ଝାରସୁଗୁଡାରୁ ମୁମ୍ବାଇ ଏବଂ ବେଙ୍ଗାଲୁରକୁ ବିମାନ ସେବା ଆରମ୍ଭ

ଭୁବନେଶ୍ୱର – ଝାରସୁଗୁଡାରୁ ମୁମ୍ବାଇ ଏବଂ ବେଙ୍ଗାଲୁରୁକୁ ବିମାନ ସେବା ଆରମ୍ଭ ହୋଇଛି ।  ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସପ୍ତାହକୁ ୪ଦିନ ବିମାନ ସେବା ଯୋଗାଇ ଦିଆଯିବ । ସ୍ପାଇରସ୍‌ ଜେଟ୍‌ ପକ୍ଷରୁ ଏହି ବିମାନ ସେବା ଆରମ୍ଭ କରାଯାଇଛି ।

ଏହି ବିମାନ ଓହ୍ଲାଇବା ବେଳେ ଓ୍ୱାଟର କ୍ୟାନନରେ ସ୍ୟାଲୁଟ୍‌ ଦିଆଯାଇଥିଲା  ଏହାପରେ କେକ୍‌ କଟାଯାଇଥିଲା  ।ଏହି ଅବସରରେ ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେବ,ବରଗଡ ସାଂସଦ ସୁରେଶ ପୁଜାରୀ,ସୁନ୍ଦରଗଦ ସାଂସଦ ଜୁଏଲ୍ ଓରାମ୍,ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ସହ ଝାରସୁଗୁଡା ଜିଲ୍ଲାପାଳ ଓ ଏସପି ଉପସ୍ଥିତ ଥିଲେ ।

ଝାରସୁଗୁଡା ବିମାନ ବନ୍ଦରର କଳେବର ବୃଦ୍ଧି ପାଇଁ ରାଜ୍ୟ ସରକାର ୧୫୫ ଏକର ଜମି ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଧନ୍ୟବାଦ ଦେଇଥିଲେ ।

ଭୁବନେଶ୍ବର-ପୁନେ ମଧ୍ୟରେ ଚଳାଚଳ କରିବ ଏୟାର ଏସିଆର ସ୍ବତନ୍ତ୍ର ବିମାନ। ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍  କରି ସୂଚନା ଦିଆଯାଇଛି।  ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ୩ ମାସ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।  ଏହି ବିମାନ ସେବା ଓଡ଼ିଶାରେ ଉନ୍ନତ ଯୋଗାଯୋଗ ସହ ପର୍ଯ୍ୟଟନ ଏବଂ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ମହତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି କୁହାଯାଇଛି।