ନୀଳଗିରିକୁ ଝାଡଖଣ୍ଡି ହାତୀପଲଙ୍କ ଆଗମନ ଆଶଙ୍କା, ଦନ୍ତା ହାତୀ ଆସିବୁଲି ଫେରିଯିବା ପରେ ବଢିଲା ଚିନ୍ତା…

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଂଚଳକୁ ଶତାଧିକ ଝାଡଖଣ୍ଡି ହାତୀ ଆସିବାର ସୂଚନା ମିଳିଛି । ପ୍ରତ୍ୟେକ ବର୍ଷ ଭଳି ଝାଡ଼ଖଣ୍ଡ ହାତୀ ଆସିବା ପୂର୍ବରୁ ଦନ୍ତାହାତୀ ଆସି ଫେରିବା ପରେ ହାତୀ ପଲ ଏକତ୍ରିତ ହୋଇଥାନ୍ତି । ଅନୁରୂପ ଭାବେ ଆଜି  ଝାଡ଼ଖଣ୍ଡର ଏକ  ପାଇଲଟ ଦନ୍ତାହାତୀ ମୟୁରଭଞ୍ଜ ଜିଲ୍ଲା ପାର ହୋଇ ଭୋର ନୀଳଗିରି ଅଂଚଳକୁ ପ୍ରବେଶ କରିଛି ।  ପୁଣି ନୀଳଗିରି ଅଂଚଳରୁ ଫେରିବା ପରେ ଶତାଧିକ ହାତୀ ନୀଳଗିରି ଆସିବାର ସୂଚନା ମିଳିଛି । ଏବେ ଧାନ ଅମଳ ହୋଇନଥିବା ବେଳେ ଯଦି ହାତୀ ପଲ ଆସନ୍ତି ତେବେ ବ୍ୟାପକ କ୍ଷୟକ୍ଷତି ହେବ ବୋଲି ସୂଚନା ମିଳିଛି ।