PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ପୁଅ ପାଇବା ଆଶାରେ ୬୦ ବର୍ଷର ସ୍ବାମୀକୁ ଦ୍ବିତୀୟ ବିବାହ କରାଇଲେ ପତ୍ନୀ

ରାଜନଗର,୨୦।୧୨:  ପୁଅ ପାଇବା ଆଶାରେ ୬୦ ବର୍ଷର ବୃଦ୍ଧ କଲେ ଦ୍ବିତୀୟ ବିବାହ। ତାହା ପୁଣି ନିଜଠାରୁ ଅଧା ବୟସ୍କ ସାନ ଜଣେ ମହିଳାଙ୍କୁ।  ଏହି ଘଟଣାଟି ସଢେଇକଳାର ରାଜନଗରରେ ଦେଖିବାକୁ ମିଳିଛି। ରାଜନଗର ଚାମ୍ବରବନ୍ଧା ନିବାସୀ ୬୦ ବର୍ଷ ବୟସର ଲାଲମୋହନ ମାହାତୋ ପ୍ରଥମ ପତ୍ନିଙ୍କ ସମ୍ମତିରେ  ୩୫ ବର୍ଷର ଚେତି ମାହାତୋଙ୍କୁ ବିବାହ କରିଛନ୍ତି। ଲାଲମୋହନଙ୍କର ପ୍ରଥମ ବିବାହ ୩୦ ବଷ; ପୂର୍ବେ ସରଳା ମାହାତୋଙ୍କ ସହିତ ହୋଇଥିଲା। ଲାଲମୋହନ ଓ ସରଳା ମାହାତୋଙ୍କର ଦୁଇଟି ଝିଅ ଅଛନ୍ତି, ଯେଉଁଥିରେ ଜଣେ ଝିଅର ବିବାହ ହୋଇସାରିଛି।

ପ୍ରଥମ ପତ୍ନୀଙ୍କଠାରୁ ଲାଲମୋହନଙ୍କର ପୁଅ ନହେବାରୁ ସେ ଦ୍ବିତୀୟ ବିବାହ କରିଥିଲେ। ଏହି ବିବାହରେ ଲାଲମୋହନଙ୍କ ପ୍ରଥମ ପତ୍ନୀ ଏବଂ ଦୁଇ ପରିବାର ଲୋକ ଏକାଠି ହୋଇଥିଲେ। ସମାଜସେବୀ ରାମରତନ ମାହାତୋଙ୍କ କହିବା ଅନୁସାରେ, ଯଦି ଦୁଇ ପରିବାର ଖୁସି ଖୁସିରେ ପରସ୍ପର ମଧ୍ୟରେ ସମ୍ପର୍କ ରଖିଲେ କିଛି ଅସୁବିଧା ନାହିଁ। ଲାଲମୋହନଙ୍କ ପୁଅ ନହେବାରୁ, ଦ୍ବିତୀୟ ବିବାହ କରିବା ନେଇ ସେ ତାଙ୍କ ପ୍ରଥମ ପତ୍ନୀଙ୍କ ସହିତ ଆଲୋଚନା କରିଥିଲେ। ଅନ୍ୟପକ୍ଷେ ଚେତି ମାହାତୋଙ୍କର ବିବାହ ହୋଇନଥିଲା। ତାଙ୍କର ବିବାହ ବୟସ ଗଡି ଯାଇଥିଲା। ଏଭଳି ପରିସ୍ଥିତିରେ ଦୁଇ ପରିବାର ପାଇଁ ଏହି ନିଷ୍ପତ୍ତି ଠିକ୍ ରହିଥିଲା।

ସମ୍ବନ୍ଧିତ ଖବର