ଝାରପଡ଼ା ଜେଲ୍‌ରେ ମାର୍‌ପିଟ୍: ମୁହଁ ଖୋଲୁ ନାହାନ୍ତି ଅଧୀକ୍ଷକ

ଭୁବନେଶ୍ୱର ୨୩/୫: ଝାରପଡ଼ା ଜେଲ୍‌ରେ ଅଭିଯୁକ୍ତମାନେ ମାର୍‌ପିଟ ହୋଇଛନ୍ତି । ଦୁଇ ଜଣ କଏଦୀ ରକ୍ତାକ୍ତ ହୋଇ ହସ୍ପିଟାଲ୍‌ ଯାଇଛନ୍ତି । ଏ ସମ୍ପର୍କରେ ଲକ୍ଷ୍ମୀସାଗର ଥାନାରେ ଏତଲା ଦିଆଯାଇଛି । ତେବେ ମାର୍‌ପିଟ ନେଇ ଜେଲ୍‌ର ଅଧୀକ୍ଷକ କିଛି କହିନାହାନ୍ତି । ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଶୁକ୍ରବାର ପୂର୍ବାହ୍ନରେ ଲକ୍ଷ୍ନୌ ଜେଲ୍‌ରୁ ଆସିଥିବା ବରୁଣ ଚତୁର୍ବେଦୀ ଟିଭି ଦେଖୁଥିଲେ । ଏହି ସମୟରେ ସେଠାରେ ପହଞ୍ଚିଥିଲେ ରାଜେଶ ବାରିକ ନାମକ କଏଦୀ । ସେ ବରୁଣକୁ ପଚାରିଥିଲେ, ତୁମେ କ’ଣ ପାଇଁ ଥାନାରେ ଏଣୁତେଣୁ ଏତଲା ଦେଉଛ । ପୁଲିସ୍‌ ଆସି ଜେଲ୍‌ ଭିତରେ ତଦନ୍ତ କରୁଛି । ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏଥିରେ ରାଗି ଯାଇ ରାଜେଶ ପ୍ରଥମେ ବରୁଣଙ୍କ ମୁହଁକୁ ମୁଥ ମାରିଥିଲେ । ବରୁଣଙ୍କ ନାକ ଫାଟି ଯାଇଥିଲା। ବରୁଣ ମଧ୍ୟ ତାଙ୍କୁ ମାଡ଼ ମାରିଥିଲେ । ୱାର୍ଡେନ୍‌ ସେଠାରେ ପହଞ୍ଚି ଉଭୟଙ୍କୁ ଅଟକାଇଥିଲେ । ସେତେବେଳକୁ ରକ୍ତାକ୍ତ ହୋଇ ସାରିଥିଲେ ବରୁଣ । ତାଙ୍କୁ ଜେଲ୍‌ ହସ୍ପିଟାଲ ନିଆ ଯାଇଥିଲା । ରାଜେଶ ମଧ୍ୟ ଆହତ ହୋଇଥିଲେ । ଜେଲ୍‌ ଅଧୀକ୍ଷକ ଉଭୟଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାକୁ ଏତଲା ପଠାଇଥିଲେ ।

ଏନେଇ ଲକ୍ଷ୍ମୀସାଗର ଥାନା ଆଇଆଇସି ଦୟାନିଧି ନାୟକ କହିଛନ୍ତି, ଜେଲ୍‌ ଭିତରେ ୨ କଏଦୀଙ୍କ ମଧ୍ୟରେ ମାର୍‌ପିଟ ହୋଇଥିବା ଅଭିଯୋଗ ହୋଇଛି । ଉଭୟ ପକ୍ଷରୁ ୨ଟି ଏତଲା ଥାନାକୁ ଆସିଛି । ତଦନ୍ତ ପରେ ଘଟଣାର ସତ୍ୟସତ୍ୟ ଜଣାପଡ଼ିବ । ଦିନ ତଳେ ଜେଲ୍‌ରେ ଏଟି ଚିଟ୍‌ଫଣ୍ଡର ମୁଖ୍ୟ ପ୍ରଦୀପ ସେଠୀ ଓ ଅନ୍ୟ ଜଣେ କଏଦୀ ନାରଣଙ୍କ ମଧ୍ୟରେ ପାଟିତୁଣ୍ଡ ଓ ମାରପିଟ ଲାଗିଥିଲା । ଏ ବିଷୟରେ ଜାଣିବା ପାଇଁ ଆମେ ଜେଲ୍‌ ଅଧୀକ୍ଷକ ଡି.ଏନ୍‌ ବାରିକଙ୍କୁ ଫୋନ୍‌ କରିଥିଲୁ । ହେଲେ ସେ କିଛି ଉତ୍ତର ଦେଇ ନଥିଲେ । ତେବେ ଜେଲ୍‌ର ଅନ୍ୟ କର୍ମଚାରୀମାନେ ମାର୍‌ପିଟ ହୋଇଥିବା ଘଟଣାକୁ ସ୍ୱୀକାର କରିଛନ୍ତି । କରୋନା ପ୍ରତିଷେଧକ ପାଇଁ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ କଏଦୀଙ୍କୁ କୋର୍ଟରେ ହାଜର କରାଯାଉଛି । ହାକିମଙ୍କ ଆଗରେ ଜେଲ୍‌ ବିରୋଧରେ ଅରୁଣ ଚତୁର୍ବେଦୀ, ତାଙ୍କ ଭାଇ ବରୁଣ ଓ ପ୍ରଦୀପ ସେଠୀ ଅଭିଯୋଗ ଉଠାଇ ଥିଲେ । ଯେଉଁମାନେ ଜେଲ୍‌ ବିରୋଧରେ ଅଭିଯୋଗ କରିଥିଲେ ସେମାନଙ୍କୁ ଆକ୍ରମଣ ହେଉଛି ।

   ସମ୍ବନ୍ଧିତ ଖବର


ମାଟି ତଳୁ ମିଳିଲା ଶହ ଶହ ଆଧାର କାର୍ଡ: ଲୋକଙ୍କୁ ନଦେଇ ଘର ପଛପଟେ ପୋତି ଦେଇଥିବା ଅଭିଯୋଗ

୧୫ ଅଗଷ୍ଟ ପରେ ଖୋଲିବ ସ୍କୁଲ-କଲେଜ୍, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଘୋଷଣା

ଭଲ ଖବର: ୧୮ଟି ଜିଲ୍ଲାରୁ ସୁସ୍ଥ ହେଲେ ଆଉ ୧୭୮ ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ

ଅବଢ଼ା ଟିକେ ପାଇବାକୁ ମନ… କେବେ ବାହାରିବ ଅନନ୍ତବାସୁଦେବଙ୍କ ପ୍ରସାଦ

‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା

ରାଜଧାନୀରେ ଶସ୍ତା ହେବ ମଦ, ଲାଗିବନି ୭୦ ପ୍ରତିଶତ କରୋନା ଟ୍ୟାକ୍ସ