PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ଵର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
  • ||
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଆଜି ଝାଡ଼ଖଣ୍ଡର ୧୧ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ

ରାଞ୍ଚି ୨୯/୧୨: ଆଜି ଝାଡ଼ଖଣ୍ଡର ୧୧ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନ । ରାଜ୍ୟପାଳ ଦୌପଦୀ ମୁର୍ମୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳକୁ ନେଇ ଗଠିତ ମେଣ୍ଟକୁ ବହୁମତ ମିଳିବା ପରେ ସରକାର ଗଠନ କରିବେ ହେମନ୍ତ । ଏହି ଶପଥ ଗ୍ରହଣ ଉତ୍ସବରେ ୬ ଜଣ ମୁଖ୍ୟମନ୍ତ୍ରୀ ଓ ୫ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ସାମିଲ ହେବେ।

ରାଞ୍ଚିର ମରାହାବାଦି ପଡିଆରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜନ ହେବାକୁ ଥିବା ବେଳେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସହ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଶପଥ ଗ୍ରହଣ ଉତ୍ସବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହି ୬ ଜଣ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ, ଅଖିଳେଶ ଯାଦବ, ହରିଶ ରାବତ, ଚନ୍ଦ୍ରବାବୁ ନାଇଡୁ, ଏଚଡ଼ି କୁମାରସ୍ବାମୀ ମଧ୍ୟ ସାମିଲ ରହିବେ। ଝାଡ଼ଖଣ୍ଡର ୮୧ ସଦସ୍ୟ ବିଶିଷ୍ଟ ବିଧାନସଭାରେ ହେମନ୍ତ ସୋରେନଙ୍କ ନେତୃତ୍ୱରେ ୩ ଦଳର ମେଣ୍ଟ ୪୭ ଆସନ ବିଜୟୀ ହୋଇ ପୂର୍ଣ୍ଣ ବହୁମତ ହାସଲ କରିଛି। ହେମନ୍ତ ସୋରେନଙ୍କ ସହିତ ୧୨ ମନ୍ତ୍ରୀ ଶପଥ ନେବେ। ଏହାଛଡା କଂଗ୍ରେସ ଖାତାରେ ସ୍ପିକର ପଦ ଯାଇପାରେ। ହେମନ୍ତ ସୋରେନ୍ ଶପଥ ଗ୍ରହଣ ସମାରୋହ ମୋରବଡି ଗ୍ରାଉଣ୍ଡରେ ଆୟୋଜିତ କରାଯାଇପାରେ।

ଏହି ନିର୍ବାଚନରେ ବିଜେପିକୁ ଶୋଚନୀୟ ପରାଜୟର ସାମନା କରିବାକୁ ପଡିଛି। ଗତ ବିଧାନସଭା ନିର୍ବାଚନରେ ଯେଉଁଠି ବିଜେପି ୩୭ଟି ଆସନ ଜିତିଥିଲା। ସେଠାରେ ଏବେ ମାତ୍ର ୨୫ଟି ଆସନ ପାଇଛି। ବିଜେପିର ସହଯୋଗୀ ଥିବା ଏଜେଏସୟୁ ଗତ ବିଧାନସଭାରେ କେବଳ ୮ଟି ଆସନରେ ନିର୍ବାଚନ ଲଢି ୫ଟିରେ ଜିତିଥିଲା। ସେଭଳି ଏଥର ସେ ୫୩ଟି ଆସନରେ ଲଢି ମାତ୍ର ଦୁଇଟି ଆସନ ଜିତିଥିଲା।

ସମ୍ବନ୍ଧିତ ଖବର