ପତ୍ନୀଙ୍କ ସହିତ ଜେଟ୍ ଏୟାରଓ୍ବେଜରୁ ନରେଶ ଗୋୟଲଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୫।୩: ଋଣ ଭାରରେ ବୁଡି ରହିଥିବା ଏୟାରଲାଇନ୍ସ କମ୍ପାନୀ ଜେଟ୍ ଏୟାରଓ୍ବେଜ ସଙ୍କଟରେ ଏବେ ନୂଆ ମୋଡ ସୃଷ୍ଟି ହୋଇଛି। କମ୍ପାନୀର ଅଧ୍ୟକ୍ଷ ନରେଶ ଗୋୟଲ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସେଭଳି ନରେଶ ଗୋୟଲଙ୍କ ପତ୍ନୀ ଅନିତା ଗୋୟଲ ମଧ୍ୟ ବୋର୍ଡରୁ ଇସ୍ତଫା ଦେଇଛନ୍ତି। ଏହାଛଡା ଏତିହାଡ ଏୟ୍ରାରଓ୍ବେଜର ଜଣେ ପ୍ରମୋଟରଙ୍କୁ ମଧ୍ୟ ବୋର୍ଡରୁ ବାହାର ଯିବାକୁ ପହିଛି। କମ୍ପାନୀ ଉପରେ ଏବେ ୭୦୦୦ କୋଟି ଟଙ୍କାର ଋଣ ରହିଛି। ଗତ କିଛି ମାସ ହେବ କର୍ମଚାରୀଙ୍କୁ ଦରମା ମିଳିନାହିଁ। ବହୁ ପ୍ରକାର ଚେଷ୍ଟା ପରେ ମଧ୍ୟ ନରେଶ ଗୋୟଲ କମ୍ପାନୀକୁ ଅସୁବିଧାରୁ ରକ୍ଷା କରିବାରେ ବିଫଳ ହୋଇଛନ୍ତି।

କମ୍ପାନୀକୁ ଏବେ ପ୍ରାୟ ୧୫୦୦ କୋଟି ଟଙ୍କା ଦରକାର। ଗୋୟଲ ଏହି ପଦ ଛାଡିବା ପରେ ବ୍ୟାଙ୍କରୁ ତୁରନ୍ତ ଆର୍ଥିକ ସହାୟତା ମିଳିବ। ଜେଟ୍ ଏୟାରଓ୍ବେଜର ନିର୍ଦେଶକ ମଣ୍ଡଳୀରୁ ବ୍ୟାଙ୍କ ଦୁଇ ସଦସ୍ୟଙ୍କୁ ମନୋନୀତ କରିବ ଓ ଏୟାରଲାଇନ୍ସର ଦୈନିକ ପରିଚାଳନା ପାଇଁ ଅନ୍ତରୀଣ ପ୍ରବନ୍ଧନ ସମିତି ଗଠନ କରାଯିବ।ନରେଶ ଗୋୟଲଙ୍କ ପାଖରେ ୫୧ ପ୍ରତିଶତ ସେୟାର ରହିଛି ଓ ଏତିହାଡ୍ ଏୟାରଓ୍ବେଜ୍ ପାଖରେ ୨୪ ପ୍ରତିଶତ ସେୟାର ରହିଛି। କମ୍ପାନୀକୁ ଯେ କୌଣସି ପରିସ୍ଥିତିରେ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ୧୭୦୦ କୋଟି ଟଙ୍କା ପରିଶୋଧ କରିବାର ଅଛି।

ରିପୋର୍ଟ ଅନୁସାରେ କମ୍ପାନୀର ବୋର୍ଡ ଉପରେ ଏବେ ଋଣଦାତାଙ୍କ ପ୍ରତିନିଧିଙ୍କ କବଜା ହୋଇଯାଇଛି। ସେମାନଙ୍କ ପାଖରେ ଏବେ ୫୦ ପ୍ରତିଶତରୁ ଅଧିକ ସେୟାର ରହିଛି। ବ୍ୟାଙ୍କ ଦ୍ବାରା ଯେଉଁ ବୋର୍ଡର ଗଠନ କରାଯାଇଛି ତାହା ଏବେ କମ୍ପାନୀର କାମ ଦେଖିବ।ଅନ୍ୟପକ୍ଷେ ସ୍ପାଇସଜେଟର ମ୍ୟାନେଜିଂ ଡାଇରେକ୍ଟର ଅଜୟ ସିଂହ ଜେଟ୍ ଏୟାରଓ୍ବେଜର ତାଜା ଘଟଣାକ୍ରମକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଆଜି ଆଭିଏସନ୍(ବିମାନ ଚଳାଚଳ) ଇଣ୍ଡଷ୍ଟ୍ରୀ ପାଇଁ ଖୁବ୍ ଦୁଃଖର ଦିନ। ନରେଶ ଗୋୟଲ ଓ ଅନିତା ଗୋୟଲ ଓ୍ବାର୍ଲ୍ଡ କ୍ଲାସ ଏୟାରଲାଇନ୍ସର ଶୁଭାରମ୍ଭ କରି ଭାରତର ମାନ ବଢାଇଥିଲେ। ଆର୍ଥିକ ନୀତି ପ୍ରସ୍ତୁତ କରୁଥିବା ଲୋକଙ୍କ ପାଇଁ ଏହା ଏକ ସତର୍କ ଘଣ୍ଟି।

   ସମ୍ବନ୍ଧିତ ଖବର


ପୁରୁଣା ମାନଚିତ୍ର ସେୟାର କରି ଦଶହରାର ଶୁଭେଚ୍ଛା ଜଣାଇଲେ ପିଏମ୍‌ ଓଲି, ନେପାଳବାସୀ କହିଲେ..

୬୫ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବେ ଜଣାଶୁଣା ଓକିଲ ହରିଶ ସାଲଭେ, କାହାକୁ ବାହା ହେବେ ଜାଣନ୍ତୁ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଜିନପିଙ୍ଗ୍‌ ସେନା, ୧୦୦ ଯବାନ ଆକାଶରେ କଲେ ସମାରାଭ୍ୟାସ

RBI ଗଭର୍ଣ୍ଣରଙ୍କୁ କରୋନା