PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା : ପୁଣି ରାଜ୍ୟସଭା ଯିବେ ସସ୍ମିତ ପାତ୍ର, ୩ ନୂଆ ମୁହଁଙ୍କୁ ସୁଯୋଗ
  • ||
  • ଭୁବନେଶ୍ଵର : କେରଳ ଛୁଇଁଲା ମୌସୁମୀ ବାୟୁ
  • ||
  • ନେପାଳରେ ଯାତ୍ରୀବାହୀ ବିମାନ ତାରା ଏୟାର ୯ NAET ର ମିଳୁନି ପତ୍ତା , ୪ ଭାରତୀୟଙ୍କ ସମେତ ୧୯ ଯାତ୍ରୀ ଥିବା ସୂଚନା
  • ||
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ଜୁଏଲର୍ସ ମାଲିକଙ୍କୁ ଲୁଟ୍‌: ୩୦ ଲକ୍ଷର ସୁନା ଗହଣା ନେଇଗଲେ…

ଭୁବନେଶ୍ୱର,୨୮ା୩(ବ୍ୟୁରୋ): ଜୁଏଲର୍ସରେ ତାଲା ପକାଇ ଘରକୁ ବାହାରିଥିଲେ । ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗ୍‌ ଦୋକାନ ବାରଣ୍ଡାରେ ଥୋଇଥିଲେ । ଆଉ ସାମାନ୍ୟ ଅସାବଧାନତାରୁ ୩୦ ଲକ୍ଷର ସୁନା ଗହଣା ଲୁଟେରା ନେଇଗଲେ । ଏମିତି ଘଟଣା ଘଟିଛି ନୂଆପଲ୍ଲୀର ଇନ୍ଦ୍ରଧନୁ (ଆଇଡି) ମାର୍କେଟରେ ଥିବା ଏକ ଜୁଏଲର୍ସ ଦୋକାନ ସାମ୍ନାରେ । ଲୁଟ୍‌ର ଶିକାର ହୋଇଛନ୍ତି ପୁରୁଣା ଭୁବନେଶ୍ୱରର ଲକ୍ଷ୍ମୀଧର ସୁବୁଦ୍ଧି । ଏନେଇ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି । ଲକ୍ଷ୍ମୀଧରଙ୍କ ଅଭିଯୋଗ ମୁତାବକ, ତାଙ୍କର ଆଇଡି ମାର୍କେଟରେ ରହିଛି ମା’ ଗୌରୀ ଜୁଏଲର୍ସ ନାଁରେ ଏକ ସୁନା ଦୋକାନ । ଗୁରୁବାର ରାତି ସାଢ଼େ ୧୦ଟା ବେଳେ ସେ ଦୋକାନ ତାଲା ପକାଉଥିଲେ । ପାଖରେ ତାଙ୍କର ପତ୍ନୀ ମଧ୍ୟ ଥିଲେ । ସେ ଦୋକାନରୁ ଘରକୁ ନେବା ପାଇଁ ଗହଣାକୁ ଏକ ବ୍ୟାଗରେ ଭର୍ତ୍ତି କରିଥିଲେ । ଉକ୍ତ ବ୍ୟାଗ୍‌କୁ ଦୋକାନ ବାରଣ୍ଡାରେ ରଖିଥିଲେ । ସ୍ୱାମୀ-ସ୍ତ୍ରୀ ଉଭୟ ଦୋକାନର ସଟର ପକାଉଥିଲେ ।

କିଛି ଦୂରରେ ଥିବା ଲୁଟେରା ସେମାନଙ୍କ ଉପରେ ଲକ୍ଷ୍ୟ ରଖିଥିଲେ । ଲୁଟେରାଙ୍କ ମଧ୍ୟରୁ ଜଣେ ବାଇକ୍‌କୁ ଷ୍ଟାର୍ଟରେ ରଖି ଆଇଡି ମାର୍କେଟ ମୁଖ୍ୟ ରାସ୍ତାରେ ଠିଆ ହୋଇଥିଲା । ଅନ୍ୟ ଜଣକ ଧୀରେ ଧୀରେ ଆସି ଦୋକାନ ପାଖରେ ପହଞ୍ଚିଥିଲା । ଲକ୍ଷ୍ମୀଧରଙ୍କ ଅସାବଧାନତାର ସୁଯୋଗ ନେଇ ଲୁଟେରା ଜଣକ ଗହଣା ଭର୍ତ୍ତି ବ୍ୟାଗଟିକୁ ନେଇ ପଳାଇଥିଲା । ରାସ୍ତାରେ ଅପେକ୍ଷା କରିଥିବା ଲୁଟେରା ପଛରେ ବସି ଉଭୟ ପଳାଇଥେିଲ । ଲୁଟ୍‌ ହେବାର ୨ ମନିଟି ପର୍ଯ୍ୟନ୍ତ ଲକ୍ଷ୍ମୀଧର ଓ ତାଙ୍କ ପତ୍ନୀ କିଛି ଜାଣି ପାରିନଥିଲେ । ସଟର ପକାଇବା ପରେ ଉଭୟ ବ୍ୟାଗ୍‌ ଖୋଜି ଥିଲେ । କିନ୍ତୁ ସେମାନେ ବ୍ୟାଗ ପାଇନଥେିଲ । ଲକ୍ଷ୍ମୀଧର ଆଖପାଖ ଲୋକଙ୍କୁ ଡାକି ଘଟଣା ସମ୍ପର୍କରେ ପଚାରିଥିଲେ ।

ପରେ ସମସ୍ତେ ମିଶି ଦୋକାନର ସିସିଟିଭି ଯାଞ୍ଚ କରିବାରୁ ଜଣେ ଯୁବକ ଉକ୍ତ ବ୍ୟାଗ ନେଇ ପଳାଉଥିବା ଦେଖାଯାଇଥିଲା । ତାଙ୍କର ସୁନା ଥିବା ବ୍ୟାଗ ଲୁଟ୍‌ ହୋଇଥିବା ଜାଣି ଲକ୍ଷ୍ମୀଧର ନୂଆପଲ୍ଲୀ ଥାନାକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ସିସିଟିଭି ଯାଞ୍ଚ କରିଥିଲା । ଲୁଟ୍‌ର ସମ୍ପୂର୍ଣ୍ଣ ଦୃଶ୍ୟ ଦୋକାନ ସାମନାରେ ଲାଗିଥିବା ସିସିଟିଭିିରେ କଏଦ୍‌ ହୋଇଥିଲା । ଲକ୍ଷ୍ମୀଧରଙ୍କ ଅଭିଯୋଗ ମୁତାବକ ବ୍ୟାଗ୍‌ରେ ପାଖାପାଖି ୩୦ ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର ଥିଲା । ସୂଚନାଯୋଗ୍ୟ ଗତ ମାସେ ମଧ୍ୟରେ ଲୁଟେରାମାନେ ରାଜଧାନୀରେ ଆତଙ୍କରାଜ ଚଳାଇଆସୁଛନ୍ତି । ପ୍ରାତଃଭ୍ରମଣକାରୀଙ୍କ ଠାରୁ ଆରମ୍ଭ କରି ଘରେ ପଶି ମଧ୍ୟ ଲୁଟ୍‌ପାଟ କରିଚାଲିଛନ୍ତି । ପୁଲିସ ଏପର୍ଯ୍ୟନ୍ତ ଅନେକ ଲୁଟେରାଙ୍କ ଟେର୍‌ ପାଇପାରିନାହିଁ ।

ସମ୍ବନ୍ଧିତ ଖବର