ଚୀନ୍ ସୈନିକଙ୍କୁ ଜିନପିଙ୍ଗ୍‌ଙ୍କ ମନ୍ତ୍ର: ମୃତ୍ୟୁକୁ ଭୟ ନକରି ଯୁଦ୍ଧ ଜିତିବାର ପ୍ରସ୍ତୁତି କର

ନୂଆଦିଲ୍ଲୀ,୨୮।୧୧: ଭାରତ, ଆମେରିକା, ତାଇଓ୍ବାନ ସହିତ ବିବାଦ ଭିତରେ ଏବେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ନିଜର ସୈନିକଙ୍କୁ ଦେଇଛନ୍ତି ସାହାସ ବଢାଇବାର ମନ୍ତ୍ର। ସେ ନିଜର ସୈନିକଙ୍କୁ କହିଛନ୍ତି, ମୃତ୍ୟୁକୁ ଭୟ କରନ୍ତୁ ନାହିଁ ଓ ଯୁଦ୍ଧ ଜିତିବାର ପ୍ରସ୍ତୁତି କରିବା ଉପରେ ଧ୍ୟାନରେ ରଖି ନିଜ ଉପରେ ଫୋକସ୍ କରନ୍ତୁ। ମିଲିଟାରୀ କମାଣ୍ଡରଙ୍କୁ ସମ୍ବୋଧିତ କରି ଜିନପିଙ୍ଗ ଏହି କଥା କହିଛନ୍ତି। ଜିନପିଙ୍ଗ ସୈନିକଙ୍କୁ ସମ୍ବୋଧିତ କରି କହିଛନ୍ତି, ସେମାନେ ଶତ୍ରୁ ଉପରେ ବିଜୟ ପାଇବା ପାଇଁ ସବୁ ପ୍ରକାର କୌଶଳ ଓ ପ୍ରସ୍ତୁତି ଉପରେ ଧ୍ୟାନ କେନ୍ଦ୍ରିତ କରି ରଖନ୍ତୁ। ଏବେ ଚୀନର ଆମେରିକା, ତାଇଓ୍ବାନ ଓ ଭାରତ ସହିତ ବିବାଦ ଚାଲିଛି।

 ଗତ କିଛି ମାସ ଧରି ଜିନପିଙ୍ଗ ନୌସେନାର ସୈନିକଙ୍କୁ କହିଥିଲେ, ଆପଣମାନେ ନିଜର ପୁରା ବୁଦ୍ଧି ଓ ଶକ୍ତି ଯୁଦ୍ଧର ପ୍ରସ୍ତୁତିରେ ଲଗାଇ ଦିଅନ୍ତୁ ଓ ସବୁବେଳେ ସତର୍କ ରୁହନ୍ତୁ। ପିଏଲଏକୁ ଜଳ,ସ୍ଥଳ ଓ ଆକାଶମାର୍ଗରେ ଲଢେଇ କରିବାର ସ୍ଥିତି ପାଇଁ ପ୍ରସ୍ତୁତ ରହିବା ଦରକାର। Xinhua ରିପୋର୍ଟ ଅନୁସାରେ, ଜିନପିଙ୍ଗ ମିଲିଟାରୀ କମାଣ୍ଡରଙ୍କୁ କହିଥିଲେ, ଯୁଦ୍ଧ ଜିତିବା ପାଇଁ ଟ୍ରେନିଂ ମଜବୁତ କରିବା ଦରକାର। ମିଲିଟାରୀ ଟ୍ରେନିଂ ଲଗାତାର ଚାଲିବା ଦରକାର, ଏହା ଆର୍ମିର ମୁଖ୍ୟ କାମ।

ଜିନପିଙ୍ଗ କହିଥିଲେ, ଯୁଦ୍ଧ ସମୟରେ ଅଧିକ ପ୍ରଭାବଶାଳୀ ପ୍ରମାଣିତ ହେବାପାଇଁ ସୈନିକଙ୍କୁ ହାଇ ଲେବଲ ଟ୍ରେନିଂ ଦରକାର। ଚୀନର ରାଷ୍ଟ୍ରପତି ଏହା ମଧ୍ୟ କହିଥିଲେ ଯେ, ଚୀନର ଲକ୍ଷ୍ୟ ପିପୁଲସ୍ ଲିବରେସନ୍ ଆର୍ମିକୁ ବିଶ୍ବସ୍ତରୀୟ ଫାଇଟିଂ କୋର୍ସ ଭାବରେ ପ୍ରସ୍ତୁତ କରିବା।