PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ଝାରଖଣ୍ଡ ବିଧାନସଭା ନିର୍ବାଚନ: ଶେଷ ପର୍ଯ୍ୟାୟରେ ଦ୍ୱିପ୍ରହର ୧ଟା ସୁଦ୍ଧା ୪୯% ମତଦାନ

ରାଞ୍ଚି ୨୦/୧୨: ଝାରଖଣ୍ଡ ବିଧାନସଭା ୨୦୧୯ର  ୫ମ ତଥା ଶେଷ ପର୍ଯ୍ୟାୟରେ ୧୬ଟି ଆସନରେ ମତଦାନ ଜାରି ରହିଛି । ପ୍ରାୟ ୧ଟା ସୁଦ୍ଧା ୪୯ ପ୍ରତିଶତ ମତଦାନ ହୋଇଛି । ଏହି ପର୍ଯାୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍, ସମାଜ କଲ୍ୟାଣ ମନ୍ତ୍ରୀ ଲୁଇସ୍ ମାରାଣ୍ଡୀ ଓ କୃଷି ମନ୍ତ୍ରୀ ରଣଧୀର ସିଂହ ସମେତ ୨୩୬ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି । ଦ୍ୱିପ୍ରହର ୧ଟା ସୁଦ୍ଧା ସବୁଠାରୁ ଅଧିକ ଭୋଟିଂ ମହେଶପୁର ବିଧାନସଭା ସିଟରେ ୫୯.୩୮ପ୍ରତିଶତ ରେକର୍ଡ ହୋଇଛି । ଯଦିଓ ସବୁଠାରୁ କମ୍ ମତଦାନ ପୌଡେୟାହାଟ ଆସନରେ ୩୬.୦୧ ପ୍ରତିଶତ ହୋଇଛି । ୧୬ ଆସନରେ ସମୁଦାୟ ମତଦାତାଙ୍କ ସଂଖ୍ୟା ୪୦,୦୫,୨୮୭ । ଏମାନଙ୍କ ମଧ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ୧୯,୫୫,୩୩୬ ଏବଂ ପୁରୁଷ ଭୋଟରଙ୍କ ସଂଖ୍ୟା ୨୦,୪୯,୯୨୧ ଥିବାବେଳେ ଥାର୍ଡ ଜେଣ୍ଡରଙ୍କ ଭୋଟରଙ୍କ ସଂଖ୍ୟା ୯୩,୭୭୯ ରହିଛି ।

ଏଠାରେ ଜାରି ରହିଛି ଭୋଟିଂ
ରାଜମହଲ, ବୋରିୟା, ବରହେଟ୍, ଲିଟ୍ଟିପାଡା, ପାକୁଡ, ମହେଶପୁର, ଶିକାରୀପାଡା, ଦୁମକା, ଜାମା, ଜରମୁଣ୍ଡୀ, ନାଲା, ଜାମତାଡା, ସାରଠ, ପୌଡେୟାହାଟ, ଗୋଡ୍ଡା ଓ ମହଗାନା ବିଧାନସଭା ସିଟ୍ ପାଇଁ ମତଦାନ ଜାରି ରହିଛି । ଏହି ଆସନ ମଧ୍ୟରୁ ଅନୁସୂଚିତ ଜନଜାତି ପାଇଁ ୭ ସିଟ୍ ସଂରକ୍ଷିତ ଅଛି ଯଦିଓ ୯ ସାମାନ୍ୟ ଶ୍ରେଣୀ ସିଟ୍ ରହିଛି ।

୫ ସିଟରେ ୩ଟା ପର୍ଯ୍ୟନ୍ତ ମତଦାନ
ଏମାନଙ୍କ ମଧ୍ୟରେ ରାଜମହଲ, ପାକୁଡ, ନାଲା, ଜାମତାଡା, ଦୁମକା, ଜାମା, ଜରମୁଣ୍ଡୀ, ସାରଠ, ପୋଡୈୟାହାଟ, ଗୋଡ୍ଡା ଓ ମହଗାମାରେ ସକାଳ ୭ଟାରୁ ୫ ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ଅନ୍ୟପଟେ ବୋରିୟା, ବରହେଟ, ଲିଟ୍ଟିପାଡା, ମହେଶପୁର ଓ ଶିକାରୀପାଡାରେ ସକାଳ ୭ରୁ ଅପରାହ୍ନ  ୩ଟା ପର୍ଯ୍ୟନ୍ତ ମତଦାନ ହୋଇଛି ।

୬ ଆସନରୁ ଜେଏମଏମର କବଜା
୨୦୧୪ ବିଧାନସଭା ନିର୍ବାଚନରେ ଏହି ୧୬ ଆସନରୁ ୬ରେ ଜେଏମଏମ, ୬ରେ ବିଜେପି, ୩ରେ କଂଗ୍ରେସ ଓ ଗୋଟିଏ ଆସନରେ ଜେବିଏମର କବଜା ଥିଲା ।


ସମ୍ବନ୍ଧିତ ଖବର