୧୦ ଟଙ୍କାରେ ବର୍ଷକୁ ଦୁଇଥର ଗରିବଙ୍କୁ ମିଳିବ ଲୁଙ୍ଗି, ଧୋତୀ-ଶାଢୀ; ମୁଖ୍ୟମନ୍ତ୍ରୀ ଆଣିଲେ ଏମିତି ଯୋଜନା…

ଝାଡଖଣ୍ଡ: ଏଣିକି ରାଜ୍ୟରେ ବର୍ଷକୁ ୨ ଥର ଗରିବଙ୍କୁ ମିଳିବ ଲୁଙ୍ଗି, ଧୋତୀ-ଶାଢୀ । ମାତ୍ର ୧୦ ଟଙ୍କାରେ ୬ ମାସ ବ୍ୟବଧାନରେ ଗରିବଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହାକୁ ମଞ୍ଜୁରୀ ମିଳିଛି ।

ଜାତୀୟ ଖାଦ୍ୟସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ହୋଇଥିବା ହିତାଧିକାରୀ ଏହି ସୁବିଧା ପାଇପାରିବେ । ଏପରିକି ଅନ୍ତୋଦୟ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ହିତାଧିକାରୀ ଏହି ଯୋଜନାରେ ସାମିଲ ହେବେ ବୋଲି ସୋରେନ ସରକାର କହିଛନ୍ତି । ପ୍ରତ୍ୟକ  ୬ ମାସ ବ୍ୟବଧାନରେ ଗରିବଙ୍କୁ ଏହି ସେବା ରାଜ୍ୟସରକାର ଯୋଗାଇ ଦେବେ । ଚଳିତ ଆର୍ଥିକ ବର୍ଷରୁ ଏହି ଯୋଜନାକୁ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୋରେନ କହିଛନ୍ତି ।

ତେବେ ଗତ ବିଧାନସଭା ନିର୍ବାଚନରେ ବର୍ତ୍ତମାନର ଶାସକ ଦଳ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଏହି ଯୋଜନାକୁ ରାଜ୍ୟରେ ଲାଗୁ କରିବାକୁ ନିର୍ବାଚନୀ ଇସ୍ତାହାର ରଖିଥିଲା । ପୂର୍ବ ପ୍ରତିଶ୍ରୁତି ଅନୁସାରେ ଏବେ ମୁଖ୍ୟମନ୍ତ୍ରୀ ସୋରେନ ଏହାକୁ ପାଳନ କରିଛନ୍ତି ।  

   ସମ୍ବନ୍ଧିତ ଖବର


ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଆଇଫୋନ୍‌ ୟୁଜର୍ସଙ୍କୁ ଝଟକା, ଆପ୍ସ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ଓଟିଭିର ଆଉ ଏକ ଜମି କେଳେଙ୍କାରୀ, ରାଜଧାନୀରେ ମାଡ଼ି ବସିଛି ୧୨ ହଜାର ବର୍ଗଫୁଟରୁ ଅଧିକ ଜାଗା

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଶୋକରେ ବି ଫାର୍ସ: ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପୂର୍ବରୁ ଚିରାଗ ପାଶଓ୍ବାନଙ୍କ ରିହର୍ସଲ, ଭିଡିଓ ଭାଇରାଲ

ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା ପ୍ରଫେସର, କହିଲେ ‘କ୍ୟାମେରାରେ ଜୁମ୍ କରି ଦେଖନ୍ତି…’