ଝାରସୁଗୁଡ଼ାରୁ ପୁଣି ବିମାନସେବା ଆରମ୍ଭ, ଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦକୁ ଉଡ଼ାଣ

ଝାରସୁଗୁଡ଼ା,୩୧ା୩(ଆପ୍ର): ଝାରସୁଗୁଡ଼ାରୁ ଆଜି ବହୁ ପ୍ରତୀକ୍ଷିତ ବିମାନସେବା ଆରମ୍ଭ ହୋଇଛି । ଦେଶର ତିନି ପ୍ରମୁଖ ସହର ଦିଲ୍ଲୀ, କୋଲକାତା ଏବଂ ହାଇଦ୍ରାବାଦ ସହ ଝାରସୁଗୁଡ଼ା ଯୋଡ଼ି ହୋଇଛି । ସ୍ପାଇସ୍ଜେଟ୍ ଏୟାରୱେଜ ପକ୍ଷରୁ ଆର୍ସିଏସ୍ ଉଡ଼ାନ-୩ ଯୋଜନାରେ ଏହି ବିମାନସେବା ଆରମ୍ଭ ସହ ପଶ୍ଚିମ ଓଡ଼ିଶାରେ ବିକାଶକୁ ଏକ ନୂଆ ରାହା ଦେଖାଇଛି ବୋଲି ଉପସ୍ଥିତ ବୁଦ୍ଧିଜୀବୀ, ଯାତ୍ରୀ ମତ ବ୍ୟକ୍ତ କରିଥିଲେ । ହେଲେ ଏଭଳି ଏକ ଐତହିାସକି ଘଟଣାର ସାକ୍ଷୀ ହେବା ପାଇଁ ସେଠାରେ ଜମା ହୋଇଥିବା ଶହ ଶହ ଲୋକଙ୍କୁ ବିମାନ ଅବତରଣ ଏବଂ ଉଡ଼ାଣ ଦେଖିବା ସୁଯୋଗରୁ ବଞ୍ଚିତ କରାଯବିାରୁ ଲୋକେ ତୀବ୍ର ପ୍ରତକ୍ରିୟିା ପ୍ରକାଶ କରିଥିଲେ । ଏଥିସହ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଏବଂ ନିମନ୍ତ୍ରିତ ଗଣମାଧ୍ୟମ ଓ ନେତୃ ସ୍ଥାନୀୟ ଲୋକଙ୍କୁ ମଧ୍ୟ ବିମାନବନ୍ଦର କର୍ତ୍ତୃପକ୍ଷ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ ନ କରିବାରେ ଅସନ୍ତୋଷ ଦେଖାଦେଇଛି ।
ଆଜି ଅପରାହ୍ନ ୨ଟାରେ ଦିଲ୍ଲୀରୁ ପ୍ରଥମ ୧୯୦ ସିଟ୍ ବିଶିଷ୍ଟ ବୋଇଂ ବିମାନ ଉଡ଼ାଣ ଆରମ୍ଭ କରି ଅପରାହ୍ନ ୩ଟା ୪୫ ମିନିଟ ସମୟରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଅବତରଣ କରିଥିଲା । ଏଥିରେ ୧୪୨ ଜଣ ଯାତ୍ରୀ ଥିଲେ । କିଛି ସମୟ ପରେ ଉକ୍ତ ବିମାନଟି ଝାରସୁଗୁଡ଼ାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା । ଯେଉଁଥିରେ ୧୮୩ ଜଣ ଯାତ୍ରୀ ଯାତ୍ରା କରିଥିଲେ । କିଛି ସମୟର ବ୍ୟବଧାନରେ କୋଲକାତାରୁ ଆଉ ଏକ ୮୦ ସିଟି ବିଶିଷ୍ଟ ବିମାନ ଝାରସୁଗୁଡ଼ାରେ ଅବତରଣ କରିଥିଲା । ସେଥିରେ ପ୍ରାୟ ୧୮ ଜଣ ଯାତ୍ରୀ ଥିଲେ । ସେହି ବିମାନ କିଛି ସମୟର ବ୍ୟବଧାନରେ ହାଇଦ୍ରାବାଦ ଯାତ୍ରା କରଥିଲା । ଯେଉଁଥିରେ ୫୮ ଜଣ ଯାତ୍ରୀ ଯାତ୍ରା କରିଥିଲେ । ପ୍ରଥମ ବିମାନ ଅବତରଣ କରିବା କ୍ଷଣି ୱାଟର୍ କେନ୍ନରେ ସାଲ୍ୟୁଟ ଦିଆଯାଇ
ସ୍ୱାଗତ କରାଯାଇଥିଲା ।
ବିମାନବନ୍ଦର ଭିତରେ ଏହି ଐତିହାସିକ ବିମାନସେବା ଆରମ୍ଭ ଅବସରରେ କେକ୍ କଟାଯିବା ସହ ଦୀପ ପ୍ରଜ୍ଜ୍ୱଳନ ଏବଂ ଫିତା କଟା ଯାଇଥିଲା । ଝାରସୁଗୁଡ଼ା ଏସ୍ପି ଅଶ୍ୱିନୀ ମହାନ୍ତି, ବେଦାନ୍ତ ସିଇଓ ଅଭିଜିତ ପତି, ବିମାନବନ୍ଦର ନିର୍ଦ୍ଦେଶକ ଏସ୍. କେ ଚୌହାନ, ବରିଷ୍ଠ ନାଗରିକ ସଂଘ ସଭାପତି ଅର୍ଜୁନ ମୋର, ବାଳଗୋବିନ୍ଦ ମିଶ୍ର ପ୍ରମୁଖ ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଦିଲ୍ଲୀ ଏବଂ କୋଲକାତାରୁ ଆସିଥିବା ଯାତ୍ରୀମାନେ ଆନନ୍ଦ ବ୍ୟକ୍ତ କରିଥିଲେ । ଝାରସୁଗୁଡ଼ାରୁ ବିମାନସେବା ଆରମ୍ଭ ହେବା ଏବଂ ଦେଶର ପ୍ରମୁଖ ସହର ସହ ଏୟାର କନେକ୍ଟିଭିଟି ହେବା ଏକ ବଡ଼ ଉପଲବ୍ଧି ବୋଲି ଯାତ୍ରୀମାନେ କହିଥିଲେ । ଦୁବାଇରୁ କେତେକ ପ୍ରବାସୀ ଓଡ଼ିଆ ଦିଲ୍ଲୀକୁ ଆସି ପ୍ରଥମ ବିମାନରେ ଯାତ୍ରା କରିଥିଲେ । ଏହି ମୁହତ୍ତୂର୍ର ସାକ୍ଷୀ ହେବା ଲାଗି ସେମାନେ ଆସଛନ୍ତି ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ । ଆଜିର ବିମାନରେ ଦିଲ୍ଲୀ, ହାଇଦ୍ରାବାଦ ଏବଂ କୋଲକାତାକୁ ଯାତ୍ରା କରିବାକୁ ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା, ସମ୍ବଲପୁର, ରାଉରକେଲା, ସୁନ୍ଦରଗଡ଼ ଆଦି ସ୍ଥାନ ସମେତ ପଡ଼ୋଶୀ ଛତିଶଗଡ଼ର ସୀତାପୁର ସରଗୁଜା ଅଞ୍ଚଳରୁ ଯାତ୍ରୀମାନେ ଆସିଥିବା ଦେଖାଯାଇଥିଲା । ଝାରସୁଗୁଡ଼ାରୁ ବିମାନସେବା ଲୋକଙ୍କ ମଧ୍ୟରେ ଖୁସି ଏବଂ ଉତ୍ସାହ ଭରି ଦେଇଛି ।