PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁମୁଡିବନ୍ଧ: ଗାଈକୁ ବଞ୍ଚାଇଲା, ଛେଳି ପଲ ଉପରେ ଚଢିଗଲା ମାଲ୍ ବୋଝେଇ ଟ୍ରକ୍, ଓଲଟିବାରୁ କ୍ୟାବିନ୍‌ରେ ପଶିଗଲେ ଡ୍ରାଇଭର ଓ ହେଲ୍ପର୍
  • ||
  • ନରସିଂହପୁର: ଅଗ୍ନିକାଣ୍ଡରେ ଜଳିଗଲା ପାଞ୍ଚ ପରିବାରର ୫ ବଖରା ଘର, ପୋଡ଼ି ପାଉଁଶ ହୋଇଗଲା ଆସବାବପତ୍ର
  • ||
  • ଭୁବନେଶ୍ୱର: ଓଜେଇଇର ଏମ୍‌ବିବିଏସ୍, ବିଡ଼ିଏସ୍ କାଉନସେଲିଂ ସ୍ଥଗିତ
  • ||
  • ନୂଆଦିଲ୍ଲୀ: ଲୋକସଭାରେ ୩ କୃଷି ଆଇନ ଉଚ୍ଛେଦ ବିଲ୍ ପାରିତ
  • ||
  • କେନ୍ଦୁଝର: କାନଝରୀ ଡ୍ୟାମରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଗତକାଲି ଗାଧୋଇଲା ବେଳେ ବୁଡି ଯାଇଥିଲେ…
  • ||
  • ରାୟଗଡ଼: ନିୟମଗିରି ପାହାଡର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟର, ଡିସେମ୍ବର ୨ ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ
  • ||
  • ବ୍ରହ୍ମପୁର: ସପ୍ତାହେ ହେଲା ଶାଶୂ ଘର ଆଗରେ ତପସ୍ୱିନୀ: ସ୍ୱାମୀ ଘରକୁ ଯିବେ କି ନାହିଁ ଆଜି କୋର୍ଟରେ ଶୁଣାଣି
  • ||
  • ଯାଜପୁର: ପଦ୍ମଶ୍ରୀ ନନ୍ଦ ସାରଙ୍କୁ ହତ୍ୟା ଧମକ, ବଡ଼ ପୁଅକୁ ଲହୁ ଲୁହାଣ କଲେ ଗାଁର ଅସାମାଜିକ ଯୁବକ
  • ||
  • ଭୁବନେଶ୍ୱର : ୪/୫ରେ ଆନ୍ଧ୍ର କିମ୍ବା ଓଡ଼ିଶା ଉପକୂଳ ଛୁଇଁପାରେ ସମ୍ଭାବ୍ୟ ବାତ୍ୟା, ୩ରୁ ପଡ଼ିବ ପ୍ରଭାବ,
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଏକକାଳୀନ ୩ଟି ସ୍ଥାନରେ ରେଡ୍‌, ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ଟଙ୍କା ଜବତ
  • ||
  • ପୁରୀ : ଦାରୁଦିଅଁଙ୍କ ପଇତାଲାଗି ନୀତି, ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ଭୋଗରାଇ : ବାବା ଚନ୍ଦନେଶ୍ଵରଙ୍କ ମନ୍ଦିର ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ଟି ଅସ୍ଥାୟୀ ଦୋକାନ
  • ||
  • ଯାଜପୁର : ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ, ବଡ଼ ପୁଅକୁ ଲହୁ ଲୁହାଣ କଲେ ଗାଁର ଅସାମାଜିକ ଯୁବକ
  • ||

ମା’ ସାଜିଲା ଦଲାଲ: ଝିଅ ପାଇଁ କିିସ୍ତିରେ ପ୍ରେମିକ ଠାରୁ ନେଉଥିଲା ଟଙ୍କା, ବିବାହିତଙ୍କୁ ନେଇ ଚମ୍ପଟ ମାରିଲା…

ଭକୁଆ ହେଲେ ସ୍ୱାମୀ

ଚନ୍ଦ୍ରଶେଖରପୁର ୧୦/୦୮: ଝିଅକୁ ଜଣେ ଯୁବକ ଭଲ ପାଉଥିଲେ । ଏହି ସୁଯୋଗରେ ଉକ୍ତ ଯୁବକଙ୍କୁ ଝିଅର ମା’ ମିଳାମିଶାର ସୁଯୋଗ ଦେବା ପାଇଁ ଟଙ୍କା ମାଗିଲେ । କିସ୍ତି କିସ୍ତି କରି ଯୁବକ ୫୦ ହଜାର ଟଙ୍କା ଦେଇ ଝିଅ ସହିତ ଅବାଧ ମିଳାମିଶା କଲେ । ହେଲେ ମଝିରେ କଣ୍ଟା ସାଜିଲା କରୋନା ଜନିତ ଲକ୍‌ ଡାଉନ୍‌ । ତେଣୁ ଉକ୍ତ ଯୁବକ ଆଉ ଝିଅ ସହିତ ଦେଖା କରିପାରିଲେନି । ଏପରି ସୁଯୋଗରେ ଝିଅକୁ ଅନ୍ୟ ଜଣେ ପୁଅ ସହ ବାହା କରାଇଦେଲେ ମା’ । ହେଲେ ଟଙ୍କା ଦେଇ ଝିଅକୁ ପାଇବା ଆଶା ରଖିଥିବା ପ୍ରେମିକ ଯେତେବେଳେ ଏହା ଜାଣିଲେ ପୂରା ନିଆଁବାଣ ହେଲେ । ଝିଅକୁ ବାହା ନଦେଲେ ଟଙ୍କା ଫେରାଇ ଦେବାପାଇଁ ଧମକ ଦେଲେ । ଏପରି ଦୁବିଧା ମଧ୍ୟରେ ବାଧ୍ୟ ହୋଇ ଝିଅକୁ ଶାଶୂଘରୁ ଡାକିଆଣି ଟଙ୍କା ଦେଇଥିବା ଯୁବକ ହାତରେ ଟେକିଦେଇଛନ୍ତି ମା’ ।

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଚନ୍ଦ୍ରଶେଖରପୁର ଈଶାଣେଶ୍ୱର ବସ୍ତିରେ । ଘଟଣାଟି ଏହିପରି, ଉକ୍ତ ବସ୍ତିରେ ରହୁଛନ୍ତି ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳା । ତାଙ୍କର ୨୦ ବର୍ଷିୟ ଝିଅ ସୋନାଲି(ଛଦ୍ମନାମ) ସହ ୬ ମାସ ପୂର୍ବେ କନ୍ଧମାଳର ଜଣେ ଯୁବକଙ୍କର ଦେଖା ହୋଇଥିଲା । ଦେଖାସାକ୍ଷାତରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଲା । ମଝିରେ ମଝିରେ ଉକ୍ତ ଯୁବକ ମହିଳାଙ୍କ ଘରକୁ ଯିବା ଆସିବା କରନ୍ତି । ସମ୍ପର୍କ ବଢ଼ିବା ସହିତ ଉଭୟ ବିବାହ ପାଇଁ ସ୍ଥିର କଲେ । ହେଲେ ସୋନାଲିଙ୍କ ମା’ ଏହି ସୁଯୋଗରେ ଯୁବକଙ୍କୁ ବ୍ଲାକମେଲିଂ କରିବା ଆରମ୍ଭ କରି ଦେଇଥିଲେ । ତାଙ୍କୁ କହିଥିଲେ ଯଦି ମୋ ଝିଅକୁ ଭଲ ପାଉଛ ମୋତେ ୫୦ ହଜାର ଟଙ୍କା ଦିଅ ଏବଂ ମୋ ଝିଅକୁ ନେଇଯାଅ । ଯୁବକ ଜଣକ ଏହି ପ୍ରସ୍ତାବରେ ରାଜି ହୋଇ ମଝିରେ ମଝିରେ ମହିଳାଙ୍କୁ ଟଙ୍କା ଦେଇ ଚାଲିଥିଲେ । ଏମିତି ଥରଥର କରି ସେ ମହିଳାଙ୍କୁ ୫୦ ହଜାର ଟଙ୍କା ଦେଇସାରିଥିଲେ । ହେଲେ ଲକଡାଉନ୍‌ ହେବା ପରେ ଆଉ ସୋନାଲି ସହ ଯୁବକଙ୍କର ଭେଟ ହୋଇ ପାରିଲାନି ।

ଯୁବକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ମା’ ସୋନାଲିଙ୍କୁ ଉକ୍ତ ବସ୍ତିର ଅନ୍ୟ ଜଣେ ଯୁବକଙ୍କ ସହ ବିବାହ ଦେଇଦେଲେ । ଏପଟେ ଟଙ୍କା ଦେଇଥିବା ପ୍ରେମିକ ଜଣକ ଖବର ପାଇ ଯୁବତୀଙ୍କର ମା’ଙ୍କୁ ଫୋନ୍‌ କରି ଧମକ ଦେଲେ । କହିଲେ ତୋ ଝିଅକୁ ମୋତେ ଆଣିକି ଦେ ନହେଲେ ମୋ ୫୦ ହଜାର ଟଙ୍କା ଫେରା । ମହିଳା ଜଣଙ୍କ ଏହି କଥା ଶୁଣିବା ପରେ ହରଡ଼ ଘଣାରେ ପଡିଗଲେ । କଣ କରିବେ କିଛି ଜାଣିପାରିଲେ ନାହିଁ । ଟଙ୍କା ଦେଇଥିବା ଉକ୍ତ ଯୁବକ ଭୁବନେଶ୍ୱର ଆସିଥିବା ଜାଣି ଝିଅକୁ ତାଙ୍କ ସହ ଫେରାର କରିବା ପାଇଁ ସବୁ ବନ୍ଦୋବସ୍ତ କଲେ । ଆଜି ସକାଳେ ଝିଅକୁ କାମ ଥିବା ବାହାନା କରି ଶାଶୂ ଘରୁ ଡକାଇ ନେଲେ । ବସ୍ତି ପାଖରେ ଅଟୋରେ ଅପେକ୍ଷା କରିଥିବା ଉକ୍ତ ଯୁବକଙ୍କ ସହିତ ଫେରାର କରାଇଦେଲେ ।

ଅନ୍ୟପକ୍ଷରେ ବୋହୂ ସନ୍ଧ୍ୟା ଯାଏଁ ନଫେରିବାରୁ ସୋନାଲିଙ୍କ ଶାଶୂଘର ଲୋକେ ତାଙ୍କ ମା’ଙ୍କୁ ଫୋନ୍‌ କରି ପଚାରିଲେ । ହେଲେ ସୋନାଲିଙ୍କ ମା’ କହିଥିଲେ ଝିଅତ ଖରାବେଳୁ ଗଲାଣି । ମୁଁ ଏବିଷୟରେ କିଛି ଜାଣିନି । ଏମିତି ଖୋଜା ଖୋଜି ପରେ ଝିଅକୁ ସେ ପ୍ରେମିକ ସହିତ ପଠାଇ ଦେଇଥିବା କଥା ଜଣା ପଡିଥିଲା । ସୋନାଲିଙ୍କୁ ନେଇ ପଳାଇଥିବା ଯୁବକଙ୍କୁ ବସ୍ତି ଲୋକ ଫୋନ୍‌ କରିଥିଲେ । କିନ୍ତୁ ସେ କହିଥିଲେ ୫୦ ହଜାର ଟଙ୍କାରେ ତାଙ୍କ ମା’ ମୋତେ ବିକ୍ରି କରି ଦେଇଛନ୍ତି । ଅନ୍ୟପଟେ ଶାଶୂଘର ଲୋକ ଅଭିଯୋଗ କରିଛନ୍ତି ଝିଅ ଟଙ୍କା,ସୁନା ଗହଣା ନେଇ ପଳାଇ ଯାଇଛି । ପରେ ବସ୍ତି ଲୋକେ ମହିଳାଙ୍କୁ ଘରେ ବାନ୍ଧି ଥାନାକୁ ଜଣାଇଛନ୍ତି । ବିଳମ୍ବିତ ରାତି ଯାଏ ଏନେଇ କିଛି ସମାଧାନ ହୋଇପାରିନାହିଁ ।