ପୁରୀ ବ୍ଲୁ ଫ୍ଲାଗ୍ ବିଚ୍‌ରେ ଭାସିଗଲେ ପର୍ଯ୍ୟଟକ, ଉଦ୍ଧାର କାର୍ଯ୍ୟ ଜାରି

ପୁରୀ ୨୭/୧୦: ପୁରୀ ବ୍ଲୁ-ଫାଗ୍ ବିଚ୍‌ରେ ଗାଧେଇବା ବେଳେ ଭାସିଗଲେ ପର୍ଯ୍ୟଟକ। ସ୍ନାନ କରୁଥିବା ବେଳେ ଗଭୀର ସମୁଦ୍ର ଭିତରକୁ ପଶି ଯିବାରୁ ଅସାବଧାନତା ବଶତଃ ପର୍ଯ୍ୟଟକ ଜଣଙ୍କ ଭାସିଯାଇଥିବା ଜଣାପଡିଛି । ନିଖୋଜ ପର୍ଯ୍ୟଟଙ୍କ ପରିଚୟ ମିଳିଛି। ସେ ଝାରଖଣ୍ଡର ବିନୟ ରାୟଙ୍କ ପୁଅ ତନିସ୍କ ବିନୟ ପରିବାର ସହ ବୁଲିବାକୁ ଆସିଥିବା ଜଣାପଡିଛି। ତନିସ୍କଙ୍କୁ ଖୋଜିବା ପାଇଁ ଅଗ୍ନିଶମ କର୍ମଚାରୀ ଓ ଲାଇଫ୍ ଗାର୍ଡ ପକ୍ଷରୁ ଉଦ୍ଧମ ଜାରି ରହିଛି।

ସୂଚନା ମୁତାବିକ, ଆଜି ମଧ୍ୟାହ୍ନ ସମୟରେ ତାନିସ୍କ ତାଙ୍କ ପରିବାର ସହ ବ୍ଲୁ ଫ୍ଲାଗ ବିଚ ବୁଲିବାକୁ ଆସି ସମୁଦ୍ରରେ ସ୍ନାନ କରୁଥିଲେ। ତେବେ ଗଭୀର ସମୁଦ୍ର ଭିତରକୁ ପଶି ଯିବାରୁ ତାଙ୍କର ପତ୍ତା ମିଳିନଥିଲା। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ସମୁଦ୍ର ଭିତରେ ଖୋଜା ଖୋଜି ଜାରି ରଖିଥିଲେ ମଧ୍ୟ ଏ ନେଇ ତାନିସ୍କର କୌଣସି ପତ୍ତା ମିଳିନାହିଁ।