PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ଟେଣ୍ଡର ଫିକସିଙ୍ଗ ଓ ଗ୍ରାନାଇଟ ପଥର ଖଣିଲିଜରେ ଦୁର୍ନୀତିର ଅଭିଯୋଗ ଆଣିଲେ ପୁର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ
  • ||
  • କଟକ: ଦୁଷ୍କର୍ମ ମାମଲ, ୧୪ ବର୍ଷ ପରେ ଆଜୀବନ କାରାଦଣ୍ଡ ଆସାମୀ ନିର୍ଦୋଷରେ ଖଲାସ
  • ||
  • ବଲାଙ୍ଗୀର: ମୂଲ୍ୟବାନ ଖଇର ଗଣ୍ଡି ଓ ଗାଡି ଜବତ କଲା ବନ ବିଭାଗ, ଡ୍ରାଇଭର ଫେରାର
  • ||
  • କୋରାପୁଟ: ବାଇକ୍ ଚୋର ଗ୍ୟାଙ୍ଗକୁ ଧରିବା ସଫଳ ହେଲା କୋରାପୁଟ ଟାଉନ ଥାନା ପୋଲିସ, ୧୫ ବାଇକ୍‌ ଉଦ୍ଧାର, ୩ ଚୋର ଗିରଫ
  • ||
  • ଜଗତସିଂହପୁର: ଅଲିପିଙ୍ଗଳ ବାଲିଘାଟରେ ପୁଣି ଚଢ଼ଉ କଲେ ତହସିଲଦାର , ୭ରୁ ଅଧିକ ହାଇଓ୍ବା ଜବତ, ମାଲିକ ମହଲରୁ ତେଜୁଛି ଅସନ୍ତୋଷ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ଆଉ ୩୮ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୯୫୭ କରୋନା ପଜିଟିଭ୍
  • ||
  • ପୁରୀ : ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ୨୩ ତାରିଖ ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ଯାଏଁ କଟକଣା
  • ||
  • ପୁରୀ : ଏବର୍ଷ ୩ ଦିନ ନବଯୌବନ ଦର୍ଶନ, ଆଜି ଶ୍ରୀମନ୍ଦିରରେ ଦଇତାପତି ସେବାୟତଙ୍କ ପ୍ରବେଶ, ୨୩ରେ ସେନାପଟା ଲାଗି ନୀତି
  • ||
  • ଭୁବନେଶ୍ୱର : ଓଡ଼ିଶାର ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ଆଜି ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
  • ||

ଚୀନ୍‌ର ଜିନ୍‌ପିଙ୍ଗ୍‌ଙ୍କୁ ଝଟକା- ସେ କମ୍ୟୁନିଷ୍ଟ ପାର୍ଟି ସହ ଦେଶକୁ ନଷ୍ଟ କରିଥିବା ଅଭିଯୋଗ କଲେ ଦଳୀୟ ନେତୃତ୍ୱ

ବେଜିଂ – ଏବେ ଚୀନ୍‌ର ରାଷ୍ଟ୍ରପତି ଜିନ୍‌ପିଙ୍ଗଙ୍କ ବିରୋଧରେ ଦଳରେ ବିଦ୍ରୋହ ଜୋରଦାର ହେବାରେ ଲାଗିଛି । ଏବେ ତାଙ୍କ ଦଳ ଭିତରେ ଜୋରଦାର ବିରୋଧ କରାଯାଉଛି । ଜିନ୍‌ପିଙ୍ଗ ଏବେ ସାରା ବିଶ୍ୱର ଶତ୍ରୁପାଲଟିଯାଇଥିବା ଅଭିଯୋଗ ହୋଇଛି । ତାଙ୍କୁ ଯୋଗୁଁ ସାରା ବିଶ୍ୱ ଏବେ ଚୀନ୍‌କୁ ଶତ୍ରୁ ଦୃଷ୍ଟିରେ ଦେଖୁଥିବା କଥା ଅଭିଯୋଗ ହୋଇଛି । ତାଙ୍କୁ ବିରୋଧ କରିବାର ଅନେକ ନେତଙ୍କୁ ଦଳରୁ ବହିଷ୍କାର କରାଯିବା ସହ ବିଭିନ୍ନ ପ୍ରକାରରରେ ହଇରାଣ କରାଯାଉଥିବା ଅଭିଯୋଗ କରାଯାଉଛି । ଏହି କାରଣରୁ ଚୀନ୍‌ର ଇଲାଇଟ୍‌ ସେଣ୍ଟ୍ରାଲ ପାର୍ଟି ସ୍କୁଲର ପ୍ରଫେସର କାଇ ଜିଆଙ୍କୁ ବହିଷ୍କାର କରାଯାଇଛି । ଏବେ କମ୍ୟୁନିଷ୍ଟ ପାର୍ଟି ନଷ୍ଟ ହେଉଥିବା ଭିତରେ ଭିତରେ ଦୁର୍ବଳ ହେଉଥିବା କଥା ଏହି ପ୍ରଫେସର ଅଭିଯୋଗ କରିଛନ୍ତି ।

ସେ ଜିନ୍‌ପିଙ୍ଗ୍‌ଙ୍କୁ ଏକ ଅଡିଓରେ ମାଫିଆ ବସ୍‌ କହୁଥିବା ଭାଇରାଲ୍‌ ହେବା ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଦିନେ ନା ଦିନେ ଚୀନ୍‌ରେ ଗଣତନ୍ତ୍ର ସ୍ଥାପିତ ହେବ ବୋଲି ସେ ଏଥିରେ ସୂଚନା ଦେଇଛନ୍ତି । ଇଂରାଜୀ ଖବର କାଗଜ ଗାର୍ଡିଆନ୍‌କୁ ଏକ ସାକ୍ଷାତକାର ଦେବା ବେଳେ ଜିନ୍‌ପିଙ୍ଗ୍‌ଙ୍କ କେତକ ପଦକ୍ଷେପକୁ ସେ ନାପସନ୍ଦ କରିଥିଲେ । ତାଙ୍କରି ଯୋଗୁଁ ପାର୍ଟି ନଷ୍ଟ ହେଉଥିବା କଥା କହିଥିଲେ । ସେ ସାକ୍ଷାତକାର ବେଳେ କହିଥିବା କେତକ କଥା ପ୍ରକାଶନ ନକରିବା ପାଇଁ କହିଥିଲେ । ଏଥିପାଇଁ ତାଙ୍କର ଏବଂ ତାଙ୍କ ପରିବାରର ଜୀବନ ପ୍ରତି ବିପଦ ଥିବା କଥା ସେ ପ୍ରକାଶ କରିଥିଲେ । ତାଙ୍କୁ ବହିଷ୍କାର କରାଯିବା ପରେ ସେ ଚୀନ୍‌ ଛାଡି ଦେଇଛନ୍ତି । ଏବେ ସେ ମୁକ୍ତ ଥିବା ଏବଂ ତାଙ୍କ ମନର କଥା କହିପାରିବେ ବୋଲି କହିଛନ୍ତି ।

ଜିନ୍‌ପିଙ୍ଗ୍‌ ଚାପ ପକାଇ ଚୀନ୍‌ର ସମ୍ବିଧାନକୁ ପରିବର୍ତ୍ତନ କରାଇଛନ୍ତି । ଏପରି କରି ସେ ଜୀବନ ବ୍ୟାପି ଚୀନ୍‌ର ମୁଖ୍ୟ ଶାସନ କର୍ତ୍ତା ହୋଇ ରହିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି । ସେ ସମସ୍ତଙ୍କୁ ତାଙ୍କ ନିୟମ ଅନୁସାରେ ଚଳିବା ପାଇଁ ବାଧ୍ୟ କରୁଥିବା ବେଳେ ଭୁଲ୍‌ କଥାକୁ ସ୍ୱୀକାର କରିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି ।

ଚୀନ୍‌ରେ ଏଥିପାଇଁ ଦୁର୍ନୀତି ବୃଦ୍ଧି ପାଉଥିବା ବେଳେ ମନମୁଖୀ ଶାସନ ବୃଦ୍ଧି ପାଇଛି । ଜିନ୍‌ପିଙ୍ଗ୍‌ଙ୍କ ନୀତିଯୋଗୁଁ ସାରା ବିଶ୍ୱ ଏବେ ଚୀନ୍‌କୁ ଶତ୍ରୁ ଦୃଷ୍ଟିରେ ଦେଖୁଥିବା କାଇ ଜିଆ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର