେଶ୍ଵର : ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ, ସ୍ଥିତି ସମୀକ୍ଷା କଲେ ବିଏମ୍ସି ମେୟର ସୁଲୋଚନା ଦାସ
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ଜଗନ୍ନାଥ ନଗରରେ ବୋମା ମାଡ଼
  • ||
  • ନୂଆଦିଲ୍ଲୀ : ୨୭ ମାସ ପରେ ଜେଲ୍‌ରୁ ମୁକୁଳିଲେ ଆଜମ ଖାନ, ସ୍ଵାଗତ କଲେ ଶିବପାଳ ଯାଦବ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୦ ପଜିଟିଭ୍ ଚିହ୍ନଟ
  • ||
  • ସିବିଆଇ ପଞ୍ଝାରେ ପୁଣି ଲାଲୁ ପ୍ରସାଦ : ରେଲୱେ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ, ୧୭ଟି ଠିକଣାରେ ଚାଲିଛି ରେଡ୍
  • ||

ବଢୁଛି ଜେଟ୍ ଏୟାରଓ୍ବେଜ ସଙ୍କଟ, ଏହି ମାସରୁ ୧୦୦୦ ପାଇଲଟ୍ କାର୍ଯ୍ୟରେ ଯୋଗ ଦେବେନି

ନୂଆଦିଲ୍ଲୀ,୩୦।୩: ଘରୋଇ ବିମାନ କମ୍ପାନୀ ଜେଟ୍ ଏୟାରଓ୍ବେଜ ସଙ୍କଟ ଦିନକୁ ଦିନ ବଢିବାରେ ଲାଗିଛି। ଏବେ ଏହି ଏୟାରଲାଇନ୍ସର ୧୦୦୦ରୁ ଅଧିକ ପାଇଲଟ୍ ଆସନ୍ତା ଅପ୍ରେଲ ମାସରୁ ବିମାନ ଚଳାଇବେନି ବୋଲି ନିଜ ନିଷ୍ପତ୍ତି ରେ କାୟମ ରହିଛନ୍ତି। ଜେଟ୍ ଏୟାରଓ୍ବେଜ୍ ବ୍ୟାଙ୍କରୁ ଟଙ୍କା ପାଇବାରେ ଯେତେବେଳେ ଗତକାଲି ଅସମର୍ଥ ହୋଇଥିଲା ଏହାପରେ ଯାଇ  ପାଇଲଟମାନେ ଏହି ନିଷ୍ପତ୍ତି ନେଇଛନ୍ତି। ’ଜେଟ୍ ଏୟାରଓ୍ବେଜର ପ୍ରାୟ ୧୧୦୦ ପାଇଲଟଙ୍କ ପ୍ରତିନିଧିତ୍ବ କରୁଥିବା ସଂଗଠନ ’ନ୍ୟାସନାଲ ଏଭିଏଟସ୍ର୍ର୍ ଗିଲ୍ଡ’ ଗତ ସପ୍ତାହ ଘୋଷଣା କରିଥିଲା ଯଦି ତାଙ୍କର ବକେୟା ବେତନ ୩୧ ମାର୍ଚ୍ଚ ସୁଦ୍ଧା ନମିଳେ ତେବେ ଅପ୍ରେଲ ୧ରୁ ସେମାନେ କାର୍ଯ୍ୟରେ ଯୋଗଦେବେ ନାହିଁ।

ନିକଟରେ ଋଣ ବୋଝରୁ ବାହାରିବା ଯୋଜନା ଅନୁଯାୟୀ   ଏୟାରଲାଇନ୍ସର ମ୍ୟାନେଜମେଣ୍ଟ ବ୍ୟାଙ୍କ ସଂଘର ହାତକୁ ଚାଲିଯାଇଥିଲା। ଏୟାରଲାଇନ୍ସର ବୋର୍ଡରୁ ଏହାର ଅଧ୍ୟକ୍ଷ ନରେଶ ଗୋୟଲ ଏବଂ ତାଙ୍କ ପତ୍ନୀ ଅନିତା ନିଜ ପଦବୀରୁ ଇସ୍ତଫା ଦେଇଥିଲେ। ଲଗାତର କ୍ଷତିରେ ଚାଲୁଥିବା ଓ ନଗଦ ସଙ୍କଟ ଯୋଗୁଁ ଅସୁବିଧାର ସମ୍ମୁଖୀନ ହୋଇଥିବା ଜେଟ୍ ଏୟାରଓ୍ବେଜ୍ ଗତ୪ ମାସ ହେବ କର୍ମଚାରୀଙ୍କୁ ଦରମା ଦେଇନାହିଁ। ଗମ୍ଭୀର ଆର୍ଥିକ ସଙ୍କଟ କାରଣରୁ ଜେଟ୍ ଏୟାରଓ୍ବେଜର ଅନେକ ବିମାନ ଚାଲିନ ପାରି ଏବେ ବନ୍ଦ ରହିଛି।